ଆଉ ନାହାନ୍ତି DMDK ମୁଖ୍ୟ ବିଜୟକାନ୍ତ, କରୋନା ସଂକ୍ରମିତ ହେତୁ ଭେଣ୍ଟିଲେଟରରେ ଥିଲେ

ତାମିଲ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ଡିଏମ୍‌ଡିକେ ପାର୍ଟିର ପ୍ରତିଷ୍ଠାତା କ୍ୟାପଟେନ ବିଜୟକାନ୍ତଙ୍କ ପରଲୋକ । କୋଭିଡରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ୭୧ ବର୍ଷୀୟ ବିଜୟକାନ୍ତଙ୍କୁ ଗତ ନଭେମ୍ବର ମାସରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତାମିଲ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ଡିଏମ୍‌ଡିକେ ପାର୍ଟିର ପ୍ରତିଷ୍ଠାତା କ୍ୟାପଟେନ ବିଜୟକାନ୍ତଙ୍କ ପରଲୋକ । କୋଭିଡରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ୭୧ ବର୍ଷୀୟ ବିଜୟକାନ୍ତଙ୍କୁ ଗତ ନଭେମ୍ବର ମାସରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ନିକଟରେ ନିମୋନିଆରେ ପୀଡ଼ିତ ହେବାରୁ ପୁଣିଥରେ ତାଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଅତି ଗୁରୁତର ହେବାରୁ ସେ ଭେଣ୍ଟିଲେଟରରେ ରହିଥିଲେ । ହେଲେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି ।

ବିଜୟକାନ୍ତଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଶୁଭେଚ୍ଛୁ ତଥା ଫ୍ୟାନମାନଙ୍କର ଶୋକବାର୍ତ୍ତା ମଧ୍ୟ ଛୁଟିବାରେ ଲାଗିଛି । ଅଭିନେତାରୁ ନେତା ହୋଇଥିବା ବିଜୟକାନ୍ତଙ୍କ ନିଧନରେ ପିଏମ୍‌ ମୋଦି ଟ୍ଵିଟ୍‌ ଜରିଆରେ ଶୋକ ପ୍ରକାଶ କରିଛନ୍ତି।

ଟ୍ଵିଟ୍‌ରେ ମୋଦି ଲେଖିଛନ୍ତି, ‘ତିରୁ ବିଜୟକାନ୍ତ ଜୀଙ୍କ ନିଧନରେ ମୁଁ ଅତ୍ୟନ୍ତ ଦୁଃଖୀ । ତାମିଲ ଫିଲ୍ମ ଜଗତର ଜଣେ ମହାନ୍‌ କଳାକାର, ତାଙ୍କର କରିସ୍ମା ପ୍ରଦର୍ଶନ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ନେଇଛି । ଜଣେ ରାଜନୈତିକ ନେତା ରୂପେ ସେ ସାର୍ବଜନୀନ ସେବା ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ଥିଲେ, ଯିଏ ତାମିଲନାଡ଼ୁର ରାଜନୈତିକ ପରିଦୃଶ୍ୟ ଉପରେ ଏକ ସ୍ଥାୟୀ ପ୍ରଭାବ ଛାଡ଼ି ଦେଇଛନ୍ତି । ତାଙ୍କର ନିଧନ ଏକ ଶୂନ୍ୟସ୍ଥାନ ଛାଡ଼ିଛି, ଯାହାକୁ ଭରିବା କଷ୍ଟକର ହେବ’ ।

ଅଭିନେତା ବିଜୟକାନ୍ତ ୨୦୦୫ରେ ଦେସିଆ ମୁରପୋକ୍କୁ ଦ୍ରାବିଡ଼ କଡ଼ଗମ୍‌ ପାର୍ଟି ଗଠନ କରିଥିଲେ । DMDK ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ତାମିଲନାଡ଼ୁରେ ମୁଖ୍ୟ ବିରୋଧୀ ଦଳ ଥିଲା ଏବଂ ବିଜୟକାନ୍ତ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.