ଛୁଇଁଲେ କୁତୁକୁତୁ ଅନୁଭବ କରେ ‘ଲାଫିଙ୍ଗ୍‌ ଟ୍ରି’, ଦେଖନ୍ତୁ ଫଟୋ

କ’ଣ ଆପଣ କେବେ କୌଣସି ଗଛକୁ ଛୁଇଁବା ପରେ ହସୁଥିବାର ଦେଖିଛନ୍ତି କି? ହଁ, ଠିକ୍‌ ଶୁଣିଛନ୍ତି। ଯେତେବେଳେ କେହି ଗଛର କାଣ୍ଡ କିମ୍ବା ଶାଖାପ୍ରଶାଖାକୁ ଛୁଇଁଥାଏ, ତା’ହେଲେ ସେ ଏପରି ବ୍ୟବହାର କରିଥାଏ, ଯେପରି ତାକୁ କୁତୁକୁତୁ ଲାଗୁଛି। ଏଥିପାଇଁ ଆପଣଙ୍କୁ ଉତ୍ତରାଖଣ୍ଡର କାଲାଢୁଙ୍ଗି ଜଙ୍ଗଲକୁ ଯିବାକୁ ପଡ଼ିବ। କାହିଁକି ନା, ସେଠାରେ ଏହି ଅଦ୍ଭୁତ ପ୍ରକାର ଗଛ ରହିଛି। ଅଜବ କଥା ହେଉଛି, ଗଛକୁ ଛୁଇଁଲେ ତାକୁ କୁତୁକୁତୁ ଲାଗିଥାଏ। କେହି ଯଦି ଏହାର କାଣ୍ଡକୁ ଛୁଇଁଥାଏ, ତା’ହେଲେ ଏହାର ଶାଖାପ୍ରଶାଖା ସବୁ ମେଲି ଯାଇଥାଏ। ଗଛଟିର ଏହି ପ୍ରାକୃତିକ ଘଟଣା ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥାଏ।

ଏହାସହ ପଢନ୍ତୁ: କଟକ, ଭୁବନେଶ୍ୱରର ଯିବା ଆସିବା ବାଟରେ ବି ରହିଛି ଭୂତପ୍ରେତ ସ୍ଥାନ, ଏଠାକାର ରୋମାଞ୍ଚକର କାହାଣୀ ହୁଏତ ଆପଣ କେବେ ଶୁଣି ନ ଥିବେ

କାଲାଢୁଙ୍ଗି ଜଙ୍ଗଲରେ ଏମିତି ୨ଟି ଗଛ ରହିଛି। ଗତ ୫ ବର୍ଷ ହେବ ଏହି ଗଛ ଦୁଇଟିକୁ କାର୍ବେଟ ଗ୍ରାମ ବିକାଶ ସମିତି ଦ୍ୱାରା ପଯ୍ୟର୍ଟନ ସହିତ ଯୋଡ଼ାଯାଇଛି। ଘଞ୍ଚ ଜଙ୍ଗଲରେ କମ୍ପୁଥିବା ଏହି ଗଛ ଦେଖିବାକୁ ବହୁ ପଯ୍ୟର୍ଟକ ଏଠାକୁ ଆସିଥାଆନ୍ତି। ସେମାନେ ସମିତିର ମାର୍ଗଦର୍ଶନ ଅନୁସରଣ କରନ୍ତି।\nଲୋକେ ଏହି ଅଜବ ଗଛକୁ ‘ଲାଫିଙ୍ଗ୍‌ ଟ୍ରି’ ବୋଲି କୁହନ୍ତି। ଏହାର ଜୈବିକ ନାମ ହେଉଛି ‘ରେଣ୍ଡିଆ ଡକ୍ଟ୍ରୋମମ୍‌’। ରୁବିସା ପ୍ରଜାତିର ଏହି ଗଛ ୩୦୦ରୁ ୧୩୦୦ ମିଟର ଉଚ୍ଚ ପଯ୍ୟର୍ନ୍ତ ଲମ୍ବିଥାଏ। ଯେଉଁପରି ଭାବେ ଏହା ମଣିଷ ଭଳି କାମ କରିଥାଏ, ସେଥିପାଇଁ ତାକୁ ରହସ୍ୟମୟ ବୃକ୍ଷ ବୋଲି କୁହାଯାଏ। ବର୍ତ୍ତମାନ ଏକ ବିଶେଷଜ୍ଞ ଟିମ୍‌ ଏହାର କାରଣ ଖୋଜିବାରେ ଲାଗିଛି। କିନ୍ତୁ ଏ ପଯ୍ୟର୍ନ୍ତ କେହି ଏହାର ରହସ୍ୟକୁ ଉନ୍ମୋଚନ କରିପାରିନାହାନ୍ତି।