Viral Video: ଭାରତର ଏହି ସ୍ଥାନରେ ରହିଛି ବିଶ୍ୱର ସବୁଠାରୁ ବଡ଼ କଡ଼େଇ; ଜାଣନ୍ତୁ କ’ଣ କ’ଣ ପ୍ରସ୍ତୁତ ହୋଇଥାଏ ଏଥିରେ

ସାରା ବିଶ୍ୱର କୋଣ ଅନୁକୋଣରୁ ବିଭିନ୍ନ ସମୟରେ ଅଜବ ଜିନିଷ ସବୁ ସାମ୍ନାକୁ ଆସିଥାଏ। ଭାରତ ମଧ୍ୟ ଏକ ବିଚିତ୍ର ଦେଶ, ଏଠାରେ ବି ଏମିତି ଅନେକ ପ୍ରକାରର ଅଦ୍ଭୁତ ଜିନିଷ ସବୁ ରହିଛି, ଯାହା ବିଷୟରେ ହୁଏତ ବହୁତ କମ୍‌ ଲୋକ ଜାଣିଥିବେ। ପ୍ରତ୍ୟେକଙ୍କ ଘରେ ଖାଦ୍ୟ ବନାଇବା ପାଇଁ କଡ଼େଇ ବ୍ୟବହାର କରା ଯାଇଥାଏ। କିନ୍ତୁ କ’ଣ ଆପଣଙ୍କୁ ଜଣା ଅଛି କି, ଦୁନିଆର ସବୁଠାରୁ ବଡ଼ କଡ଼େଇ କେଉଁଠାରେ ଅଛି? ଭାରତର ଅଜେମର ଶରୀଫ୍‌ ଦରଗାହରେ ଏକ ବିଶାଳ କଡ଼େଇ ରହିଛି, ଯାହାକୁ ବିଶ୍ୱର ସବୁଠାରୁ ବଡ଼ କଡ଼େଇ ବୋଲି କୁହାଯାଏ। ଏହି ଦରଗାହ ମଧ୍ୟ ଏହା ଦାବି କରିଥାଏ।

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଫୁଡ୍‌ ବ୍ଲଗର ଅମର ସିରୋହୀ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି। ଅମର ପାଖାପାଖି ୭ ମିନିଟ୍‌ର ସମ୍ପୂର୍ଣ୍ଣ ଭିଡିଓକୁ ନିଜ ପେଜ୍‌ରେ ସେୟାର କରିଛନ୍ତି। ଏହାକୁ ମାତ୍ର କିଛି ହିଁ ଘଣ୍ଟା ଭିତରେ ୨ ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳି ସାରିଲାଣି। ସେହିପରି ଭିଡିଓକୁ ଅନେକ ଲୋକ ସେୟାର ମଧ୍ୟ କରିଛନ୍ତି। ଏହି ଭିଡିଓରେ ଦାବି କରାଯାଇଛି ଯେ ଏହି ବିଶାଳ କଡ଼େଇର ଓଜନ ୪୮୦୦ କିଲୋଗ୍ରାମ ରହିଛି। ଆଜକୁ ପାଖାପାଖି ୪୫୦ ବର୍ଷ ପୂର୍ବେ ବାଦଶାହ ଆକବରଙ୍କ ସମୟରୁ ହିଁ ଏହି କଡ଼େଇ ଏଠାରେ ରହିଛି। ଆଉ ଆଜି ପର୍ଯ୍ୟନ୍ତ ଏହି କଡ଼େଇରେ ଲଙ୍ଗର ପ୍ରସ୍ତୁତ କରାଯାଉଛି।

ଶ୍ରଦ୍ଧାଳୁମାନଙ୍କ ପାଇଁ ଏମିତି ପ୍ରସ୍ତୁତ କରାଯାଇଥାଏ ଜାଫରାନୀ ରାଇସ୍‌

ଏହି ବିଶାଳ କଡ଼େଇ ବିଷୟରେ ଅମର କହିଛନ୍ତି, ଦରଗାହରେ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଆସି ଥାଆନ୍ତି। ସେମାନେ ଶ୍ରଦ୍ଧାର ସହିତ କଡ଼େଇରେ ଚାଉଳ, ଡାଲି ଏବଂ ପଇସା ପକାଇ ଥାଆନ୍ତି। ପଇସାଗୁଡ଼ିକୁ କାଢ଼ି ଅଣାଯିବା ପରେ କଡ଼େଇରେ ଥିବା ଚାଉଳ, ଡାଲିକୁ ବି ବାହାର କରାଯାଇଥାଏ। ଏହାପରେ ସେହି କଡ଼େଇରେ ଜାଫରାନୀ ରାଇସ୍‌ ପ୍ରସ୍ତୁତ କରାଯାଏ। ଏହି ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ କଡ଼େଇକୁ ଭଲ ଭାବେ ସଫାସୁତରା କରାଯାଇଥାଏ। ସମ୍ପୂର୍ଣ୍ଣ ଶୁଦ୍ଧପୁତ ଭାବରେ ଏଠାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଲଙ୍ଗର ପ୍ରସ୍ତୁତ କରାଯାଏ।

କୁହାଯାଏ କି, ଏହି ପରମ୍ପରା ବାଦଶାହ ଆକବରଙ୍କ ସମୟରୁ ହିଁ ପ୍ରଚଳିତ ରହିଛି। ୪୪୦ ବର୍ଷରୁ ଅଧିକ ସମୟ ଧରି ଏହି ପରମ୍ପରା ପାଳନ କରାଯାଇ ଆସୁଛି। ଜାଫରାନୀ ରାଇସ୍‌ ପ୍ରସ୍ତୁତ କରିବା ସମୟରେ ପାଣି, ଚାଉଳ, ମଇଦା, ଡ୍ରାଇ ଫ୍ରୁଟସ୍‌, ଚିନି, ଘିଅ ଆଦି ସାମଗ୍ରୀ ବ୍ୟବହାର କରାଯାଇଥାଏ। ଯେତେବେଳେ ଏହା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଏ, ତ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏହାକୁ ବଣ୍ଟା ଯାଇଥାଏ। ଶ୍ରଦ୍ଧାଳୁମାନେ ମଧ୍ୟ ବେଶ୍‌ ଆନନ୍ଦର ସହ ଏହାକୁ ପ୍ରସାଦ ଆକାରରେ ସେବନ କରି ଥାଆନ୍ତି।

 

View this post on Instagram

 

A post shared by Amar Sirohi (@foodie_incarnate)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.