ମୁମ୍ବାଇ ସ୍ଥିତ ଫଚ୍ଯୁନ ହ୍ବାଇଟସ ଫ୍ଲାଟକୁ ଭଡ଼ାରେ ଦେଲେ ସୈଫ ଅଲ୍ଲୀ ଖାନ, ମାସକୁ ମିଳିବ ୩.୫୦ ଲକ୍ଷ ଟଙ୍କା

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଏବେ ଦ୍ବିତୀୟ ସନ୍ତାନକୁ ନେଇ ବ୍ଯସ୍ତ ରହିଛନ୍ତି। ବାହାରକୁ ବୁଲିବାକୁ ଯିବା, ମଜା କରିବା ଇତ୍ଯାଦି। ଏବେ ଶୁଣିବାକୁ ମିଳୁଛି ଯେ, ସୈଫଙ୍କ ମୁମ୍ବାଇ ସ୍ଥିତ ଫଚ୍ଯୁନ ହ୍ବାଇଟସରେ ଥିବା ପୁରୁଣା ଘରକୁ ଭଡାରେ ଦେଇଛନ୍ତି। ସୈଫ ଏବଂ କରୀନା ପୂର୍ବରୁ ଏହି ଫ୍ଲାଟରେ ପୁଅ ତୈମୁରଙ୍କ ସହିତ ରହୁଥିଲେ।
ରିପୋର୍ଟ ମୁତାବକ, Indextap.com ଦ୍ବାରା ପଞ୍ଜୀକୃତ ରେଣ୍ଟ ଏଗ୍ରିମେଣ୍ଟ ଦସ୍ତାବିଜ ଆକ୍ସେସ କରାଯାଇଥିଲା। ଯେଉଁଥିରୁ ସୂଚନା ମିଳିଥିଲା କି, ସୈଫ ଅଲ୍ଲୀ ଖାନ ଆସୋସିଏସନ ମିଡିଆ LLP ଗିଲ୍ଟ ନାମକ ଏକ ଫାର୍ମାକୁ ଏହି ଘର ଭଡାରେ ଦେଇଛନ୍ତି। ଯାହାର ସିକ୍ଯୁରିଟି ପଇସା ବାବଦକୁ ୧୫ ଲକ୍ଷ ଟଙ୍କା ଦିଆଯାଇଛି।
ସୈଫ ଅଲ୍ଲୀ ଖାନଙ୍କର ଏହି ଆପାର୍ଟମେଣ୍ଟ ୧୫୦୦ ବର୍ଗଫୁଟ ଅଞ୍ଚଳରେ ରହିଛି। ଦୁଇଟି କାର ପାର୍କିଂ ପାଇଁ ଜାଗା ରହିଛି। ଏହି ଫ୍ଲାଟକୁ ୩ ବର୍ଷ ପାଇଁ ଭଡା ଦିଆଯାଇଛି। ଯାହାର ମାସକୁ ଭଡା ୩.୫୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଯାହାର ଭଡା ପ୍ରତିବର୍ଷ ବଢିବ ବୋଲି କୁହାଯାଉଛି। ଏହି ପ୍ରପର୍ଟିର ଦାମ୍ ୧୨ କୋଟିରୁ ଅଧିକ ହେବ। ସୂଚନାଯୋଗ୍ଯ, ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଏବେ ମାଲଦ୍ବୀପ ଛୁଟିରେ ଯାଇଛନ୍ତି। ଆଉ ପ୍ରତିବର୍ଷ ସେମାନେ ନୂଆ ଘରକୁ ସିଫ୍ଟ ହୋଇଯାଆନ୍ତି।