କ’ଣ ତାଜ୍‌ମହଲ ସବୁଜ ହୋଇଯିବ କି ? ଜାଣନ୍ତୁ କିଏ କରୁଛି ଏପରି କାମ

ବର୍ତ୍ତମାନ ଭାରତର ASIଙ୍କ ଦ୍ୱାରା ଲୋକଲୋଚନକୁ ଆସିଛି । ASI ମଧ୍ୟ ଏହାକୁ ନେଇ ଚିନ୍ତିତ ରିହିଛି, କିପରି ଭାବେ ଏହି ଅସୁବିଧାରୁ ତାଜ୍‌ମହଲକୁ ବଞ୍ଚାଇବେ । ତାହେଲେ ଆସନ୍ତୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଧଳା ତାଜ୍‌ମହଲ କ’ଣ ପାଇଁ ସବୁଜ ରଙ୍ଗରେ ପରିଣତ ହେଉଛି ।

ଆପଣମାନେ ପ୍ରାୟତଃ ତାଜ୍‌ମହଲ ବିଷୟରେ ବହୁତ କଥା ଶୁଣିଥିବେ ଏବଂ ଜାଣିଥିବେ । ତେବେ ଧଳା ମାର୍ବଲରେ ନିର୍ମିତ ହୋଇଥିବା ତାଜ୍‌ମହଲ, ଯାହାକୁ ଦୁନିଆରେ ପ୍ରେମର ପ୍ରତିକ ବୋଲି କୁହାଯାଏ । ଏହି ସ୍ଥାନକୁ ବୁଲିବା ପାଇଁ ପ୍ରତି ବର୍ଷ ଅନେକ ଲୋକ ଆସିଥାନ୍ତି । ଏବେ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ରଙ୍ଗ ବଦଳିବା ପାଇଁ ଲାଗିଛି । ତେବେ ସବୁଠାରୁ ବଡ କଥା ଏଇଟା ତାଜ୍‌ହମଲର ରଙ୍ଗ ଧୀରେ ଧୀରେ ବଦଳିବା ପାଇଁ ଲାଗିଛି । ଯାହା ବର୍ତ୍ତମାନ ଭାରତର ASIଙ୍କ ଦ୍ୱାରା ଲୋକଲୋଚନକୁ ଆସିଛି । ASI ମଧ୍ୟ ଏହାକୁ ନେଇ ଚିନ୍ତିତ ରିହିଛି, କିପରି ଭାବେ ଏହି ଅସୁବିଧାରୁ ତାଜ୍‌ମହଲକୁ ବଞ୍ଚାଇବେ । ତାହେଲେ ଆସନ୍ତୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଧଳା ତାଜ୍‌ମହଲ କ’ଣ ପାଇଁ ସବୁଜ ରଙ୍ଗରେ ପରିଣତ ହେଉଛି ।

ଏହା ପଛରେ କିଏ ରହିଛି :
ବାସ୍ତବରେ ଏହି କାମ ଏକ ପ୍ରକାରର ପୋକ କରିବାରେ ଲାଗିଛନ୍ତି । ଏହି ପୋକମାନେ ତଜ୍‌ମହଲକୁ ଧ୍ୱଂସ କରିବାରେ ଲାଗିଛନ୍ତି । SSI ୨୦୧୫ରେ ଏହି ବିଷୟରେ ଜାଣିବାକୁ ପାଇଥିଲେ । ସେହି ସମୟରେ ଏହାକୁ ଅଟକାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା । ତେବେ କରୋନା ସମୟରେ ମଧ୍ୟ ଏହି ପୋକଙ୍କ ପ୍ରକୋପ କମ୍‌ ରହିଥିଲା । କିନ୍ତୁ ଏବେ ପୁଣି ସେହି ପୋକ ତାଜ୍‌ମହଲ କାନ୍ଥକୁ ସବୁଜ କରିବାକୁ ଆରମ୍ଭ କରିଛନ୍ତି ।

ଏଗୁଡିକ କି ପ୍ରକାରର ପୋକ :
ଆମେ ଯେଉଁ ପୋକ ବିଷୟରେ କଥା ହେଉଛେ, ତାକୁ ବୈଜ୍ଞାନିକଙ୍କ ଭାଷାରେ ଗୋଲ୍ଡି କାଇରୋନୋମସ୍ କୁହାଯାଏ । ଏହି ପୋକ ମଇଳା ପାଣି ସବୁ ଆଡେ କରିବାକୁ ଲାଗିଛନ୍ତି । ସବୁଠାରୁ ଅସୁବିଧାଜନକ ବିଷୟ ହେଉଛି ମହିଳା ପୋକ ଗୋଟିଏ ସମୟରେ ହଜାରେରୁ ଅଧିକ ଅଣ୍ଡା ଦେଇଥାନ୍ତି । ଏହି ପୋକମାନେ ଦୁଇ ଦିନ ବଞ୍ଚିଥାନ୍ତି । ଏହାସହ ଖରାଦିନେ ଏହି ପୋକ କମି ଯାଇଥାନ୍ତି । ଏହାର କାରଣ ହେଉଛି ସେମାନେ ୩୫ ରୁ ୪୦ ଡିଗ୍ରୀ ଉପରେ ଥିବା ତାପମାତ୍ରାକୁ ସହ୍ୟ କରିପାରନ୍ତି ନାହିଁ । କିନ୍ତୁ ଶୀତଦିନେ ସେହି ପୋକ ତାଜମହଲ ପାଇଁ ଏକ ବଡ ସମସ୍ୟା ହୋଇଯାଏ ।

ଏହି ପୋକ ତଜ୍‌ମହଲକୁ କିପରି ସବୁଜ କରୁଛନ୍ତି ?
ବାସ୍ତବରେ, ଏହି ପୋକ ତାଜ୍‌ମହଲ କାନ୍ଥ ଉପରେ ବସିଥାନ୍ତି, ଏବଂ ସେଠାରେ ସେହି ପୋକ ମଳ ତ୍ୟାଗ କରିଥାନ୍ତି । ଏହି କାରଣରୁ କାନ୍ଥ ମଇଳା ହେବାକୁ ଲାଗିଥାଏ । ଏହି ମଳ ଯୋଗୁଁ ତାଜମହଲର ଧଳା କାନ୍ଥ ସବୁଜ ହୋଇଯାଉଛି । ସୂଚନା ମୁତାବକ, ଏହି ପୋକମାନେ ତାଜମହଲର ସୁନ୍ଦରତା ନଷ୍ଟ କରୁଛନ୍ତି । ସେଗୁଡିକୁ ହଟାଇବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ପରିକ୍ଷଣ କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣିସି ପ୍ରକାରର ସଫଳତା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.