କୁହୁଡି ହେଉଛି କାଳ, ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି ପିକନିକ ବସ୍

ଶୀତ ସକାଳରେ ଯଦି ଆପଣ କୁହୁଡିରେ ଯାତ୍ରା କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କିଛିଦିନ ହେବ ଏତେ ମାତ୍ରାରେ କୁହୁଡି ହେଉଛି ଯେ ଯାହାଫଳରେ ରାସ୍ତାଘାଟ ଦିଶୁ ନାହିଁ । ଅନ୍ୟପଟେ ଏବେ ଚାଲିଛି ବଣଭୋଜି ଋତୁ । ସମସ୍ୟାର ବିଷୟ ହେଉଛି ଏବେ ଏହି କୁହୁଡି ପ୍ରାୟତଃ ପିକନିକ ବସ ହିଁ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

ଶୀତ ସକାଳରେ ଯଦି ଆପଣ କୁହୁଡିରେ ଯାତ୍ରା କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କିଛିଦିନ ହେବ ଏତେ ମାତ୍ରାରେ କୁହୁଡି ହେଉଛି ଯେ ଯାହାଫଳରେ ରାସ୍ତାଘାଟ ଦିଶୁ ନାହିଁ । ଯାତାୟାତରେ ବଡ଼ ସମସ୍ୟା ଦେଖା ଦେଉଛି । ସମଗ୍ର ଦେଶ ସମେତ ରାଜ୍ୟରେ ବଢିଚାଲିଛି ଘନ କୁହୁଡି । ରାଜ୍ୟର ଅଧା ସହର ଘନ କୁହୁଡିର ଚାଦର ତଳେ ।

ଏହାର ପ୍ରଭାବ ଦିନ ପ୍ରାୟ ୧୦ଟାରୁ ୧୧ ପର୍ଯ୍ୟନ୍ତ ରହୁଛି । ଅନ୍ୟପଟେ ଏବେ ଚାଲିଛି ବଣଭୋଜି ଋତୁ ତେଣୁ ବଣଭୋଜି ପାଇଁ ସମସ୍ତେ ସକାଳୁ ସକାଳୁ ବାହାରୁଛନ୍ତି ପିକନିକ । ସମସ୍ୟାର ବିଷୟ ହେଉଛି ଏବେ ଏହି କୁହୁଡି ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ପ୍ରାୟତଃ ପିକନିକ ବସ ହିଁ କୁହୁଡି ଯୋଗୁଁ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

ଏହିଭଳି ଏକ ଦୁର୍ଘଟଣା ଆନନ୍ଦପୁର – ଜାତୀୟ ରାଜପଥ ୨୦ ଘଷିପୁରା ଥାନା ଭାଲକୁମା ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବସ୍ । ସୋର ଅଞ୍ଚଳରୁ ୬୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବସଟି କେନ୍ଦୁଝର ପିକନିକ ଯାଇଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏବେ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ କରୁଛି ।

ସେହିଭଳି ସମାନ ଢଙ୍ଗରେ ଅନ୍ୟ ଏକ ଦୁର୍ଘଟଣା ମଧ୍ୟ ଘଟିଛି । ଟ୍ରକକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହେଲା ପିକନିକ ବସ । ଫଳରେ ୪ ଜଣ ଆହତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ବଲାଙ୍ଗୀର -ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ସୋନପୁର ସହରର ଏକ ଘରୋଇ ଶିକ୍ଷାନୁଷ୍ଠାର ୪୫ ଜଣ ଛାତ୍ରଛାତ୍ରୀ ଦେଓମାଳୀକୁ ପିକନିକ ପାଇଁ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ବସଟି ଏକ ଟ୍ରକକୁ ପଛପଟୁ ଧକ୍କାଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାକୁ ଅଣାଯାଇଥିବାବେଳେ ୨ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି । ପିକନିକ କରି ଫେରିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଅନୁମାନ କରାଯାଉଛି ଏହିସବୁ ଦୁର୍ଘଟଣା ଘନ କୁହୁଡି ଯୋଗୁଁ ଘଟୁଛି । ଏବେ ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.