ପ୍ରକାଶ ପାଇଲା ଇଣ୍ଡିଆ କରପ୍‌ସନ ସର୍ଭେ ୨୦୧୯, କମ୍‌ ଲାଞ୍ଚ କାରବାର ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ): ଆସିଛି ଇଣ୍ଡିଆ କରପ୍‌ସନ ସର୍ଭେ ୨୦୧୯। ଯେଉଁଠି ଦେଶରେ ବିଭିନ୍ନ ରାଜ୍ୟରେ ହେଉଥିବା ଲାଞ୍ଚ କାରବାରକୁ ନେଇ ରିପୋର୍ଟ ପ୍ରସ୍ତୁତ ହେଉଛନ୍ତି। ଟ୍ରାନ୍‌ସପରେନ୍‌ସି ଇଣ୍ଟନ୍ୟାସନାଲ ଇଣ୍ଡିଆ ଓ ଲୋକାଲ ସର୍କଲ ଏହି ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି। ଗତ ଏକ ବର୍ଷ ଭିତରେ କେତ ଜଣ ଲାଞ୍ଚ ଦେଇଛନ୍ତି, ତାକୁ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ ହୋଇଛି। ବିଭିନ୍ନ ରାଜ୍ୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ସବୁଠାରୁ ଅଧିକ ଲାଞ୍ଚୁଆ ରାଜ୍ୟ ତାଲିକାରେ ଅଛନ୍ତି ରାଜସ୍ଥାନ, ବିହାର ଓ ଉତ୍ତର ପ୍ରଦେଶ। କମ୍‌ ଲାଞ୍ଚ କାରବାର ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ଅଛି ଓଡ଼ିଶା। କେରଳ, ଗୋଆ ଓ ଓଡ଼ିଶାରେ ଲାଞ୍ଚ କାରବାର କମ ରହିଛି।

ଏବେ ଆସନ୍ତୁ ଜାଣିବା ଗତ ଏକ ବର୍ଷରେ କେଉଁ ରାଜ୍ୟର କେତେ ପ୍ରତିଶତ ଲୋକ ଲାଞ୍ଚ ପ୍ରଦାନ କରିଛନ୍ତି । ରାଜସ୍ଥାନ-୭୮ ପ୍ରତିଶତ, ବିହାର – ୭୫, ଉତ୍ତରପ୍ରଦେଶ-୭୪, ଝାଡ଼ଖଣ୍ଡ-୭୪, ତେଲେଙ୍ଗାନା-୬୭, ତାମିଲନାଡୁ-୬୨, ପଞ୍ଜାବ-୬୩, କର୍ଣ୍ଣାଟକ-୬୩, ଛତିଶଗଡ଼-୫୭, ମହାରାଷ୍ଟ୍ର-୫୫, ମଧ୍ୟପ୍ରଦେଶ-୫୫, ଆନ୍ଦ୍ରପ୍ରଦେଶ-୫୦, ଉତ୍ତରାଖଣ୍ଡ-୫୦, ଗୁଜରାଟ-୪୮, ପଶ୍ଚିମବଙ୍ଗ-୪୬ ପ୍ରତିଶତ, ଦିଲ୍ଲୀ-୪୬, ହରିୟାଣା-୪୪, ଓଡ଼ିଶା-୪୦, ଗୋଆ-୨୦ ଓ କେରଳରେ ୧୦ ପ୍ରତିଶତ ଲୋକ ଗତ ଏକ ବର୍ଷରେ ଲାଞ୍ଚ ପ୍ରଦାନ କରିଛନ୍ତି । ଅର୍ଥାତ ୨୦ଟି ରାଜ୍ୟ ସହ ତୁଳନା କଲେ, ଓଡ଼ିଶା ଲାଞ୍ଚ କାରବାର ହେଉଥିବା ରାଜ୍ୟଗୁଡିକର ତାଲିକାର ନିମ୍ନ ଭାଗରେ ରହିଛି। ଓଡ଼ିଶା ୧୮ ତମ ସ୍ଥାନରେ ରହିଛି। ରାଜ୍ୟର ପ୍ରତି ୧୦ ଜଣରେ ମାତ୍ର ୪ ଜଣ ଲାଞ୍ଚ ପ୍ରଦାନ କରିଥାନ୍ତି। ସେପଟେ ରାଜସ୍ଥାନରେ ସର୍ବାଧିକ ଲାଞ୍ଚ କାରବାର। ରାଜସ୍ଥାନ, ବିହାର ଓ ଉତ୍ତପ୍ରଦେଶରେ ପ୍ରତି ୧୦ ଜଣରେ ୭ ଜଣ ଲାଞ୍ଚ ପ୍ରଦାନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.