LIVE ଶୋ’ ବେଳେ ଆଙ୍କରଙ୍କୁ ହଠାତ ହେଲା ଲେବର ପେନ, ସେଇଠି ହିଁ ଜନ୍ମ ନେଲା ଶିଶୁ !

ଆମେରିକାରେ ଜଣେ ରେଡିଓ ଉପସ୍ଥାପିକା ଲାଇଭ ଶୋ’ ବେଳେ ନିଜ ଛୁଆକୁ ଜନ୍ମ ଦେଇଛନ୍ତି। ତାଙ୍କ ନାଁ କ୍ୟାସେଡେ ପ୍ରୋକ୍ଟର। ସେଣ୍ଟ ଲୁଇସର ‘The Arch’ ନାମକ ରେଡିଓ ଷ୍ଟେସନର ଏହି ଶୋ’ ପାଇଁ ଖାସ ବନ୍ଦୋବସ୍ତ କରାଯାଇଥିଲା। ପ୍ରୋକ୍ଟରଙ୍କର ଯେତେବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ସେହି ସମୟରେ ରେଡିଓ ଷ୍ଟେସନ ହସ୍ପିଟାଲ ଭିତରେ ହିଁ ପ୍ରସାରଣର ବନ୍ଦୋବସ୍ତ କରିଥିଲା।

dd

ପ୍ରୋକ୍ଟର କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ସୁନ୍ଦର ଅନୁଭବ ଥିଲା। ଡେଲିଭରିର ଧାର୍ଯ୍ୟ ତାରିଖ ପୂର୍ବରୁ ହିଁ ପିଲା ଜନ୍ମ ହୋଇଯାଇଛି। ତେଣୁ ତାଙ୍କୁ ହଠାତ ହିଁ ଶୋ’ର ପ୍ରସ୍ତୁତି କରିବାକୁ ପଡିଥିଲା। ସେ ଆହୁରି କହିଥିଲେ ଯେ ‘ନିଜ ଜୀବନର ଏତେ ମୂଲ୍ୟବାନ ମୁହୂର୍ତ୍ତକୁ ଶ୍ରୋତାଙ୍କ ସହ ବାଣ୍ଟିବା ବହୁତ ବଢ଼ିଆ ଥିଲା। ଲାଇଭ ଶୋ’ରେ ପିଲାକୁ ଜନ୍ମ ଦେବା ମୋ କାମର ହିଁ ଏକ ପାର୍ଟ ଥିଲା, ଯାହାକୁ ମୁଁ ସବୁଦିନ କରୁଛି। ମୁଁ ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଶ୍ରୋତାଙ୍କ ସହିତ ସେୟାର କରୁଛି’।

ddr

ପିଲା ଜନ୍ମ ହେବା ପୂର୍ବରୁ ହିଁ ରେଡିଓରେ ନାମକୁ ନେଇ ଭୋଟିଂ ଆରମ୍ଭ ହୋଇଯାଇଥିଲା। ପ୍ରୋଗ୍ରାମ ଡାଇରେକ୍ଟରଙ୍କ କହିବା ଅନୁଯାୟୀ, ଦମ୍ପତିଙ୍କ ଦ୍ୱାରା ବଛା ଯାଇଥିବା ୧୨ଟି ନାମ ଭିତରୁ ଗୋଟିଏ ନାମକୁ ବାଛିବା ପାଇଁ ଆମେ ଭୋଟିଂ ଆରମ୍ଭ କରିଦେଇଥିଲୁ। ଜ୍ୟାମସନଙ୍କ ଜନ୍ମ ପର୍ଯ୍ୟନ୍ତ ଭୋଟିଂ ଚାଲୁ ରହିଥିଲା। ସେହିପରି ଶୋ’ର କୋ-ହୋଷ୍ଟ ଏହି ଶୋ’କୁ ସବୁଠୁ ଯାଦୁକର ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.