‘ଆରେ ୟାର କ୍ୟା କର ରହେ ହୋ..’ ଚୁଟି କାଟିବାକୁ ନେଇ ପିଲାଟି କରୁଛି ଏମିତି ହରକତ ଯାହା ସୋସିଆଲ ମିଡିଆରେ ହେଉଛି ଭାଇରଲ 

ସାଧାରଣତଃ ଛୋଟ ପିଲାମାନଙ୍କର କେଶ କାଟିବା ବହୁତ ବଡ଼ କଷ୍ଟକର ବ୍ୟାପାର । କାରଣ ଯେତେବେଳେ ଏମାନଙ୍କ ଚୁଟି କାଟିବା ପାଇଁ ନିଆଯାଇଥାଏ ସେତେବେଳେ ଏମାନେ ନାକେଦମ କରିଦେଇଥାନ୍ତି । ତେବେ ଆଜିକାଲି ସୋସିଆଲ ମିଡିଆରେ ଏଭଳି ଜଣେ ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ପିଲାଟିର କେଶ କାଟିବା ମାତ୍ରେ ସେ କାନ୍ଦିବାକୁ ଲାଗୁଛି ଏବଂ ଜୋରରେ ପାଟି କରିବାକୁ ଲାଗୁଛି । ଆଉ ଜୋରରେ ଚିଲାଈ କହୁଛି – ‘ଆରେ ତୁମେ କଣ କରୁଛ? ତୁମେ ପୁରା କେଶ କାଟିବ କି? ବାରିକ ତାଙ୍କୁ ଶାନ୍ତ କରିବା ପାଇଁ ତାଙ୍କ ନାମ ପଚାରୁଛି ଯାହାର ଉତ୍ତରରେ ସେ କହୁଛି ‘ମୋର ନାମ ଅନୁଶ୍ରୁତ ଏବଂ ଅନୁଶ୍ରୁତ କେଶ କାଟିବାକୁ ଚାହୁଁନାହିଁ । ତା’ପରେ ସେ ଆହୁରି ଜୋରରେ ପାଟି କରୁଛି ଆଉ କହୁଛି ଆରେ କାହିଁକି ମୋର ଅଧିକ କେଶ କାଟୁଛ, ପ୍ଲିଜ ଏମିତି କରନାହିଁ !’ ପିଲାଟି ଚୁଟି କାଟିବା ବେଳେ ଏମିତି ହରକତ କରୁଛି ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ ।

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଏହି ଶିଶୁର ଏହି ଭିଡିଓଟିକୁ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ଉକ୍ତ ପିଲାଟିର ବାପା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ପ୍ରତ୍ୟେକ ପିତାମାତାଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.