ଗୋଟିଏ କଦଳୀର ମୂଲ୍ୟ ୮୭,୦୦୦ ଟଙ୍କା, ଜାଣନ୍ତୁ କ’ଣ ପାଇଁ ଏହା ଏତେ ଖାସ

ଯଦି ଏକ କଦଳୀର ଦାମ ୨୦ ଟଙ୍କା ହୁଏ, ତା’ହେଲେ ଆପଣ କିଛି ସମୟ ଭାବିବାକୁ ବାଧ୍ୟ ହେବେ। କିନ୍ତୁ ଏଠି ଜଣେ ମହିଳାଙ୍କ ସହିତ ଯାହା ହୋଇଛି, ତାହା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ। ମହିଳା ଜଣକ ଅନଲାଇନରେ କଦଳୀ ଅର୍ଡର କରିଥିଲେ, ଯାହାର ମୂଲ୍ୟ ଥିଲା ୮୭,୦୦୦ ଟଙ୍କା। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବ୍ରିଟେନରେ। ଆସନ୍ତୁ ଜାଣିବା କ’ଣ ରହିଛି ପୂରା ଘଟଣା।

ff

ଏଠାରେ ରହୁଥିବା ବବି ଗାର୍ଡେନ ନାମ୍ନୀ ମହିଳା ଏକ ସୁପରମାର୍କେଟ ଚେନରୁ ଅନଲାଇନ କିଣାକିଣି କରିଥିଲେ। ଯେତେବେଳେ ସେ ଅର୍ଡର କରିଥିଲେ, ସେତେବେଳେ ଜିନିଷର ବିଲ ୧୦୦ ପାଉଣ୍ଡରୁ ବି କମ ଥିଲା। କିନ୍ତୁ ଯେତେବେଳେ ଜିନିଷ ତାଙ୍କ ଘରକୁ ଡେଲିଭରି ହେଲା, ତ ତାଙ୍କ ହୋସ ଉଡ଼ିଯାଇଥିଲା।

ବିଲ ଦେଖିବା କ୍ଷଣି ହିଁ ତାଙ୍କ ଆଖି ବଡ଼ ହୋଇଯାଇଥିଲା। କାରଣ, ସେ ଅର୍ଡର କରିଥିବା କଦଳୀର ଦାମ ୯୩୦.୧୧ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୮୭,୦୦୦ ଟଙ୍କା ଥିଲା। ଏ ନେଇ ମହିଳା ଜଣକ ସଙ୍ଗେ ସଙ୍ଗେ ଅଭିଯୋଗ କରିବା ସହିତ ନିଜ ଟୁଇଟର ଆକାଉଣ୍ଟରେ ଏ ସମସ୍ତ କଥା ବର୍ଣ୍ଣନା କରିଥିଲେ।

fd

ସେ ଲେଖିଥିଲେ, ମୁଁ ଅନଲାଇନରେ କିଣିଥିବା ଜିନିଷ ହୋମ ଡେଲିଭରି ହୋଇଛି। ଗୋଟିଏ କଦଳୀ ପାଇଁ ମୋଠାରୁ ୯୩୦.୧୧ ପାଉଣ୍ଡ ଚାର୍ଜ କରାଯାଇଛି। ସେପଟେ ଏହି ଘଟଣା ପାଇଁ ସୁପରମାର୍କେଟ ଚେନ ମହିଳାଙ୍କୁ କ୍ଷମା ମାଗିଥିଲା ଏବଂ କହିଥିଲା କି, ବିଲ ପ୍ରସ୍ତୁତ କଲା ବେଳେ ତାଙ୍କ ତରଫରୁ ଭୁଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.