ଦେଶରେ ୯୨ ଲକ୍ଷ ପାର ହେଲା ସଂକ୍ରମିତ ସଂଖ୍ୟା, ଗୋଟିଏ ଦିନରେ ୪୪ ହଜାର ୩୭୬ ନୂଆ ପଜିଟିଭ କେସ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହରାଇବାରେ ଲାଗିଛି । ଲଗାତାର କିଛି ଦିନ ଦୈନିକ ଆକ୍ରାନ୍ତ ସଂଖ୍ୟା କମି ଥିବା ବେଳେ ପୁଣି ଥରେ ବୃଦ୍ଧି ଘଟିଥିବା ନେଇ ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ୪୪ ହଜାର ୩୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୯୨ ଲକ୍ଷ ପାର ହୋଇଥିବା ନେଇ ନଜର ଆସିଛି । ଯେବେକି ମଙ୍ଗଳବାର ୩୭ ହଜାର ୯୭୫ ନୂଆ ମାମଲା ସାମ୍ନାକୁ ଆସିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଏଯାବତ ଦେଶରେ ୯୨ ଲକ୍ଷ ୨୨ ହଜାର ୨୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ ୪୮୧ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ଏହାକୁ ମିଶାଇ ଦେଶରେ ମୃତକ ସଂଖ୍ୟା ୧ ଲକ୍ଷ ୩୪ ହଜାର ୬୯୯ ଛୁଇଁଥିବା ନେଇ ରିପୋର୍ଟ ଆସିଛି ।

ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଆଉ ଏକ ରିପୋର୍ଟ ଅନୁଯାୟୀ ଗୋଟିଏ ଦିନ ଭିତରେ ୩୭ ହଜାର ୮୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ଦେଶରେ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା 86 ଲକ୍ଷ ପାର ହୋଇଛି । ମୋଟ ରୂପରେ ଦେଖିଲେ ଏହି ସଂଖ୍ୟା ୮୬ ଲକ୍ଷ ୪୨ ହଜାର ୭୭୧ ଛୁଇଁଥିବା ନେଇ ଜଣାଯାଇଛି । ଅନ୍ୟ ପକ୍ଷରେ, ଦେଖିଲେ ଗଲା କିଛି ଦିନ ହେବ ଦେଶରେ ସକ୍ରିୟ ମାମଲା ୫ ଲକ୍ଷ ତଳେ ଥିବା ବେଳେ ଗତକାଲି ସୁଦ୍ଧା ଏହି ସଂଖ୍ୟା ୪ ଲକ୍ଷ ୪୪ ହଜାର ୭୪୬ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.