ମାରାତ୍ମକ କରୋନାରୁ ମୁକ୍ତି ପାଇଁ ସତର୍କତାମୂଳକ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏହି ଉପାୟରେ ନିଜକୁ ରଖନ୍ତୁ ସୁରକ୍ଷିତ

କରୋନା ଭାଇରସ୍‌ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାୟୁ ମାଧ୍ୟମରେ ବ୍ୟାପିବା ଆରମ୍ଭ କରିଥିବା କରୋନା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଅନ୍ୟପଟେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ଥିବା ଜଣାଯାଇଛି। କରୋନାର ସାଂଘାତିକ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ବିଶ୍ୱକୁ ସତର୍କତା ଜାରି କରାଯାଇଛି। କେବଳ ଏତିକି ନୁହେଁ ବର୍ତ୍ତମାନ କରୋନାକୁ ଜାତୀୟ ଜରୁରୀକାଳୀନ ସ୍ଥିତି ଭାବେ ମଧ୍ୟ ଘୋଷଣା କରାଯାଇଛି। ତେବେ ଏହା ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ କରୋନାରୁ ମୁକ୍ତି ପାଇଁ କି କି ପଦକ୍ଷେପ ନେବା ଆବଶ୍ୟକ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିକଟରେ ସତର୍କତା ଜାରି କରାଯାଇଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

Video Courtesy: World Health Organization (WHO)
  • କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତି ପାଇଁ ବାରମ୍ବାର ହାତ ଧୁଅନ୍ତୁ। ହାତକୁ ହ୍ୟାଣ୍ଡଓ୍ଵାସ୍‌, ସାବୁନ କିମ୍ବା ଆଲକୋହଲ ଯୁକ୍ତ ସାବୁନ୍‌ରେ ପରିଷ୍କାର କରି ଧୁଅନ୍ତୁ, ଯେମିତି କି ମଇଳା ନ ରହିବ।

  • ଥଣ୍ଡାସର୍ଦ୍ଦି ଯୋଗୁ ନାକରୁ ପାଣି ବୋହୁଥିଲେ ତାହାକୁ ଟିସୁ କିମ୍ବା କପଡ଼ାରେ ପୋଛି ସେହି ଟିସୁକୁ ତୁରନ୍ତ ଡଷ୍ଟବିନ୍‌ରେ ଫିଙ୍ଗିଦିଅନ୍ତୁ। କାରଣ ସିଙ୍ଗାଣି ଓ ନାକରୁ ବୋହୁଥିବା ପାଣିରେ ଜୀବାଣୁ ରହିଥାନ୍ତି ଯାହା ଜଣଙ୍କ ଠାରୁ ଆଉ ଜଣଙ୍କୁ ବ୍ୟାପିବା ସମ୍ଭାବନା ରହିଛି।

Video Courtesy: World Health Organization (WHO)
  • ଜ୍ୱର, ଥଣ୍ଡା, କାଶ ହେଉଥିବା ବ୍ୟକ୍ତିଙ୍କ ଠାରୁ କମ୍‌ ସେ କମ୍‌ ୧ ମିଟର ବା ୩ ଫୁଟ ଦୂରତା ବଜାୟ ରଖନ୍ତୁ। ନଚେତ୍‌ ଆପଣ ବି ସଂକ୍ରମିତ ହୋଇପାରନ୍ତି।

  • ଅପରିଷ୍କାର ହାତରେ ନାକ, କାନ କିମ୍ବା ଆଖିକୁ ଛୁଅଁନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଶରୀରରେ ଜୀବାଣୁ ପ୍ରବେଶ କରିବା ଆଶଙ୍କା ରହିଛି।

Video Courtesy: World Health Organization (WHO)
  • ଯଦି ଆପଣଙ୍କୁ ଥଣ୍ଡା, କାଶ ହେଉଛି କିମ୍ବା ନିଃଶ୍ୱାସପ୍ରଶ୍ୱାସ ନେବା ବେଳେ ସମସ୍ୟା ଦେଖାଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଏହା କରୋନାର ଲକ୍ଷଣ ବି ହୋଇଥାଇପାରେ।
  • ବାହାରକୁ ଯିବା ବେଳେ ପୂରା ପୋଷାକ ପିନ୍ଧନ୍ତୁ। ଯେମିତିକି ଶରୀରର ପ୍ରତ୍ୟେକ ଅଂଶ ଘୋଡ଼େଇ ହୋଇ ରହିବ।

  • ମାଛ ବା ମାଂସ ମାର୍କେଟକୁ ଯିବା ପୂର୍ବରୁ ମୁହଁରେ ମାସ୍କ ଓ ହାତରେ ଗ୍ଳୋବସ୍‌ ପିନ୍ଧିଯାଆନ୍ତୁ।

  • ସେହିପରି ଘରକୁ ଫେରିବା ପରେ ହାତ ଗୋଡ଼କୁ ପରିଷ୍କା ଭାବେ ଧୁଅନ୍ତୁ। ଏହା ଦ୍ୱାରା ଜୀବାଣୁ ଓ ଭୂତାଣୁ ଧୋଇଯିବେ।

  • କଞ୍ଚା ବା ଅଧା ରନ୍ଧା ଖାଦ୍ୟ ଖାଆନ୍ତୁ ନାହିଁ। ଯେତେବେଳେ ବି ଆମିଷ ଖାଉଛନ୍ତି ତାହାକୁ ସମ୍ପୂର୍ଣ୍ଣ ରାନ୍ଧି ଖାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.