ତଳେ ମୃତ୍ୟୁ ଉପରେ ମୃତ୍ୟୁ ଶୂନ୍ୟରେ ବଞ୍ଚିବା ପାଇଁ ସଂଗ୍ରାମ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ବଡ଼ ବିଚିତ୍ର ଭଗବାନଙ୍କ ସୃଷ୍ଟି । ଏଠାରେ ଜୀବ ଜନ୍ତୁ ହୁଅନ୍ତୁ ବା ଗଛ ଲତା ବଂଚିବା ପାଇଁ ସମସ୍ତେ ସଂଗ୍ରାମରତ । ଏହି ବଂଚିବାର କଳା ଅନ୍ୟ ପାଇଁ ସୃଷ୍ଟି କରିଥାଏ ବହୁ କୌତୁହଳ । ଆଜି ଆମେ ଆପଣଙ୍କୁ ଧରାପୃଷ୍ଟର ଏପରି ଏକ ଭିଡିଓ ଦେଖାଇବୁ, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ନୀଳ ସମୁଦ୍ର ଭିତରେ ଥିବା ଛୋଟ ମାଛ ବଡ଼ ମାଛ କବଳରୁ ରକ୍ଷା ପାଇବା ପାଇଁ ଶୂନ୍ୟକୁ ଲମ୍ଫ ମାରି ନିଜକୁ ରକ୍ଷା କରୁଥିବା ବେଳେ ଉପରୁ ଖାଦ୍ୟ ଅନେ୍ଵଷଣରେ ଥିବା ଅନ୍ୟ ପକ୍ଷୀ କିପରି ନିଜ ପାଇଁ ଶିକାର କରୁଛନ୍ତି ।

ଦେଖନ୍ତୁ ଏହି ସୁନ୍ଦର ଭିଡିଓ ଯେଉଁଠି ବଡ଼ ମାଛ କିପରି ଛୋଟ ମାଛଗୁଡିକୁ ନିଜର ଆହର କରିବା ପାଇଁ ଗୋଡାଉଛନ୍ତି । ଖାଦକ ମୁହଁରୁ ନିଜକୁ ରକ୍ଷା କରିବା ପାଇଁ ଏହି ଛୋଟମାଛ ପବନରେ ଉଡି ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି । ହେଲେ ଏହି ସମୟରେ ଉପରେ ଖାଦ୍ୟ ଅନେ୍ଵଷଣରେ ଉଡୁଥିବା ପକ୍ଷୀ କିପରି ଏହି ଛୋଟ ମାଛକୁ ଶୂନ୍ୟରୁ ତା’ର ଆହାର କରୁଛି । ବଡ଼ କଥା ହେଉଛି ଯେ ଏହି ମାଛର ନାମ ରଖାଯାଇଛି ଫ୍ଲାଇଙ୍ଗ୍‌ ଫିସ୍‌ ।

ଏହି ମାଛ ପ୍ରାୟ ୧୦୦ ମିଟର ଯାଏ ଶୂନ୍ୟରେ ଲମ୍ଫ ଦେଇପାରେ । ପବନରେ ଭିଡିଓଟି କ୍ଷଣିକ ପାଇଁ ମନରେ ଦୟା ସୃଷ୍ଟି କରୁଥିଲେ ମଧ୍ୟ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗୁଛି ଏହି ଭିଡିଓ । ଏହି ସୁନ୍ଦର ଭିଡିଓଟି ବିବିସି ଦ୍ୱାରା ସେୟାର କରାଯାଇଛି । ଏଥିରେ କ୍ୟାପସନ ରଖାଯାଇଛି ‘ଦି ହଣ୍ଟ’ । ସମୁଦ୍ରର ନୀଳ ଜଳ ରାଶିରେ ମାଛଙ୍କର ସନ୍ତରଣ ବହୁତ ଉପଭୋଗ୍ୟ ହୋଇଛି । ଆପଣ ଭିଡିଓଟିକୁ ଦେଖନ୍ତୁ ନିଶ୍ଚତ ଆନନ୍ଦ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.