‘ଦ ହୋଲି ଗ୍ରିଲ’, ଯାହାକୁ ବ୍ୟବହାର କଲେ ଅମରତ୍ୱ ଲାଭ କରିଥାଏ ମଣିଷ

ଦୁନିଆର ପ୍ରତ୍ୟେକ ଧର୍ମ ସହିତ ଜଡିତ କିଛି ନା କିଛି କାହାଣୀ ଜଡିତ ହୋଇରହିଥାଏ। ଏପରି ଅନେକ ପବିତ୍ର ଜିନିଷ ରହିଛି, ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ପାଗଳାମୀ ରହିଥାଏ। ଏପରି ଏକ ଧାର୍ମିକ କିମ୍ବଦନ୍ତୀ ହେଉଛି ‘ ଦ ହୋଲି ଗ୍ରିଲ’। ଏହାକୁ ନେଇ ଅନେକ ଅନେକ କାହାଣୀ ଜଡିତ ରହିଛି ବୋଲି ଲୋକମାନେ ଦାବି କରିଛନ୍ତି। ଏହି କୁହୁକ ପାତ୍ରକୁ ପାନୀୟ ପିଇବାରେ ଯୀଶୁ ବ୍ୟବହାର କରୁଥିଲେ। ଏହାକୁ ମଣିଷ ବ୍ୟବହାର କଲେ ଅମରତ୍ୱ ଲାଭ ହୋଇଥାଏ ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ସଂପୂର୍ଣ୍ଣ ୟୁରୋପରେ ୨୦୦ରୁ ଅଧିକ ସ୍ଥାନରେ ଏପରି ପାତ୍ର ରହିଥିବା ଦେଖିବାକୁ ମିଳିଛି। କିନ୍ତୁ ଏହା ପ୍ରକୃତରେ ସତ କି ନାହିଁ ତାହା ଜଣାପଡିନାହିଁ। ତେବେ ସ୍ପେନ୍‌ର ବୈଲେସିଆ ସହରରେ ଥିବା ପାତ୍ରକୁ ଶ୍ରଦ୍ଧାଳୁ ପ୍ରକୃତ ବୋଲି କୁହନ୍ତି।

holy gril

ଯୀଶୁଖ୍ରୀଷ୍ଟଙ୍କ ପ୍ରକୃତ ହୋଲି ଗ୍ରୀଲ୍‌ ଏବେ କେଉଁଠି ରହିଛି ସେ ନେଇ ଅନୁସନ୍ଧାନ ଜାରି ରହିଛି। ଏହି କୁହୁକ ପାତ୍ରକୁ ପାନୀୟ ପିଇବାରେ ଯୀଶୁ ବ୍ୟବହାର କରୁଥିଲେ। ଏହାକୁ ମଣିଷ ବ୍ୟବହାର କଲେ ଅମରତ୍ୱ ଲାଭ ହୋଇଥାଏ ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ପ୍ରତି ଚର୍ଚ୍ଚରେ ଏଭଳି ହୋଲି ଗ୍ରୀଲ୍‌ ରହିଛି। ତେବେ ସେସବୁ ମଧ୍ୟରେ ପ୍ରକୃତ କେଉଁଟି ତାହା କେହି ଜାଣି ନାହାଁନ୍ତି। ପ୍ରସିଦ୍ଧ ଚିତ୍ରକର ଲିଓନାଡ଼ୋ ଦି ଭିଞ୍ଜ୍‌ଙ୍କ ପେଟିଂ ‘ଲାଷ୍ଟ ସପର’ରେ ଯୀଶୁ କିଛି ଲୋକଙ୍କ ସହିତ ଖାଦ୍ୟ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି। ପାଖରେ ହୋଲି ଗ୍ରୀଲ୍‌ ମଧ୍ୟ ରହିଛି। ଏହି ପାନୀୟ ପାତ୍ର ପ୍ରକୃତରେ କେଉଁ ଚର୍ଚ୍ଚରେ ରହିଛି ସେ ନେଇ ଖୋଜାଖୋଜି ଜାରି ରହିଛି।