Below header

ବିଦ୍ୟୁତରେ ଚାଲୁଚି ପଞ୍ଚତାରକା ହୋଟେଲ, ଏଭଳି ବିଦ୍ୟୁତ ଶକ୍ତିରେ ଚାଲୁଥିବା ଏହା ବିଶ୍ୱର ଏକମାତ୍ର ହୋଟେଲ

ପ୍ରକୃତିର ଭୟଙ୍କର ରୂପ ଆପଣ ଅନେକ ବାର ଭିଡ଼ିଓ ମାଧ୍ୟମରେ ଦେଖିଥିବେ ।  ଆଜି ପୁରା ଦୁନିଆରେ ଜଳବାୟୁରେ ଯଦି ପରିବର୍ତ୍ତନ ହେଉଛି, ତେବେ ଏଥିପାଇଁ ମନୁଷ୍ୟ ଜଗତ ହିଁ ଦାୟୀ। ଏହା ଆମେ କାହିଁକି କହୁଛୁ ଆପଣ ନିଶ୍ଚୟ ବୁଝିପାରୁଥିବେ।  ପ୍ଲାଷ୍ଟିକ ବ୍ୟବହାର ଏହାର ମୁଖ୍ୟ କାରଣ । ଜୀବ ଜଗତ ସହିତ ପ୍ରକୃତିକୁ ଧ୍ୱଂସ କରିବାରେ ଏହା ମୁଖ୍ୟ ସ୍ରୋତ ସାଜିଥାଏ । ଏଥିପାଇଁ ସରକାର ଆମ ଦେଶରେ ଏହାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି। କେବଳ ଭାରତ ନୁହେଁ ପ୍ରତ୍ୟେକ ଦେଶ ଏହାକୁ ନେଇ ଏବେ ବେଶ ସଜାଗ ରହିଛି । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଏବେ ସମସ୍ତଙ୍କୁ ସତର୍କ କରାଯାଇଛି।ଆମ ଦେଶରେ ପ୍ଲାଷ୍ଟିକର ସମସ୍ତ ଜିନିଷ ଖାସ କରି ପଲିଥିନ ବ୍ୟବହାର ଉପରେ ରୋକ ଲଗାଯାଇଛି। ଏହା ତ ଆପଣ ଜାଣିଛନ୍ତି। କିନ୍ତୁ ଏହାର ପୁନଃବ୍ୟବହାର କିପରି ସଠିକ ରୂପେ କରାଯିବ ତାହାକୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି।

ଜାପାନ ଟୋକିଓ ସହରରେ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ପ୍ଲାଷ୍ଟିକରୁ ବିଦ୍ୟୁତ ଶକ୍ତିକୁ ଉତ୍ପନ୍ନ କରାଯାଉଛି। କେବଳ ସେତିକି ନୁହେଁ ବରଂ ଉତ୍ପନ୍ନ ଶକ୍ତି ଦ୍ୱାରା ରେସ୍ତୋରାଁ ମଧ୍ୟ ଖୋଲାଯାଇଛି।  ଏହି ହୋଟେଲର ନାମ କାବାସାକି କିଙ୍ଗ ସ୍କାଇଫ୍ରଣ୍ଟ ଟୋକ୍ୟୁରେ । ଏହା ଦ େଓ୍ଵୟାର ହାଉସ୍‌ ଟୋକ୍ୟୁରେ ହୋଟେଲ ନାମରେ ବେଶ ଜଣାଶୁଣା। ଜାପାନର ଟୋକିଓରେ ଥିବା ଏହି ହୋଟେଲରେ କେବଳ ପ୍ଲାଷ୍ଟିକ ନୁହେଁ ବରଂ ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ବିଦ୍ୟୁତ ଶକ୍ତିକୁ ବ୍ୟବହାର କରାଯାଉଛି।

hotell
pc: patrika

ହୋଟେଲରେ ପ୍ଲାଷ୍ଟିକ ତଥା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହାଇଡ୍ରୋଜେନରୁ ଉତ୍ପନ୍ନ ଉର୍ଜା ବା ଶକ୍ତିକୁ ବ୍ୟବହାର କରାଯାଏ। ଏହା ଦୁନିଆର ପ୍ରଥମ ସ୍ଥାନ, ଯେଉଁଠି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ବିଦ୍ୟୁତ ଶକ୍ତିରେ ହୋଟେଲ କାମ ହୋଇଥାଏ। ଏହି ଟେକିନକକୁ ଜାପାନ କମ୍ପାନୀ ତୋଷିବା ବାହାର କରିଛି। ଏହି ଟେକିନକରେ ୩୦% ଉର୍ଜା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଥିବା ବେଳେ ବାକି ୭୦% ଉର୍ଜା େଓ୍ଵଷ୍ଟେଡ ଫୁଡ ବା ବଳକା ଖାଦ୍ୟରୁ ପ୍ରସ୍ତୁତ କରାଯାଏ। ଏହା ପାଇଁ ପରିବେଶ ମଧ୍ୟ ସୁସ୍ଥ ରୁହେ।

 ଏହି ହୋଟେଲରେ ପ୍ରତି ବର୍ଷ ୩ ଲକ୍ଷ କ୍ୟୁବିକ ନାନୋ ମିଟର ହାଇଡ୍ରୋଜେନ ସପ୍ଲାଏ ହୋଇଥାଏ। ଏଥିରେ ପାଖାପାଖି ୪ ଲକ୍ଷ ୫୦ ହଜାର କିଲୋଓ୍ଵାଟର ବିଦ୍ୟୁତ ଶକ୍ତି ସୃଷ୍ଟି କରାଯାଏ। ଅନୁମାନ ରହିଛି ଯେ, ଏହି ବିଦ୍ୟୁତ ଶକ୍ତି ବର୍ଷେ ପର୍ଯ୍ୟନ୍ତ ମୋଟ ୮୨ ଘରର ଜରୁରୀ ଆବଶ୍ୟକତାକୁ ପୂରଣ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.