ଆମେରିକାରେ ରହିଛି ଦୁନିଆର ସବୁଠୁ ଛୋଟ ନଦୀ Roe River

ଦୁନିଆର ସବୁଠାରୁ ଛୋଟ ନଦୀ ଆମେରିକାରେ ରହିଛି । ଏହି ନଦୀ ଆମେରିକାର ମୋଟାନା ରାଜ୍ୟରେ ପ୍ରବାହିତ । ଏହି ନଦୀ ନିକଟରେ ହିଁ ଆମେରିକାର ସବୁଠାରୁ ଲମ୍ବା ନଦୀ ମିସୋରି ପ୍ରବାହିତ ହେଉଛି । ତେବେ ଦୁନିଆର ସବୁଠାରୁ ଛୋଟ ନଦୀର ନାମ ହେଉଛି ‘ରୋ ରିଭର’ ।

କୌଣସି ଦେଶରେ ବହୁଥିବା ନଦୀ ସେହି ଦେଶର ଶିରାପ୍ରଶିରା ଭାବେ ଜଣା । ଭାରତରେ ମଧ୍ୟ ଅନେକ ନଦୀ ରହିଛି । କିଛି ନଦୀ ବହୁତ ଲମ୍ବା ଥାଏ, ଏବଂ ଅନେକ ନଦୀର ଲମ୍ବ କମ ରହିଥାଏ । ଆମ ଦେଶରେ ଏପରି କିଛି ନଦୀ ରହିଛି ଯାହାର ଉତ୍ପତ୍ତି ସ୍ଥଳରୁ ଶେଷ ସ୍ଥଳରେ ପହଞ୍ଚିବା ପାଇଁ ଆପଣଙ୍କୁ ଅନେକ ଦିନ ଲାଗି ଯିବ । ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା ଏବଂ ବ୍ରହ୍ମପୁତ୍ର ଭାରତର ପ୍ରମୁଖ ନଦୀ । କିନ୍ତୁ ଭାରତରେ ଦୁନିଆର ସବୁଠାରୁ ବଡ଼ ନଦୀ ନାହିଁ କି ଦୁନିଆର ସବୁଠାରୁ ଛୋଟ ନଦୀ ନାହିଁ । ଏହି ନଦୀ ଦୁଇଟି ଭିନ୍ନ ଭିନ୍ନ ଦେଶରେ ରହିଛି ।

ସମସ୍ତେ ଜାଣିଛନ୍ତି ଦୁନିଆର ସବୁଠାରୁ ବଡ଼ ନଦୀ ଆଫ୍ରିକାରେ ଥିବା ନୀଳ ନଦୀ । ଯାହାର ଲମ୍ବ ୬,୬୫୦ କିଲୋମିଟର । କିନ୍ତୁ ଦୁନିଆର ସବୁଠାରୁ ଛୋଟ ନଦୀ କେଉଁ ଦେଶରେ ବହୁଛି, ତାହା ହୁଏତ ଖୁବ କମ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଛୋଟ ନଦୀ ବିଷୟରେ।

ଦୁନିଆର ସବୁଠାରୁ ଛୋଟ ନଦୀ ଆମେରିକାରେ ରହିଛି । ଏହି ନଦୀ ଆମେରିକାର ମୋଟାନା ରାଜ୍ୟରେ ପ୍ରବାହିତ । ଏହି ନଦୀ ନିକଟରେ ହିଁ ଆମେରିକାର ସବୁଠାରୁ ଲମ୍ବା ନଦୀ ମିସୋରି ପ୍ରବାହିତ ହେଉଛି । ତେବେ ଦୁନିଆର ସବୁଠାରୁ ଛୋଟ ନଦୀର ନାମ ହେଉଛି ‘ରୋ ରିଭର’ । ୧୯୮୦ ମସିହାରେ ଲିଙ୍କନ ସ୍କୁଲ ଏଲିମେଣ୍ଟ୍ରି ର ଶିକ୍ଷକ ଏବଂ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ‘ରୋ’ ନଦୀକୁ ଦୁନିଆର ସବୁଠାରୁ ଛୋଟ ନଦୀ ଭାବେ ଗିନିଜ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ଦେବା ପାଇଁ ଚେଷ୍ଟା କରିଥିଲେ ।

୧୯୮୯ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ‘ରୋ’ ନଦୀକୁ ଦୁନିଆର ସବୁଠାରୁ ଛୋଟ ନଦୀର ମାନ୍ୟତା ମିଳିଥିଲା । ଏହା ପୂର୍ବରୁ ଆରିଗନର ‘ଡି ରିଭର’ ନଦୀକୁ ଛୋଟ ନଦୀର ମାନ୍ୟତା ମିଳିଥିଲା । ଯାହା ମାତ୍ର ୪୪୦ ଫୁଟ ଲମ୍ବା ଥିଲା । କିନ୍ତୁ ‘ରୋ’ ନଦୀର ଲମ୍ବ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଦୁନିଆର ସବୁଠାରୁ ଛୋଟ ନଦୀର ଲମ୍ବ ମାତ୍ର ୨୦୧ ଫୁଟ ଅର୍ଥାତ ଏହା ପାଖାପାଖି ୬୧ ମିଟର । ଏହାର ଲମ୍ବ ଏତେ କମ ଯେ ଆପଣ ଏହାର ଉତ୍ପତ୍ତି ସ୍ଥଳରୁ ଶେଷ ସ୍ଥଳକୁ ମାତ୍ର ଅଳ୍ପ କିଛି ଘଣ୍ଟାରେ ଶେଷ କରି ପାରିବେ । ‘ରୋ’ ନଦୀ ପ୍ରବାହିତ ହୋଇ ଶେଷରେ ମସୁରୀ ନଦୀରେ ମିଶି ଯାଇଥାଏ । ଲିଟିଲ ବେଲ୍ଟ ମାଉଣ୍ଟେନ ରେଞ୍ଜରୁ ଏହି ଛୋଟ ନଦୀର ପାଣି ଆସିଥାଏ ଏବଂ ଏହା ଅଣ୍ଡରଗ୍ରାଉଣ୍ଡ ସ୍ପି୍ରଙ୍ଗରୁ ପ୍ରସ୍ତୁତ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.