ନରକ ଚତୁର୍ଦ୍ଦଶୀରେ ଖାସ୍‌ ଉପାୟରେ କରନ୍ତୁ ସ୍ନାନ, ଦୂର ହେବ ସବୁ ପାପ

ଆଲୋକର ପର୍ବ ଦୀପାବଳି। ଏହି ପର୍ବକୁ ସମସ୍ତେ ଚାହିଁ ରହିଥାନ୍ତି। ହିନ୍ଦୁ ଧର୍ମରେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି। ଏହି ପାଞ୍ଚ ଦିବସୀୟ ପର୍ବର ଆରମ୍ଭ ଧନତେରସ୍‌ରୁ ହିଁ ହୋଇଥାଏ। ଧନତେରସ ପରେ ଦ୍ୱିତୀୟ ଦିନ ନରକ ଚତୁର୍ଦ୍ଦଶୀ ପଡିଥାଏ। ଏହାକୁ ରୂପ ଚୌଦସ ମଧ୍ୟ କୁହାଯାଏ। ମାନ୍ୟତା ରହିଛି କି ଏହିଦିନ ସକାଳୁ ଜଲଦି ଉବତନ ଲଗାଇ ଗାଧୋଇବା ଦ୍ୱାରା ଗୋରାପଣ ଆସିଥାଏ ଏବଂ ସୌନ୍ଦର୍ଯ୍ୟ ବଢିଥାଏ। ଆଜି ଦିନର ସ୍ନାନକୁ ନର୍କ ମୁକ୍ତି ପାଇବା ସହିତ ମଧ୍ୟ ଯୋଡା ଯାଇଛି। ଏହିଦିନ ସ୍ୱତନ୍ତ୍ର ଭାବେ ସ୍ନାନ କରିବା ଦ୍ୱାରା ସବୁ ପାପ ନଷ୍ଟ ହୁଏ ଏବଂ ନର୍କ ଯିବା ଭୟରୁ ମୁକ୍ତି ମିଳିଥାଏ।

ଆଲୋକର ପର୍ବ ଦୀପାବଳି ଓ ଧନତେରସ୍ ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ମାନ୍ୟତା ରହିଛି, ଏହି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରି ଥାଆନ୍ତି ଏବଂ ବର୍ଷ ସାରା ପରିବାରରେ ହସ, ଖୁସି ଲାଗି ରହିଥାଏ। ଦୀପାବଳିର ଠିକ୍‌ ଗୋଟିଏ ଦିନ ପୂର୍ବରୁ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ନରକ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଇଥାଏ

ଏହି ଦିନ କେମିତି କରିବେ ସ୍ନାନ:

ନରକ ଚତୁର୍ଦ୍ଦଶୀ ଦିନ ଧର୍ମ ଏବଂ ଜ୍ୟୋତିଷରେ ବିଶେଷ ଭାବେ ସ୍ନାନ କରିବା ଦରକାର। ଏଥିପାଇଁ ହଳଦୀ, ଚନ୍ଦନ, କେସର, ଓ କ୍ଷୀର ମିଶାଇ ଉବତନ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇ ସ୍ନାନ କରନ୍ତୁ। ଏମିତି କଲେ ଗୋରାପଣ ବଢିଥାଏ ଏବଂ ଜୀବନରେ ସକାରାତ୍ମକତା ମଧ୍ୟ ଆସିଥାଏ।

ଏହାଛଡା ଗାଧୋଇବା ସମୟରେ ରାଶି ତେଲରେ ଦେହକୁ ମାଲିସ କରିବା ପରେ ଏକ ଔଷଧୀୟ ଗଛ ଅପାମାର୍ଗ(ଚିରଚିରା)କୁ ମୁଣ୍ଡ ଉପରେ ୩ ଥର ବୁଲାଇବା ପରେ ଏହାର ପତ୍ରକୁ ପାଣିରେ ପକାନ୍ତୁ। ତା ସହିତ ଦକ୍ଷିଣ ଦିଗକୁ ମୁହଁ କରି ୟମରାଜ ଠାରୁ ପାପ କ୍ଷମା ମାଗିବା ପାଇଁ ପ୍ରାର୍ଥନା କରନ୍ତୁ। ଏମିତି କଲେ ପାପ ନଷ୍ଟ ହୋଇଯାଏ, ନର୍କ ଯିବା ଭୟ ମଧ୍ୟ ଚାଲିଯାଏ। ଆଜି ଗାଧୋଇବା ପରେ ହଳଦିଆ ରଙ୍ଗର କପଡା ପିନ୍ଧନ୍ତୁ।

ନରକ ଚତୁର୍ଦ୍ଦଶୀ ଦିନ ଦୀପଦାନ ପ୍ରଦୋଷ କାଳରେ କରାଯାଇଥାଏ। ଜ୍ୟୋତିଷ ଆଚାର୍ଯ୍ୟଙ୍କ ଅନୁସାରେ, ଏହି ଦିନ ସକାଳ ୬ଟା ପୂର୍ବରୁ ସ୍ନାନ କରିବା ଆପଣଙ୍କ ପାଇଁ ଉତ୍ତମ ରହିବ। ନରକ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାରେ ୧୪ଟି ଦୀପ ଲଗାନ୍ତୁ। ଏମିତି କରିବା ଦ୍ୱାରା ଜୀବନର ସବୁ ଦୁଃଖ, ଚିନ୍ତା, ଅନ୍ଧକାର ଦୂର ହୋଇଯାଏ। ଦୀପ ଆଲୋକରେ ଜୀବନରେ ସୁଖ ସକାରାତ୍ମକତା ସଂଚାର ହୋଇଥାଏ। ଏହି ଦିନ ରାଶି ତେଲରେ ଦୀପ ଲଗାନ୍ତୁ। ଘରେ ଦୀପ ଜଳାଇବା ସହିତ ଅଶ୍ୱତ୍ଥ ଗଛ ତଳେ ଏବଂ ପାଖରେ ଥିବା ମନ୍ଦିରରେ ଦୀପ ଲଗାନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.