ବ୍ୟକ୍ତି ପିନ୍ଧିଲେ ଏମିତି ମାସ୍କ ଯେ ସୋସିଆଲ ମିଡିଆରେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଲୋକେ, ଭିଡିଓକୁ ମିଳିଲାଣି ୩.୭ ମିଲିୟନରୁ ଅଧିକ ଭ୍ୟୁ

କରୋନାରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛନ୍ତି, ତ ଆଉ କେତେକ ଲୋକ ମଜାଳିଆ ଭିଡିଓ ବନାଇ ମନୋରଞ୍ଜନ କରୁଛନ୍ତି। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ମୁହଁ ଭଳି ତିଆରି ହୋଇଥିବା ଫେସ୍‌ ମାସ୍କ ପିନ୍ଧିଛନ୍ତି। ଚଳିତ କଲା ଭଳି କଥା ହେଉଛି, ତାଙ୍କ ମାସ୍କ ବିଲ୍‌କୁଲ ତାଙ୍କ ଚେହେରାର ଗଢ଼ଣ ଭଳି ହିଁ ରହିଛି, ଯାହାକୁ ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ଯେ ବ୍ୟକ୍ତି ଜଣକ ପ୍ରକୃତରେ ମାସ୍କ ପିନ୍ଧିଛନ୍ତି କି ନାହିଁ।

ଭିଡିଓରେ ବ୍ୟକ୍ତି ମାସ୍କ ପିନ୍ଧି ବାହାରକୁ ବାହାରୁଛନ୍ତି, ତ ଏହି ସମୟରେ କିଛି ଲୋକ ତାଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଏତିକି ବେଳେ ସେ ମୁହଁରୁ ମାସ୍କ ହଟାଇ ଉପସ୍ଥିତ ଲୋକଙ୍କୁ କହୁଛନ୍ତି କି, ସେ ପୂର୍ବରୁ ହିଁ ମାସ୍କ ପିନ୍ଧିଛନ୍ତି। କିନ୍ତୁ ଲୋକେ ତାଙ୍କ ମାସ୍କ ଦେଖି ଚକିତ ହୋଇପଡ଼ୁଛନ୍ତି।

ବ୍ରେନ୍‌ହେଥ୍‌ମ୍ୟାନ୍‌ ନାମକ ବ୍ୟକ୍ତି ଟିକ୍‌ଟକରେ ପୋଷ୍ଟ କରିଥିବା ଏହି ଭିଡିଓକୁ ଏବେ ସୁଦ୍ଧା ୩.୭ ମିଲିୟନ ଥର ଦେଖାଯାଇ ସାରିଲାଣି। ତେବେ ଏହା ଦେଖି ତାଙ୍କୁ ବହୁତ ଖୁସି ଲାଗୁଛି ବୋଲି ସେ‌ କହିଛନ୍ତି। ସେପଟେ ଜଣେ ମହିଳା ନିଜ ଟ୍ଵିଟର ଆକାଉଣ୍ଟରେ ଭିଡିଓଟିକୁ ଶେୟାର କରିବା ପରେ ଏହା ଭାଇରାଲ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.