ବିବାଦରେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ, ଚୁକ୍ତି ଉଲ୍ଲଙ୍ଘନ ବିରୋଧରେ ଆସିଲା କୋର୍ଟ ସମନ

ପୁଣି ବିବାଦରେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ । ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଯୋଙ୍କ ବିରୋଧରେ ଚୁକ୍ତି ଉଲ୍ଲଙ୍ଘନର ଅଭିଯୋଗ ଆଣିଛନ୍ତି ପ୍ରଯୋଜକ ପାଣିନୀ ପ୍ରାଜ୍ଞ । ପାଣୀନିଙ୍କ ଅଭିଯୋଗ କ୍ରମେ ସମ୍ବଲପୁର କୋର୍ଟ ସମନ ଜାରି କରିଛନ୍ତି। ପାଣିନୀଙ୍କ ପ୍ରଡକ୍ସନ ହାଉସରେ ଦଶବର୍ଷ ପାଇଁ କାମ କରିବାକୁ ଚୁକ୍ତି କରିଥିଲେ ଯୋଯୋ। ୨୦୧୨ ଜୁଲାଇ ୨୭ ତାରିଖରେ ଦଶବର୍ଷ ପାଇଁ ଏହି ଚୁକ୍ତି ହୋଇଥିଲା। କିନ୍ତୁ ଯୋଯୋ ଏହାକୁ ଉଲ୍ଲଙ୍ଘନ କରି କାମକୁ ଆସୁନଥିବା ନିର୍ଦ୍ଦେଶକ ଅଭିଯୋଗ କରିଛନ୍ତି। ଚୁକ୍ତିର ଉଲ୍ଲଙ୍ଘନ ଗୁରୁଶିଷ୍ୟ ପରମ୍ପରାରେ କଳଙ୍କ ଆଣିଥିବା କହିଛନ୍ତି ପାଣିନୀ। ଆଗାମୀ ଦିନରେ ପ୍ରଯୋଜକମାନେ ନୂଆ କଳାକାର ସୃଷ୍ଟି କରିବାକୁ କୁଣ୍ଠାବୋଧ କରିବେ ବୋଲି କୁହାଯାଇଛି।