Below header

ସକାଳୁଆ ହେଲା ଅଙ୍ଗନବାଡି, ପୂର୍ବରୁ ସ୍କୁଲ ସକାଳୁଆ ଘୋଷଣା ହୋଇଥିଲା

ସକାଳୁଆ ହେଲା ରାଜ୍ୟର ସବୁ ଅଙ୍ଗନବାଡି । ସରକାର ଦେଲେ ନିର୍ଦ୍ଦେଶ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ଘୋଷଣା ହୋଇଥିଲା ।

କେନ୍ୟୁଜ(ବ୍ୟୁରୋ) : ସକାଳୁଆ ହେଲା ରାଜ୍ୟର ସବୁ ଅଙ୍ଗନବାଡି । ସରକାର ଦେଲେ ନିର୍ଦ୍ଦେଶ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ଘୋଷଣା ହୋଇଥିଲା । ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା ୩୦ ଯାଏ ଅଙ୍ଗନବାଡି ଚାଲିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଓଡ଼ିଶାରେ ତାପମାତ୍ରା ବଢ଼ିବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇଥିଲା । ଏବେ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ ।  ଏହାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ଅଙ୍ଗନବାଡି ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

ପୂର୍ବରୁ ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ଘୋଷଣା ହୋଇଥିଲା ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ସରକାରୀ, ବେସରକାରୀ , ଅନୁଦାନ ପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ସ୍କୁଲରେ ଏହା ଲାଗୁ ହୋଇଥିଲା  । ଏହା ସହ ସ୍କୁଲରେ ଗ୍ରୀଷ୍ମ ମୁକାବିଲା ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମହଜୁଦ ରଖାଯିବ । ବିଶୁଦ୍ଧ ପାନୀୟ ଜଳ ସହ ଓଆରଏସ ଏବଂ ଅନ୍ୟ ସାମଗ୍ରୀ ମହଜୁଦ ରଖାଯିବ । ଖରାର ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏହା ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.