ବର୍ଷାରେ ଉବୁଟୁବୁ ଚେନ୍ନାଇ: କେଉଁଠି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ତ କେଉଁଠି ବୁଡ଼ିଛି ଟ୍ରେନ୍ ଲାଇନ୍

ବାତ୍ୟା ପ୍ରଭାବରେ ତାମିଲନାଡୁ ସମେତ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବର୍ଷାରେ ଉବୁଟୁବୁ ଚେନ୍ନାଇ । ମୂଷଳଧାରାରେ ବର୍ଷା ଯୋଗୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ତ ଆଉ କେଉଁଠି ବୁଡ଼ିଛି ଟ୍ରେନ୍ ଲାଇନ୍ ।

ଚେନ୍ନାଇ: ବାତ୍ୟା ପ୍ରଭାବରେ ତାମିଲନାଡୁ ସମେତ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବର୍ଷାରେ ଉବୁଟୁବୁ ଚେନ୍ନାଇ । ମୂଷଳଧାରାରେ ବର୍ଷା ଯୋଗୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ତ ଆଉ କେଉଁଠି ବୁଡ଼ିଛି ଟ୍ରେନ ଲାଇନ୍ । କିଛି ସ୍ଥାନରେ ବୁଡ଼ିଛି ଗାଡ଼ି ମୋଟର । ଚେନ୍ନାଇରେ ହାଲ ବେହାଲ୍ କରିଛି ବର୍ଷା ଓ ପନବ । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଏୟାରପୋର୍ଟରେ ପଶିଛି ପାଣି ।

ବର୍ଷା ପବନକୁ ଦୃଷ୍ଟିରେ ଚେନ୍ନାଇ ଏୟାରପୋର୍ଟକୁ ରାତି ସାଢ଼େ ଏଗାରଟା ଯାଏ ବନ୍ଦ ରଖାଯାଇଛି । ବହୁ ବିମାନ ଚଳାଚଳ ବାତିଲ ହୋଇଛି । ଗତକାଲି ରାତିରୁ ଅହରହ ବର୍ଷା ହେଉଛି । ଚେନ୍ନାଇ ସମେତ କାଞ୍ଚିପୁରମ, ତିରୁଭାଲୁର ଓ ଚେଙ୍ଗାପାଲୁଟ ଜିଲ୍ଲାରେ ବି ବିତ୍ପାତ ଆଣିଛି ବର୍ଷା । ପାଣିପାଗ ବିଭାଗ ଆଜି ପାଇଁ ତାମିଲାନାଡୁ ଓ ପୁଡୁଚେରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଫଳରେ ଆଗକୁ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.