Below header

ଦୁନିଆର ସବୁଠୁ ସୁନ୍ଦର ସ୍ଥାନ ଯେଉଁଠିକୁ ଗଲେ ଆପଣ ଫେରି ପାରିବେନି ଜୀବିତ

ଏହି ଦୁନିଆରେ ଅନେକପ୍ରକାରର ଅଦ୍ଭୁତ ଓ ଆଶ୍ଚର୍ଯ୍ୟକର ସ୍ଥାନ ରହିଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପୃଥିବୀରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଜଳର ଅଭାବ ନାହିଁ କିନ୍ତୁ ଜୀବନଧାରଣ ସମ୍ଭବ ହୋଇପାରିନାହିଁ। କୁହାଯାଏ ଏଠାରେ ଜୀବନର କୌଣସି ସଂଜ୍ଞା ନାହିଁ କାରଣ ପୃଥିବୀରେ ଥିବା ୮୭ ଲକ୍ଷ ପ୍ରଜାତି ମଧ୍ୟରୁ କୌଣସି ପ୍ରଜାତି ଏଠାରେ ବଂଚିପାରିବେ ନାହିଁ। ୟୁରୋପର ଗବେଷକମାନେ ପୃଥିବୀରେ ଏପରି ଏକ ସ୍ଥାନ ବାହାର କରିଛନ୍ତି ଯେଉଁଠି ଜଳ ତ ରହିଛି କିନ୍ତୁ ଜୀବନଧାରଣ କରିବା ସମ୍ଭବ ନୁହେଁ।

Image result for the most colorful places in the world but no life exists

ଶୀତଦିନେ ଏଠାରେ ୪୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିଥାଏ ଏବଂ ଏଠାକାର ଜଳବାୟୁ ମଂଗଳଗ୍ରହର ଜଳବାୟୁ ସହ ସମାନ। ତେବେ ଏହି ସ୍ଥାନ ରହିଛି ଇଥିୟୋପିୟାରେ ଯାହାର ନାମ ହେଉଛି ଡ଼ଲୋଲ ଜିଓଥରମାଲ ଫିଲଡ। ସୂଚନା ଅନୁଯାୟୀ ଏଠାକାର ପାଣି, ପବନ ଏବଂ ଜଳବାୟୁରେ ଅଧିକ ମାତ୍ରାରେ ଏହିଡ଼, ଲବଣ ଏବଂ ବିଷାକ୍ତ ଗ୍ୟାସ ରହିଛି। କେବଳ ସେତିକି ନୁହେଁ ଏହି ସ୍ଥାନରେ ପିଏଚ ମଧ୍ୟ ନେଗେଟିଭ ରହିଛି ସେଥିପାଇଁ ଏଠାରେ ଜୀବନ ଧାରଣ କରିବା ସମ୍ଭବ ନୁହେଁ।

Image result for Dallol Geothermal Field

ଏହାସହ ପଢନ୍ତୁ: ପୃଥିବୀର ବିଚିତ୍ର ଏହି ସ୍ଥାନ ଯେଉଁଠାରେ ଜଳ ଥାଇ ମଧ୍ୟ ଜୀବନ ଅସମ୍ଭବ

କୁହାଯାଏ ଏହା ପୃଥିବୀର ସବୁଠାରୁ ବିପଦପୂର୍ଣ୍ଣ ଏବଂ ଖରାପ ବାତାବରଣ ଅଟେ। ଏଠାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ ମିଳିଥାଏ। କାରଣ ଏଠାରେ ଥିବା ହ୍ରଦଗୁଡିକ ମଧ୍ୟରେ ଛୋଟ ଛୋଟ ଜ୍ୱାଳାମୁଖୀ ରହିଥାଏ ଯାହାକି ସବୁ ସମୟରେ ବିଷାକ୍ତ ଗ୍ୟାସ ଏବଂ ରାସାୟନିକ ପଦାର୍ଥ ବାହାର କରିଥାଏ। ଏହି କାରଣରୁ ଏଠାକାର ଭୂମି ବେରଙ୍ଗ ହୋଇଯାଇଥାଏ ଏବଂ ଏଠାରେ ଆପଣଙ୍କୁ ଦୁନିଆର ସବୁ ପ୍ରକାରର ରଙ୍ଗ ଦେଖିବାକୁ ମିଳିବ। ବାହାରୁ ବହୁତ ସୁନ୍ଦର ଦେଖାଯାଉଥିବା ଏହି ସ୍ଥାନରେ ଜ୍ୱାଳାମୁଖୀ କାରଣରୁ ଜୀବନ ଧାରଣ କରିବା ଅସମ୍ଭବ ହୋଇପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.