ମାଛ ଦୋକାନରେ ପହଞ୍ଚି କାଉ କଲା ଏମିତି ଜିଦ୍ଦି, ଦୋକାନୀ ବି ହୋଇଗଲା ଆଶ୍ଚର୍ଯ୍ୟ, ଦେଖନ୍ତୁ Viral Video

ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, ଏକ କାଉ ମାଛ ଦୋକାନରେ ପହଞ୍ଚୁଛି ଏବଂ ଏମିତି ହରକତ କରୁଛି, ଯାହାକୁ ଦେଖି ଖୋଦ ଦୋକାନୀ ବି ଆଶ୍ଚର୍ଯ୍ୟ ହୋଇଯାଉଛି। ଭିଡ଼ିଓରେ କାଉ ଏକ ଜିଦଖୋର ଶିଶୁ ଭଳି ଜିଦ୍ଦି କରୁଛି।

xcx

କାଉ ମାଛ ଦୋକାନ ଯାଇ ସେଠି ଦୋକାନ ଠେଲାରେ ବସୁଛି। ଏହି ସମୟରେ ଦୋକାନୀ କାଉକୁ ଏକ ମାଛ ଖାଇବାକୁ ଦେଉଛି। କିନ୍ତୁ ସେ ନଖରା ଦେଖାଉଛି। ପ୍ରକୃତ କଥା ହେଉଛି, କାଉକୁ ବଡ଼ ମାଛ ଦରକାର ଥିଲା, ତେଣୁ ସେ ଦୋକାନୀ ଦେଉଥିବା ଛୋଟ ମାଛଗୁଡ଼ିକୁ ସାଇଡ କରିଦେଉଥିଲା ଏବଂ କା କା ରାବିବାରେ ଲାଗିଥିଲା। ଶେଷରେ ଦୋକାନୀ କାଉକୁ ଏକ ବଡ଼ ମାଛ ଦେଉଛନ୍ତି ଏବଂ କାଉ ସେହି ମାଛକୁ ନିଜ ଥଣ୍ଟରେ ନେଇ ଉଡ଼ିଯାଉଛି।

ଏହି ଭିଡ଼ିଓକୁ ଭାରତୀୟ ବନ୍ୟ ସେବା ଅଧିକାରୀ ସୁଶାନ୍ତ ନନ୍ଦା ସେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି, ‘ଯେତେବେଳେ ସେ ଛୋଟ ଥିଲେ, ସେତେବେଳେ ବଡ଼ ରସଗୋଲା ପାଇଁ କାନ୍ଦୁଥିଲେ’। ଏହି ଭାଇରଲ ଭିଡ଼ିଓକୁ ୧୧ ହଜାରରୁ ଅଧିକ ଭିୟୁଜ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.