ରାଜ୍ୟ ପୋଲିସ ଏକାଡେମୀକୁ ଜାତୀୟ ମାନ୍ୟତା, ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ): ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଜାତୀୟ ମାନ୍ୟତା । ନୂଆଦିଲ୍ଲୀସ୍ଥିତ ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ମୁଖ୍ୟାଳୟରେ ଆୟୋଜିତ ଏକ ସମାରୋହରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲା ଏହି ପୁରସ୍କାର ପ୍ରଦାନ କରିଥିଲେ ।

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଅତିରିକ୍ତ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଟ୍ରଫି ପ୍ରଦାନ କରିଥିଲେ । ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ ଅଫିସର ବର୍ଗରେ ସମସ୍ତ ରାଜ୍ୟ ମଧ୍ୟରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଶ୍ରେଷ୍ଠ ପୁଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ବିବେଚିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.