ଗ୍ରାହକଙ୍କୁ ଅନାଦି ଭାଇଙ୍କ ଦାଗିଦ୍ : “ବିନା ହେଲମେଟରେ ଚା’ ନାହିଁ “

ରାଜ୍ୟରେ ସଡକ ଦୁର୍ଘଟଣା ଏକ ଭୟଙ୍କର ରୁପ ଗ୍ରହଣ କରିଛି। ନିତିଦିନ ଦୁର୍ଘଟଣା ଖବର ଆସିବା ଏକ ସାଧାରଣ କଥା ପାଲଟିଗଳାଣି। ତେବେ ସବୁଠାରୁ ଅଧିକ ଖରାପ ଅବସ୍ଥା ରହିଛି କେନ୍ଦୁଝର ଜିଲ୍ଲାର। ଇତି ମଧ୍ୟରେ ୨୩୦ ପାର ହୋଇ ସାରିଲାଣି ସଡକ ଦୂର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଏଥିପାଇଁ ବିଭିନ୍ନ ଥାନା ଅଂଚଳରେ ହେଲମେଟ ଚେକିଂ କୁ କଡା କଡି କରାଯାଇଛି କାରଣ ମୁଣ୍ଡ ବଂଚିଲେ ଦେହ ବଂଚିବ । ଏ ଭଳି ସ୍ଥିତିରେ ସଡ଼କ ଦୁର୍ଘଟଣାକୁ କମାଇବା ପାଇଁ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ଆରାମ୍ଭ କରାଯାଇଛି।

helmet

ସବୁବେଳେ ପ୍ରଶାସନ କିମ୍ବା ପୋଲିସ ଚାହିଁଲେ କୌଣସି ପରିବର୍ତ୍ତନ ହୋଇ ପାରିବ ତାହା ନୁହଁ ଏଥିପାଇଁ ଆମକୁ ମଧ୍ୟ ସଚେତନ ହେବାକୁ ପଡ଼ିବ । ତେଣୁ ଜଣେ ଉଚ୍ଚ ଶିକ୍ଷିତ ଚା ଦୋକାନୀ ଅନାଦି ଚରଣ ପ୍ରଧାନ କେନ୍ଦୁଝରରେ ଆରମ୍ଭ କରିଛନ୍ତି ଅଭିନବ ଉପାୟ। ସେଠାରେ ସେ ଚା ପିଇବାକୁ ଦେଲେ ପ୍ରଥମେ ଜଣେ ବାଇକ ଚାଳକ ନିଜ ହେଲମେଟ ପିନ୍ଧି ଆସିବାକୁ ପଡିବ ବୋଲି ନିୟମ ରଖିଛନ୍ତି।ଏହି ନିୟମ ସେ ଗତ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ କରିଛନ୍ତି।

 

ଚା ଦୋକାନୀ ଜଣଙ୍କ ପ୍ରଥମେ ନିଜ ଚା ଯୋଗେ ଗରାଖଙ୍କ ମନ ଜିଣିବା ପରେ ଏପରି ନିୟମ ଲାଗୁ କରିଛନ୍ତି। ଏଥିସହ ସେ କିଛି ମାତ୍ରାରେ ଅର୍ଥ ପ୍ରତି ସପ୍ତାହରେ ରେଡକ୍ରସକୁ ଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରୋଗୀ ଭିକାରୀ ତଥା ବୟସର ଅପରାହ୍ନରେ ପଂହଂଚିଥିବା ବ୍ୟକ୍ତିଙ୍କ ପାଇଁ ମାଗଣା ଚା ବ୍ୟବସ୍ଥା ମଧ୍ୟ ସେ କରିଛନ୍ତି।

ଆହୁରି ପଢ଼ନ୍ତୁ : ଦୁର୍ଦ୍ଦିନରେ ’ମାଟିର ମଣିଷ’

ଆଉ ଏହା ସଙ୍ଗେ ସଙ୍ଗେ ବର୍ତମାନ ସଡକ ଦୁର୍ଘଟଣା ରେ ଅନେକ ଲୋକ ମୃତ୍ୟୁବରଣ କରୁଥିବା ନେଇ ତାଙ୍କ ଚା ଦୋକାନ ଥିବା ଓଡିଶା ସ୍ପଞ୍ଜ ଆଇରନ ଛକରେ ଅନେକ ଦୁର୍ଘଟଣା ଘଟି ବହୁ ଲୋକ ମୃତ୍ୟୁ ବରଣ କରିଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଏକ ଅଭିନବ ଉପାୟ ସେ ବାଛି ନେଇଛନ୍ତି।