ଇଣ୍ଡୋନେସିଆର ମେରପି ପର୍ବତଶୃଙ୍ଗରେ ଜ୍ୱାଳାମୁଖୀ ବିସ୍ଫୋରଣ, ୧୧ ପର୍ବତାରୋହୀ ମୃତ, ଅନେକ ନିଖୋଜ

ଇଣ୍ଡୋନେସିଆ ପଶ୍ଚିମ ମେରପି ପର୍ବତଶୃଙ୍ଗରେ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି ।

ଇଣ୍ଡୋନେସିଆ ପଶ୍ଚିମ ମେରପି ପର୍ବତଶୃଙ୍ଗରେ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗ୍ନେୟଗିରି ନିକଟରେ ତିନି ଆରୋହଣକାରୀଙ୍କ ମୃତଦେହ ମିଳିଥିବା ରିଲିଫ ଏବଂ ଉଦ୍ଧାରକାରୀ ଦଳର ଲୋକମାନେ କହିଛନ୍ତି ।

ସୂଚନାଯୋଗ୍ୟ, ସୁମାତ୍ରା ଦ୍ବୀପରେ ଥିବା ମେରପି ଶୃଙ୍ଗରେ ଜ୍ୱାଳାମୁଖୀ ବିସ୍ଫୋରଣ ହେବା ଯୋଗୁଁ ୩,୦୦୦ ମିଟର୍ ଉଚ୍ଚର ଗୋଟାଏ ପାଉଁଶ ସ୍ତମ୍ଭ ଉଠିଥିଲା । ଫଳରେ ଆଖପାଖ ଅଞ୍ଚଳରେ ଜ୍ୱାଳାମୁଖୀ ବିସ୍ଫୋରଣ ଚାରିଆଡେ ଖସି ପାଉଁଶରେ ପୋତି ହୋଇ ପଡିଥିଲା ।  ଆଗ୍ନେୟଗିରି ଉଦ୍ଗୀରଣ ସ୍ଥଳ ନିକଟରେ ଦୁଇଟି ପର୍ବତ ଆରୋହଣ ମାର୍ଗ ବନ୍ଦ ହୋଇଯାଇଛି । ଆଗ୍ନେୟଗିରି ଉଦ୍ଗୀରଣ ପରେ ଆଗ୍ନେୟଗିରି ପାଉଁଶ ୩,୦୦୦ ମିଟର ଦୂରରେ ବ୍ୟାପିଗଲା । ସତର୍କତା ସ୍ୱରୂପ ଲୋକଙ୍କୁ ଚଷମା ପିନ୍ଧିବାକୁ ପ୍ରଶାସନ ପରାମର୍ଶ ଦେଇଛି ତେବେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ହୋଇନାହିଁ ।

ଘଟଣା ଦିନ ୭୫ ପର୍ବତାରୋହୀ ମାଉଣ୍ଟ ମେରପିକୁ ଯାଇଥିଲେ । ଏହାଛଡା ଲାଭା ଉଦ୍ଗୀରଣ ହେବାର ଆଶଙ୍କା ଥିବାରୁ ଗ୍ରାମବାସୀଙ୍କୁ ୩ କିଲୋମିଟର୍ ଦୂରରେ ରହିବାକୁ ସରକାରୀ ଅଧିକାରୀମାନେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.