ଶୀତଦିନରେ ହାତ ଓ ପାଦ ଅତ୍ୟଧିକ ଥଣ୍ଡା ରହୁଛି କି ? ଜାଣନ୍ତୁ ଏହାର କାରଣ

ଶୀତଦିନରେ ଲୋକମାନଙ୍କ ପାଇଁ ପାଦ ଥଣ୍ଡା ପଡିବା ଏକ ସାଧାରଣ ସମସ୍ୟା ହୋଇଥାଏ । ବାସ୍ତବରେ, କିଛି ଲୋକ ନିଆଁରେ ହାତ ଏବଂ ପାଦ ସେକନ୍ତି । କାରଣ ସେମାନଙ୍କ ପାଦ ସର୍ବଦା ଥଣ୍ଡା ରହିଥାଏ । ଏହା ପ୍ରକୃତରେ ଶରୀରରେ ଗରମ ଅଭାବ ନୁହେଁ, ବରଂ ଏହା ଶରୀରରେ ଏକ ଭିଟାମିନ୍‌ର ଅଭାବ ଯୋଗୁ ହୋଇଥାଏ ।

ଶୀତଦିନ ଆସିବା ମାତ୍ରେ ଆମ ଶରୀରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଥାଏ । ସେ ପିଲା ହେଉ କିମ୍ବା ବଡ ସମସ୍ତେ ବିଭିନ୍ନ ପ୍ରକାରର ରୋଗର ସାମ୍ନା କରିଥାନ୍ତି । ତେବେ ଶୀତଦିନରେ ଲୋକମାନଙ୍କ ପାଇଁ ପାଦ ଥଣ୍ଡା ପଡିବା ଏକ ସାଧାରଣ ସମସ୍ୟା ହୋଇଥାଏ । ବାସ୍ତବରେ, କିଛି ଲୋକ ନିଆଁରେ ହାତ ଏବଂ ପାଦ ସେକନ୍ତି । କାରଣ ସେମାନଙ୍କ ପାଦ ସର୍ବଦା ଥଣ୍ଡା ରହିଥାଏ । ଏହା ପ୍ରକୃତରେ ଶରୀରରେ ଗରମ ଅଭାବ ନୁହେଁ, ବରଂ ଏହା ଶରୀରରେ ଏକ ଭିଟାମିନ୍‌ର ଅଭାବ ଯୋଗୁ ହୋଇଥାଏ । ସେଥିପାଇଁ ଆପଣମାନଙ୍କୁ ଏହି ବିଷୟରେ ଜାଣିବାକୁ ପଡିବ ଯେ ଏପରି ହେବାର କାରଣ ହେଉଛି ଆପଣଙ୍କ ଶରୀରରେ କିଛି ଭିଟାମିନ୍‌ ଅଭାବ । ତେବେ ଏହା ପଛରେ ପ୍ରକୃତ କାରଣ ହେଉଛି ରକ୍ତହୀନତା ଯାହା ଏହି ଭିଟାମିନ୍ ଅଭାବ ସହିତ ଜଡିତ ହୋଇପାରେ । ବାସ୍ତବରେ ଏହି ଭିଟାମିନ୍‌ର ଅଭାବ ପୂରା ଶରୀରକୁ ପ୍ରଭାବିତ କରିଥାଏ ଏବଂ ଏହାର ପ୍ରଭାବ ବହୁଳ ଭାବରେ ଆମ ଶରୀରରେ ଦେଖାଯାଏ । ତେଣୁ ଆସନ୍ତୁ ଜାଣିବା ଏହି ଭିଟାମିନ୍ କ’ଣ ଏବଂ ଏହାର ଅଭାବ ଯୋଗୁ କାହିଁକି ଆପଣଙ୍କ ପାଦ ସବୁବେଳେ ଥଣ୍ଡା ରହିଥାଏ ।

ଜାଣନ୍ତୁ କେଉଁ ଭିଟାମିନ୍ ଅଭାବରୁ ପାଦ ଥଣ୍ଡା ହୋଇଥାଏ :
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଶରୀରରେ ଭିଟାମିନ୍ B-12 ଅଭାବ ହେତୁ ଆପଣଙ୍କ ପାଦ ସବୁବେଳେ ଥଣ୍ଡା ରହିଥାଏ । ବାସ୍ତବରେ ଯେତେବେଳେ ଶରୀରରେ ଭିଟାମିନ୍ B-12 ର ଅଭାବ ହେତୁ ହୋଇଥାଏ । ତେବେ ଏପରି ମଧ୍ୟ ହୋଇଥାଏ ଯେ ଏହା ଆପଣଙ୍କ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ । ବିଶେଷ ଭାବେ ହାତ ଏବଂ ପାଦରେ ରକ୍ତ ସଞ୍ଚାଳନର ଅଭାବ ଅଧିକ ଅନୁଭବ ହୋଇଥାଏ । କେବଳ ଏତିକି ନୁହେଁ ଭିଟାମିନ୍ B-12 ଅଭାବରୁ ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ହାତ ଏବଂ ପାଦରେ ଅସ୍ଥିରତା ଭଳି ଅନୁଭବ ହୋଇପାରେ ।

ଭିଟାମିନ୍ B-12 ଅଭାବକୁ କିପରି ଦୂର କରିବେ :
ଆପଣଙ୍କୁ ପ୍ରତିଦିନର ଖାଦ୍ୟରେ ଭିଟାମିନ୍ B-12 ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଯେପରି ଆପଣ ମାଂସ ଏବଂ ମାଛ ଖାଇ ପାରିବେ । ଏହା ସହ ଆପଣ ପିସ୍ତା ଏବଂ ବାଦାମ ପରି କିଛି ଶୁଖିଲା ଡ୍ରାଏ ଫୁଡ୍‌ ଖାଇ ଏହି ଭିଟାମିନ୍ ର ଅଭାବକୁ ମଧ୍ୟ ଏଡାଇ ପାରିବେ । ଏହା ବ୍ୟତୀତ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ଖାଇ ପାରିବେ, ଯାହା ଆପଣଙ୍କ ଶରୀରରେ ଭିଟାମିନ୍‌ର ଅଭାବ ଦୂର କରିବ । ଏହା ବ୍ୟତୀତ କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବହାର ମଧ୍ୟ ଏହି ଭିଟାମିନ୍ ର ଅଭାବକୁ ଦୂର କରିପାରିବେ ।

ତେଣୁ ଯଦି ଆପଣଙ୍କର ପାଦ ସବୁବେଳେ ଥଣ୍ଡା ରହୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, କେବଳ ଏତିକି ଧ୍ୟାନ ଦିଅନ୍ତୁ ଯେପରି ଆପଣଙ୍କ ଶରୀରରେ ଭିଟାମିନ୍‌ B-12 ର ଅଭାବ ହେବ ନାହିଁ । ଏହା ବ୍ୟାତୀତ ଆପଣ ଏହା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ଯେ ଯେପରି ଆପଣଙ୍କ ଶରୀରରେ ରକ୍ତହୀନତା ହେବ ନାହିଁ । କାରଣ ଏପରି ହେବା ଦ୍ୱାରା ମଧ୍ୟ ଆପଣଙ୍କ ପାଦ ଓ ହାତ ଥଣ୍ଡା ହୋଇଥାଏ । ସେଥିପାଇଁ ଶରୀରରେ ରକ୍ତହୀନତା ଦୂର କରିବା ପାଇଁ ଆପଣ ଡାଳିମ୍ବ, ବିଟ୍‌ ଏବଂ ଲୁଣ ଜାତୀୟ ଭଳି ଖାଦ୍ୟ ଖାଆନ୍ତୁ । ଯେପରି ଶୀତଦିନେ ଆନଣଙ୍କ ପାଦ ଓ ହାତ ଥଣ୍ଡା ହେବାରୁ ବଞ୍ଚିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.