ଚିକେନରେ ପଡିନଥିଲା ଲଙ୍କା ସ୍ୱାମୀକୁ ଆସିଲା ରାଗ, ତାପରେ ସ୍ତ୍ରୀକୁ ଛାତରୁ ଫୋପାଡିଦେଲା ତଳକୁ

ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଚିକେନରେ ଠିକ୍‌ ଭାବେ ମସଲା ପଡିନଥିବା କାରଣରୁ ଛାତରୁ ତଳକୁ ଫୋପାଡିଦେଲେ । ତେବେ ଆଶ୍ଚର୍ଯ୍ୟକର ଘଟଣା ଏହା ଯେ ଏହିସବୁ ଘଟଣା କ୍ୟାମେରାରେ କଏଦ ହୋଇଯାଇଛି । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଚିକେନ୍‌ ତରକାରୀ ରାଗ ଲାଗିଲା ବୋଲି ସ୍ତ୍ରୀକୁ ଛାତରୁ ତଳକୁ ଠେଲିଲା ସ୍ୱାମୀ । ଏମିତି ଏକ ଛାତିଥରା ଘଟଣା ଘଟିଛି ପାକିସାନରେ । ପାକିସ୍ତାନର ଲାହୋରରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଚିକେନରେ ଠିକ୍‌ ଭାବେ ମସଲା ପଡିନଥିବା କାରଣରୁ ଛାତରୁ ତଳକୁ ଫୋପାଡିଦେଲେ । ତେବେ ଆଶ୍ଚର୍ଯ୍ୟକର ଘଟଣା ଏହା ଯେ ଏହିସବୁ ଘଟଣା କ୍ୟାମେରାରେ କଏଦ ହୋଇଯାଇଛି । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସିସିଟିଭି ଫୁଟେଜରେ ଆପଣ ଦେଖୁପାରୁଥିବେ ଯେ କିପରି ଭାବେ ମହିଳା ଜଣଙ୍କ ଛାତ ଉପରୁ ତଳକୁ ଡେଉଁଛନ୍ତି । ତଳକୁ ମହିଳା ଜଣଙ୍କ ଏତେ ଜୋରରେ ଆସି ଖସି ପଡୁଛନ୍ତି ତ ତାଙ୍କ ଚିତ୍କାର ପାଖ ପଡୋଶୀଙ୍କୁ ବି ଶୁଣାଇଦେଲା । ଯାହାପରେ ସେମାନେ ମହିଳାଙ୍କ ପାଖକୁ ଦୌଡି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣାର ତୁରନ୍ତ ପରେ ହିଁ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ମହିଳାଙ୍କ ସ୍ୱାମୀ, ଶାଶୁ ଏବଂ ଦିଅର ବିରୁଦ୍ଧରେ ମାମଲା ରୁଜୁ କରିଛି । ଗିରଫ କରି ପୋଲିସ ଯାଞ୍ଚ ପ୍ରକ୍ରୀୟା ଆରମ୍ଭ କରିଦେଇଛି । ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କଅଚାନକ ଛାତ ଉପରୁ ତଳକୁ ଖସି ମାଟିରେ ଦୁମକି ପଡୁଛନ୍ତି । ସ୍ପଷ୍ଟ ଦେଖାଯାଉଛି ଯେ ଜଣେ ଛୋଟ ପିଲା ପୀଡିତାଙ୍କ ଘରର ପାଟିତୁଣ୍ଡ ଶୁଣି ନିଜ ଘରର କବାଟ ଖୋଲୁଛନ୍ତି ଆଉ ଉପରକୁ ଚାହିଁ ଦେଖୁଛନ୍ତି ତ ମହିଳା ଜଣଙ୍କ ଚିଲାଉଛନ୍ତି ଏବଂ ସଙ୍ଗେ ସଙ୍ଗେ ହିଁ ତଳକୁ ଖସି ପଡୁଛନ୍ତି । ଯାହାପରେ ଭୟରେ ପିଲାଟି ଡୋର ବନ୍ଦ କରିଦେଉଛି । ମହିଳାଙ୍କ ଗୋଡରେ ଗମ୍ଭୀର ଆଘାତ ଲାଗିଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.