Below header

ନିଜ ମୁଣ୍ଡରେ ନଡିଆ ଭାଙ୍ଗିବା ପଡିଲା ମହଙ୍ଗା, ଯାହା ହେଲା ଭିଡିଓ ଦେଖିଲେ ହୋଇଯିବେ ଚକିତ

ଭାଇରାଲ କ୍ଲିପ୍‌ରେ ଦେଖିବାକୁ ମିଳୁଛି ଯେ, ବ୍ୟକ୍ତି ଜଣଙ୍କ ନିଜ ମୁଣ୍ଡରେ ଏକ ନଡ଼ିଆ ଫଟାଉଛନ୍ତି । ତେବେ ନଡିଆ ଫଟାଇବା ପରେ, ତାଙ୍କ ସହ ଯାହା ଘଟିଲା ତାହା ସମସ୍ତଙ୍କ ହୋସ୍ ଉଡାଇଦେଲା ।

ଭାରତରେ ଲୋକମାନେ କିଛି ଅଲଗା କରିବାକୁ ପସନ୍ଦ କରିଥାନ୍ତି, ଯାହା ଦ୍ୱାରା ସେମାନେ ଯେମିତି ଲୋକଲୋଚନକୁ ଆସିପାରିବେ । ଭଲ ମନ୍ଦ ବିଚାର ନକରି ବିଭିନ୍ନ ପ୍ରକାରର ପଥ ଆପଣାଇଥାନ୍ତି ଏମାନେ । ଖାସ୍ କରି ଷ୍ଟଣ୍ଟ । ହେଲେ ଏହି ଷ୍ଟଣ୍ଟ ସବୁବେଳେ ଠିକ୍ ସାବ୍ୟସ୍ତ ହୋଇନଥାଏ । ଏହି ଷ୍ଟଣ୍ଟ ବେଳେବେଳେ ଜୀବନ ବି ନେଇଯାଇଥାଏ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଭିଡିଓରେ ଯାହା ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ମନ୍ଦିରରେ ଏକ ନିଆରା ଷ୍ଟଣ୍ଟ କରୁଛନ୍ତି  । ବ୍ୟକ୍ତିଙ୍କ ବେଶରୁ ଯାହା ଜଣାପଡୁଛି କି ସେ ପୂଜା କରୁଛନ୍ତି । ତେବେ ଭାଇରାଲ କ୍ଲିପ୍‌ରେ ଦେଖିବାକୁ ମିଳୁଛି ଯେ, ବ୍ୟକ୍ତି ଜଣଙ୍କ ନିଜ ମୁଣ୍ଡରେ ଏକ ନଡ଼ିଆ ଫଟାଉଛନ୍ତି । ତେବେ ନଡିଆ ଫଟାଇବା ପରେ, ତାଙ୍କ ସହ ଯାହା ଘଟିଲା ତାହା ସମସ୍ତଙ୍କ ହୋସ୍ ଉଡାଇଦେଲା ।

ଏହି ବ୍ୟକ୍ତି ଜଣକ ଏକ ପୂଜା ଚାଲିଥିବା ବେଳେ ନିଜ ହାତରେ ଗୋଟିଏ ନଡ଼ିଆ ଧରି ଜପ କରୁଥିଲେ । ଯାହା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଏହାପରେ ଉକ୍ତ ନଡ଼ିଆଟିକୁ ସେ ନିଜ ମୁଣ୍ଡରେ ପିଟି ଫଟାଇଥିଲେ । ନଡିଆଟା ସିନା ଫାଟିଗଲା, ହେଲେ କେଇ ସେକେଣ୍ଡ ଭିତରେ ବ୍ୟକ୍ତି ଜଣକ ତଳେ ଟଳିପଡିଥିଲେ ।

 

View this post on Instagram

 

A post shared by Dr. sosmedt (@dr.sosmedt)


ଏହି ଭିଡିଓଟି ପୋଷ୍ଟ ହେବାର କିଛି ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ଏକ ବଡ ବିତର୍କ ଆରମ୍ଭ ହୋଇଯାଇଥିଲା । ଏଭଳି ବିପଜ୍ଜନକ ପଦକ୍ଷପକୁ ସଭିଏଁ ନାପସନ୍ଦ କରିଥିଲେ । ତେବେ ଏହି ଭିଡିଓ ଦେଖି ଜଣେ ଉପଭୋକ୍ତା ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଛନ୍ତି ଯେଉଁଥିରେ ଲେଖାହୋଇଛି, ଅପରେସନ୍ ସଫଳତା ସହ ଶେଷ ହେଲା କିନ୍ତୁ ରୋଗୀ ମୃତ୍ୟୁବରଣ କଲା ।

ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ସେ ନିଜକୁ ପ୍ରମାଣ କରିବା ପାଇଁ ନିଜକୁ ବଳିଦାନ ଦେଇଛନ୍ତି । ସେ ଇଶ୍ୱରଙ୍କ ସନ୍ତାନ ବୋଲି ପ୍ରମାଣ କରିବା ପାଇଁ ନିଜକୁ ବଳିଦାନ ଦେଇଛନ୍ତି । ଏହି ସମୟରେ ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ଭାରତ ମଧ୍ୟ ଭାରତୀୟଙ୍କ ପାଇଁ ନୁହେଁ ….!! ତେବେ ଏହି ଭିଡିଓଟି ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.