ପତ୍ନୀ ସାକ୍ଷୀ ଓ ଝିଅକୁ ଖୁସି କରିବା ପାଇଁ ଏହି ସିକ୍ରେଟ ଆପଣେଇଥାନ୍ତି କ୍ୟାପଟେନ କୁଲ ଧୋନି

କ୍ରିକେଟ ମୈଦାନରେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହଙ୍କ ଅନ୍ଦାଜକୁ ତ ସମସ୍ତେ ଜାଣନ୍ତି । ବେଶ ଥଣ୍ଡା ମସ୍ତିଷ୍କରେ ଧୋନି କଠିନ ରୁ କଠିନତର ସମସ୍ୟାକୁ ବେଶ ସହଜରେ ସମାଧାନ କରିପାରିବାର ରେକର୍ଡ ରହିଛି । ଏକ ଧୋନିଙ୍କ ସହ ଏକ ସାକ୍ଷାତକାର ସମୟରେ ଜଣା ଯାଇଛି ଯେ ସେ ଘରେ ବି ମଧ୍ୟ ବେଶ କୁଲ ଭାବେ ରହିଥାନ୍ତି । ନିଜ ଅପେକ୍ଷା ନିଜ ସ୍ତ୍ରୀ ସାକ୍ଷୀଙ୍କ ଖୁସିକୁ ଅଧିକ ପ୍ରାଧ୍ୟାନ୍ୟ ଦେଇଥାନ୍ତି । ତାଙ୍କ ମତରେ ଯଦି ଘର ପରିବାର ଲୋକ ଖୁସିରେ ରହିବେ ସେ ମଧ୍ୟ ଖୁସିରେ ରହିପାରିବେ । ସୂଚନା ଦେବା ଯୋଗ୍ୟ କି ଭାରତକୁ ୨ଟି ବିଶ୍ୱକପ ଜିତିଥିବା ଧୋନି ୨୦୧୦ ମସିହାରେ ହିଁ ସାକ୍ଷୀଙ୍କୁ ବିବାହ କରିଥିଲେ ।

ଏହା ସହ ପଢନ୍ତୁ: ରାଜ୍ୟରେ ହକି ଖେଳରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ ଘୋଷଣା

ଘରର ସବୁ ଫୈସଲାରେ ସେ ନିଜ ପତ୍ନୀଙ୍କ ମତକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଧୋନିଙ୍କ ଅନୁସାରେ ସମୟ ଅନୁସାରେ ସମ୍ପର୍କ ଅଧିକ ଦୃଢିଭୂତ ହୋଇଥାଏ । ତାଙ୍କ ଅନୁଯାୟୀ ୫୦ ବର୍ଷ ବୟସ ପରେ ପତି ପତ୍ନୀଙ୍କ ସମ୍ପର୍କ ମଜଭୁତ ହୋଇଥାଏ । କେବେ କେବେ ତ ୫୫ ବର୍ଷ ବୟସରେ ପ୍ରେମର ପ୍ରକୁତ ମୂଲ୍ୟ ବିଷୟରେ ଜଣା ଯାଇଥାଏ । ଏମିତିରେ ଧୋନିଙ୍କ ଭବିଷ୍ୟତର ଫୈସଲାକୁ ନେଇ ଲମ୍ଭା ସମୟ ଧରି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛିକି ଆସନ୍ତା ବର୍ଷ ପୁଣି ଥରେ ଅନ୍ତରାଷ୍ଟ୍ରୀୟ ମୈଦାନକୁ ଫେରି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.