Below header

ନୂଆବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ହେବ ସହଜ, ପୁରୀ ସହରବାସୀଙ୍କ ପାଇଁ ରହିବ ନାହିଁ କଟକଣା

ନୂଆବର୍ଷରୁ ଭକ୍ତଙ୍କ ପାଇଁ ଆରମ୍ଭ ହେବ ନୂଆ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଯିବେ ଶ୍ରଦ୍ଧାଳୁ। ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପରେ ଖୋଲିବ ଚାରି ଦ୍ୱାର। ପୁରୀବାସୀଙ୍କ ପାଇଁ ରହିବନି କଟକଣା। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।

ପୁରୀ (କେନ୍ୟୁଜ): ନୂଆବର୍ଷରୁ ଭକ୍ତଙ୍କ ପାଇଁ ଆରମ୍ଭ ହେବ ନୂଆ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଯିବେ ଶ୍ରଦ୍ଧାଳୁ। ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପରେ ଖୋଲିବ ଚାରି ଦ୍ୱାର। ପୁରୀବାସୀଙ୍କ ପାଇଁ ରହିବନି କଟକଣା। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।

ନୂଆ ଦର୍ଶନ ବ୍ୟବସ୍ଥା ଅନୁସାରେ ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତଙ୍କୁ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂଆ କରି ତିଆରି ହୋଇଥିବା ସେଡ୍ରେ ଦର୍ଶନ ପାଇଁ ଛଡ଼ାଯିବ । ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ବଡଦାଣ୍ଡ ଦେଇ ଆସୁଥିବା ଭକ୍ତ ଶୀତତାପ ନିୟନ୍ତ୍ରିତ ସିଡ୍ ଦେଇ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ବିଶେଷ ଦିନକୁ ଛାଡି ଦେଲେ ଅନ୍ୟ ଦିନମାନଙ୍କରେ ଚାରି ଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇପାରିବେ ବୋଲି କୁହାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.