ଜାକର୍ତ୍ତା ଏସୀୟ କ୍ରୀଡ଼ା ଉଦଘାଟିତ

ପାଲେମବାଙ୍ଗ (ଜାକର୍ତ୍ତା) : ଇଣ୍ଡୋନେସିଆର ଜାକର୍ତ୍ତାରେ ଉଦଘାଟିତ ହୋଇଛି ଅଷ୍ଟାଦଶ ଏସୀୟ କ୍ରୀଡ଼ା । ଏଠାକାର ଜିବିକେ ଷ୍ଟାଡିୟମରେ ଆକର୍ଷଣୀୟ, ବର୍ଣ୍ଣାଢ୍ୟ ସାଂସ୍କ୍‌ତିକ କାର୍ଯକ୍ରମ ଭିତରେ ୪୫ଟି ଅଂଶଗ୍ରହଣକାରୀ ଦେଶର ୧୭ ହଜାର ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ଅତି ଚମତ୍କାର ଥିଲା । ଭାରତର ୫୬୯ ଜଣିଆ ଆଥଲେଟ୍ ଦଳ ହାତରେ ଛୋଟ ଛୋଟ ତ୍ରିରଙ୍ଗା ଧରି ଚାଲିଥିଲେ । ଆଗରେ ବଡ଼ ଜାତୀୟ ପତାକା ଧରିଥିଲେ ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା। ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ଉଦଘାଟନୀ ଉତ୍ସବ । ବିଶେଷ ଆକର୍ଷଣ ଥିଲା ଇଣ୍ଡୋନେସିଆର ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ଗୀତ ସାଙ୍ଗକୁ ୪ ହଜାର ଶିଳ୍ପୀଙ୍କ ନ୍‌ତ୍ୟ ପରିବେଷଣ । ତା ସହିତ ଆତସବାଜିରେ ଝଲସି ଉଠିଥିଲା ଅଗଷ୍ଟ ୧୮ ତାରିଖ ରାତିର ଆକାଶ । ଆସନ୍ତା ସେପଟେମ୍ବର ୨ ତାରିଖ ପର୍ଯନ୍ତ ଇଣ୍ଡୋନେସିଆର ଦୁଇଟି ସହର ଜାକର୍ତ୍ତା ଓ ପାଲେମବାଙ୍ଗରେ ଚାଲିବ ଏହି କ୍ରୀଡ଼ା ମହାକୁମ୍ଭ।

INAUGURATION-2

ଐତିହାସିକ ମୁହୂର୍ତ୍ତ
ନିଜେ ବାଇକ୍ ଚଳାଇ ଷ୍ଟାଡିୟମ୍ ଭିତରକୁ ଆସିଥିଲେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ। ଶୀତକାଳୀନ ଅଲିମ୍ପିକ୍ସ ଭଳି ପୁଣି ଥରେ ଉତ୍ତର ଓ ଦକ୍ଷିଣ କୋରିଆ ଗୋଟିଏ ଦଳ ଭାବେ ମାର୍ଚ୍ଚପାଷ୍ଟରେ ଭାଗ ନେଇଥିଲେ ।

INDIA TEAM IN OPENING CEREMONEY

ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଇଣ୍ଡୋନେସିଆ ସରକାର ଏସୀୟ କ୍ରୀଡ଼ା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ୧୦ ହଜାର ପୋଲିସ୍ ଓ ସେନା କର୍ମଚାରୀଙ୍କୁ ଷ୍ଟାଡିୟମ ଏବଂ ଖେଳାଳିଙ୍କ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ଶାନ୍ତି ଶ୍ଙ୍ଖଳା ରକ୍ଷା ପାଇଁ ଗତ ମାସକ ମଧ୍ୟରେ ପ୍ରାୟ ୧୨ ଜଣ ହାର୍ଡ଼କୋର ଅପରାଧୀଙ୍କୁ ଗୁଳି କରି ମାରି ଦିଆଯାଇଥିବା ବେଳେ ୭୦୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରାଯାଇଛି ।

କାଲିଠାରୁ ପ୍ରତିଯୋଗିତା
ପୂର୍ବରୁ କିଛି ପ୍ରତିଯୋଗିତାର ପ୍ରାରମ୍ଭିକ ରାଉଣ୍ଡ ଚାଲିଥିବା ବେଳେ ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବେ କ୍ରୀଡ଼ା ଇଭେଣ୍ଟ ସବୁ ଆରମ୍ଭ ହେବ ।

Leave A Reply

Your email address will not be published.