ଶଶି ଥରୁରଙ୍କୁ ବଡ଼ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରେ ଦୋଷମୁକ୍ତ କଲେ କୋର୍ଟ

ସୁନନ୍ଦା ପୁଷ୍କର ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ବଡ଼ ଆଶ୍ୱସ୍ତି। ଦିଲ୍ଲୀର ରାଉସ ଏଭେନ୍ୟୁ କୋର୍ଟ ଆଜି ଶଶି ଥରୁରଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। ଶଶି ଥରୁରଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ କୋର୍ଟ ଖଣ୍ଡନ କରି ତାଙ୍କୁ ଦୋଷମୁକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ ୧୭ ଜାନୁଆରୀ ୨୦୧୪ରେ ଦିଲ୍ଲୀର ଏକ ହୋଟେଲରୁ ଶଶିଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତଦେହ ମିଳିଥିଲା। ଏହି ମାମଲାର ତଦନ୍ତ ବେଳେ ଶଶି ଥରୁରଙ୍କ ଉପରେ କେତେକ ପ୍ରଶ୍ନ ଉଠିଥିଲା। ଏଣୁ ସେ ସନ୍ଦେହଘେରକୁ ଚାଲିଆସିଥିଲେ। କିନ୍ତୁ ଆଜି କୋର୍ଟ ତାଙ୍କୁ ଦୋଷ ମୁକ୍ତ ଘୋଷଣା କରିଛନ୍ତି।
— Shashi Tharoor (@ShashiTharoor) August 18, 2021
ଶଶି ଥରୁରଙ୍କ ବିରୋଧରେ ଦାଖଲ ହୋଇଥିବା ପ୍ରମାଣକୁ କୋର୍ଟ ଗ୍ରହଣ କରିନାହାନ୍ତି। ଦିଲ୍ଲୀ ପୋଲିସ ଥରୁରଙ୍କ ବିରୋଧରେ ଡୋମେଷ୍ଟିକ୍ ଭାୟୋଲେନ୍ସ ଓ ଆତ୍ମହତ୍ୟା ପାଇଁ ଉସୁକାଇଥିବା ନେଇ ମାମଲା ରୁଜୁ କରିଥିଲା। କିନ୍ତୁ ଏସବୁର ପ୍ରମାଣ ଦେଇପାରିନଥିଲା। ଏଣୁ ଦୀର୍ଘ ୭ ବର୍ଷ ଧରି ଚାଲିଥିବା ମାମଲାରେ ଆଜି ଶଶି ଥରୁର ଦୋଷମୁକ୍ତ ହୋଇଛନ୍ତି।
ଦୋଷ ମୁକ୍ତ ହେବା ପରେ ଶଶି ଥରୁର କହିଛନ୍ତି, ଏତେ ବର୍ଷ ହେଲା ବହୁତ କଷ୍ଟରେ ଥିଲି। କିନ୍ତୁ ଶେଷରେ ସତର ଜୟ ହୋଇଛି।