Below header

ଆଠଗଡ଼ ମାଟିରେ ଫଳୁଛି ଥାଇଲାଣ୍ଡର ବରକୋଳି, କିଲୋ ପ୍ରତି ୧୦୦ ଟଙ୍କାରେ ହେଉଛି ବିକ୍ରି

ଆଠଗଡ଼ ମାଟିରେ ଫଳୁଛି ଥାଇଲାଣ୍ଡର ବରକୋଳି ଗଛରେ ଫଳିଛି ପେନ୍ଥା ପେନ୍ଥା ଥାଇଲାଣ୍ଡର ବରକୋଳି । ଏହି କୋଳି ଦେଖିବାକୁ ଯେମିତି ସୁନ୍ଦର ସ୍ବାଦ ବି ତାହାଠାରୁ ଅଧିକ ।

ଆଠଗଡ(କେନ୍ୟୁଜ୍‌) :   ଆଠଗଡ଼ ମାଟିରେ ଫଳୁଛି ଥାଇଲାଣ୍ଡର ବରକୋଳି ଗଛରେ ଫଳିଛି ପେନ୍ଥା ପେନ୍ଥା ଥାଇଲାଣ୍ଡର ବରକୋଳି । ଏହି କୋଳି ଦେଖିବାକୁ ଯେମିତି ସୁନ୍ଦର ସ୍ବାଦ ବି ତାହାଠାରୁ ଅଧିକ । ପାରମ୍ପରିକ କୃଷି ପଦ୍ଧତିକୁ ଛାଡ଼ି ଥାଇଲାଣ୍ଡ କୋଳି ଚାଷ ପାଇଁ ମନ ବଳାଇଛନ୍ତି କଟକ ଜିଲ୍ଲା ଆଠଗଡ଼ ବ୍ଲକ ନୂଆବନ୍ଧ ଗାଁର ଅମିୟ କୁମାର ଜେନାଙ୍କ ପାରିବାର ।

ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟକରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉ ଥିବା ଅମିୟ ଜେନାଙ୍କୁ ୟୁଟ୍ୟୁବ ଦେଖାଇଲା ରୋଜଗାରର ନୂତନ ବାଟ । ୟୁଟ୍ୟୁବରୁ ପ୍ରଶିକ୍ଷଣ ନେଇ ଥାଇଲାଣ୍ଡର ବରକୋଳି ଚାଷ ପାଇଁ ମନ ବଳାଇଥିଲେ । ଓଡ଼ିଶାରେ ଏହି ଚାରା ମିଳୁ ନଥିବାରୁ କୋଲକତାରୁ ଚାରା ଆଣି ଚାଷ କରିଛନ୍ତି ଅମିୟ। ପଡ଼ିଆ ପଡ଼ିଥିବା ପ୍ରାୟ ୩ ଏକର ପରିମିତ ଜମିରେ ୫ ଶହ ଥାଇଲାଣ୍ଡ ବରକୋଳି ଗଛ ଲଗାଇଛନ୍ତି ।

ନିଜେ ରୋଜଗାରକ୍ଷମ ହେବା ସହ କିଛି ଲୋକଙ୍କୁ ଦେଇଛନ୍ତି ରୋଜଗାର ପନ୍ଥା । ଗୋଟାଏ ଗଛରୁ ପାଖା ପାଖି ୩୦ କିଲୋ ବରକୋଳି ଉତ୍ପାଦିତ ହେଉଥିବା ବେଳେ ଗୋଟିଏ ଋତୁରେ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିବା କହିଛନ୍ତି ଚାଷୀ ଅମିୟ । ସବୁଠୁ ବଡ଼ କଥା ହେଲା ଇଟାଲୀର ପର୍ଯ୍ୟଟକ ମାନେ ଆସି ଏହି ଫାର୍ମ ବୁଲିବା ସହ ଏହି କୋଳିକୁ ଖାଇ ଉତ୍ସାହିତ ହେଇଥିଲେ। କିଛି କୋଳି ମଧ୍ୟ କିଣିଥିଲେ । ଏହା ଦ୍ବାରା ଚାଷୀଙ୍କ ଉନ୍ନତି ହେବା ସହ ବିଦେଶରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଛନ୍ତି ଚାଷୀ ।

bara koli

ଦିନେ ଯେଉଁ କ୍ଷେତରେ କୌଣସି ଚାଷ ହେଉନଥିଲା ସେଠି ଆଜି ହୋଇଛି ବିଭିନ୍ନ ପ୍ରକାରର ଚାଷ। ମାତ୍ର ୮ ମାସ ମଧ୍ୟରେ ଫଲିଛି ପେନ୍ଥା ପେନ୍ଥା ଥାଇଲାଣ୍ଡର କୋଳି । ଫଳ ଦେଖିବକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ । ଏବେ ବଜାରରେ ଏକ କିଲୋ କୋଳି ପ୍ରତି ୧୦୦ ଟଙ୍କା ରେ ବିକ୍ରି ହେଉଥିବା ବେଳେ ବ୍ୟବସାୟୀମାନେ ୮୦ ଟଙ୍କାରେ କିଣି ବିକ୍ରି କରୁଛନ୍ତି ।

କେବକ ସେତିକି ନୁହେଁ ଥାଇଲାଣ୍ଡ କୋଳି ସାଙ୍ଗକୁ ପିଜୁଳି, ମହୁ, ଆମ୍ବୃତ ଭଣ୍ଡା, ମାଛ ଚାଷ ଭଳି ଅନେକ ପ୍ରକାରର ଚାଷ କରୁଛନ୍ତି ଅମୀୟ,ଏହା ଦ୍ବାରା ସେ ଲାଭବାନ ହେବା ସହିତ ଆଗକୁ ଆହୁରି ଅଧିକ ରୁ ଅଧିକ ଚାରା ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହା କେବଳ ସମ୍ଭବ ହୋଇଛି ଅମୀୟ ଙ୍କ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ପାଇଁ। ଭଲ ଦୁଇପଇସା ଲାଭ ପାଇବା ସହିତ ଚାଷୀଙ୍କୁ ସରକାର ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦେଇଥିବା ଓ ସେହି ସରକାରୀ ସୁବିଧାରୁ ଲାଭ ଉଠାଇ ଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଯୁବ ଚାଷୀ ।

କେବଳ ଥାଇଲାଣ୍ଡ କୋଳି ନୁହେଁ ବରଂ ଅମୀୟ ତାଙ୍କ ନର୍ସରୀରେ ପିଜୁଳି , ଆମ୍ବ, ଅମୃତଭଣ୍ଡା, ମହୁ, କାଜୁ, ନଡ଼ିଆ, ସହିତ ମାଛ ଚାଷ ଭଳି ବିଭିନ୍ନ କିସମର ଚାଷ କରିଛନ୍ତି। ଏଭଳି ଚାଷ କରି ମଧ୍ୟ ତାଙ୍କୁ ବେଶ୍ ଭଲ ଦୁଇ ପଇସା ରୋଜର ମିଳିବା ସହିତ କିଛି ପରିବାର କୁ ରୋଜଗାର କ୍ଷମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.