ଆସନ୍ତା କାଲି କିଛି ସମୟ ଠପ୍ ରହିବ ରେଲୱେ ବ୍ୟବସ୍ଥା : ଦିଲ୍ଲୀରେ ଅନଲାଇନ୍ ଟିକେଟ୍ ବୁକିଂରେ ମଧ୍ୟ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ : ଭାରତୀୟ ରେଳରେ ନିତିଦିନ ଯାତ୍ରା କରୁଥିବା ଲକ୍ଷାଧିକ ଲୋକଙ୍କ ପାଇଁ ବହୁ ଦୁଃଖର ଖବର। ଆସନ୍ତା କାଲି ଯାତ୍ରୀଙ୍କୁ ଟିକେଟ ବୁକିଂ କରିବା ପାଇଁ କିଛିଟା ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ସୂଚନା ଅନୁଯାୟୀ, ଦିଲ୍ଲୀରେ ଯାତ୍ରୀ ରିଜର୍ଭବେସନ୍ ସିଷ୍ଟମକୁ ଅପଗ୍ରେଡ଼ର କାମ ଆରମ୍ଭ କରାଯାଉଛି। ଯାହା ଅନ୍ତଗର୍ତ ଆସନ୍ତା କାଲି କିଛି ସମୟ ପର୍ୟ୍ୟନ୍ତ ଅସୁବିଧାର ସାମ୍ନା କରିବାକୁ ପଡ଼ିବ। କିଛି ସମୟ ପର୍ୟ୍ୟନ୍ତ ଅନଲାଇନ୍ ବୁକିଂ ଏବଂ କ୍ୟାନସଲଲେସନ୍ କରାଯାଇ ପାରିବ ନାହିଁ।

indian-railway-website

ରେଲୱେର ପଚାରଉଚରା ସେବା ୧୩୯ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବ। ଯାତ୍ରୀଙ୍କୁ ଏଥିରେ ଫୋନ ଦ୍ବାରା ଟ୍ରେନ ଏବଂ ପିଏନଆରର କୌଣସି ସୂଚନା ମିଳିପାରିବ ନାହିଁ। ଏହା ବିଷୟରେ ରେଲୱେ ପୂର୍ବରୁ ହିଁ ସୂଚନା ପ୍ରଦାନ କରିଛି।

ଆହୁରି ପଢ଼ନ୍ତୁ : ସହାୟତାର ହାତ : କେରଳ ଗଲା ଓଡ଼ିଶା ଅଗ୍ନିଶମ ବିଭାଗର ୨୪୦ ଜଣିଆ ଟିମ୍

ରେଲୱେ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଳୀରେ ୧୮ ଏବଂ ୧୯ ଅଗଷ୍ଟରେ ଯାତ୍ରୀ ରିଜର୍ଭଭେସନ୍ ସିଷ୍ଟମ ଅପଗ୍ରେସନର କାମରେ ବ୍ୟସ୍ତ ରହିବ। ଯାହା ପାଇଁ ୧୮ ଅଗଷ୍ଟ ଦ୍ବିପହର ୨: ୧୫ ରୁ ୩:୧୫ ପର୍ୟ୍ୟନ୍ତ ଏବଂ ରାତି ୧୧:୪୫ ରୁ ୧୯ ତାରିଖ ୧:୪୫ ପର୍ୟ୍ୟନ୍ତ କିଛି ସେବା ଅସ୍ଥାୟୀ ଭାବେ ବନ୍ଦ ରହିବ। ଏହି ସମୟରେ ଦିଲ୍ଲୀ ସ୍ଥିତ ପିଆରଏସ ସେବା, ରିଜର୍ବଭେସନ୍ କାଉଣ୍ଟର ଏବଂ ପଚରାଉଚରା ଦୂରଭାଷା ସଂଖ୍ୟା-୧୩୯ ଆଦି ପ୍ରଭାବିତ ହେବ।

ଅଗଷ୍ଟ ୧୫ରୁ ୩୦୦ରୁ ଅଧିକ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏଥି ଅନ୍ତର୍ଗତ ଉତ୍ତର ରେଲୱେର ବିଭିନ୍ନ ଷ୍ଟେସନରୁ ଯାତ୍ରା କରୁଥିବା ଅନେକ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ରାଜଧାନୀ ,ଶତାବ୍ଦି ସମେତ ପାଖାପାଖି ୨୦୦ଟି ଏକ୍ସପ୍ରେସ ଟ୍ରେନର ସମୟ ବଦଳିଛି।

Leave A Reply

Your email address will not be published.