ଫାଶୀ ପୂର୍ବରୁ ଦୋଷୀଙ୍କୁ ଶେଷ ଇଚ୍ଛା ପଚରାଯିବାର ନାହିଁ କୌଣସି ନିୟମ! ଜାଣନ୍ତୁ ଫାଶୀ ସହ ଜଡ଼ିତ ଏମିତି କିଛି ଗୁଜବ ବିଷୟରେ
ଆମ ଦେଶରେ ଫାଶୀ ଦିଆଯିବାକୁ ନେଇ ଆପଣ ଅନେକ କଥା ଶୁଣିଥିବେ। ଫାଶୀ ଦଉଡ଼ି ତିଆରି ହେବାଠାରୁ ଆରମ୍ଭ କରି ଦୋଷୀକୁ ଫାଶୀ ଖୁଣ୍ଟରେ ଝଲାଇବା ଯାଏ, ଏ ସବୁ ବିଷୟରେ ଆମ ପାଖରେ ଯାହା ବି କିଛି ତଥ୍ୟ ରହିଛି, ସେଗୁଡ଼ିକ ମଧ୍ୟରୁ କିଛିଟା ସତ ହୋଇଥିବା ବେଳେ ଆଉ କିଛିଟା ମିଛ। ସେପଟେ ଘାତକଠାରୁ ଆରମ୍ଭ କରି ଜେଲର୍ଙ୍କ ଭୂମିକା ଯାଏ, ଏହାକୁ ନେଇ ବି ଭିନ୍ନ ଭିନ୍ନ ଗୁଜବ ଶୁଣିବାକୁ ମିଳିଥାଏ। ଆଜି ପଯ୍ୟର୍ନ୍ତ କୌଣସି ବି ସଂସ୍ଥା ଏହା ବିଷୟରେ ସଠିକ୍ ସୂଚନା ଦେଇପାରି ନାହାନ୍ତି। ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିବା ପରେ ଏହି ଗୁଜବ ଆହୁରି ବଢ଼ିଯାଇଛି। ତେବେ ଏଭଳି ଗୁଜବକୁ ଦୂର କରିବା ଏବଂ ଏହା ପଛର ପ୍ରକୃତ ସତ ଜାଣିବା ପାଇଁ ଉତ୍ତର ପ୍ରଦେଶର ପୂର୍ବତନ ଜେଲ୍ ଆଇଜି ତଥା ପୂର୍ବତନ ଜିଡିପି ସୁଲଖାନ୍ ସିଂଙ୍କ ସହ ଏକ ଗଣମାଧ୍ୟମର ହୋଇଥିବା ସ୍ୱତନ୍ତ୍ର ସାକ୍ଷାତକାରର କିଛି କିୟଦଂଶ।
ଫାଶୀ ଦେବାର ଠିକ୍ ଶୈଳୀ
୧. ଫାଶୀ ଦେବାର ଠିକ୍ ଶୈଳୀ କ’ଣ?
‘ଆଜି ଏକ ଖବରକାଗଜରେ ପଢ଼ିଲି ଯେ ନିର୍ଭୟା ଦୋଷୀଙ୍କ ଉଚ୍ଚତା ହିସାବରେ ରଶିର ଲମ୍ବା ରଖାଯାଇଛି। ଫାଶୀ ସମୟରେ ଦୋଷୀର ବେକକୁ ଝଟ୍କା ନ ଲାଗିବା ପାଇଁ ଫନ୍ଦା ଲାଗିବା ପରେ ଶରୀରକୁ ଧୀରେ ଧୀରେ ଗାଡ଼ ଭିତରକୁ ଛାଡ଼ି ଦିଆଯିବ। ଫାଶୀର ଏହି ଶୈଳୀ ସମ୍ପୂର୍ଣ୍ଣ ଭୁଲ୍। ମୋର ମନେ ପଡ଼ୁନି, ଫାଶୀର ନିୟମରେ କିଛି ପରିବର୍ତ୍ତନ କରାଯାଇଛି କି ନାହିଁ। ଫାଶୀ ହେଉଛି ଅଳ୍ପ ଯନ୍ତ୍ରଣା ଏବଂ କ୍ରୁରତା ଉପାୟ, ଯେଉଁଥିରେ ତତ୍କ୍ଷଣାତ ମୃତ୍ୟୁ ଘଟିଥାଏ’।
୨. ଭାରତରେ ଫାଶୀ ଦେବାର ଶୈଳୀ ଅନ୍ୟ ଦେଶଠାରୁ କିଭଳି ଭିନ୍ନ?
‘ସତୁରି ଦଶକରେ ଗୋଆରେ ଥରେ ଏହା ଉପରେ ଅଧ୍ୟୟନ କରାଯାଇଥିଲା। ସେତେବେଳେ ଗୋଆ ପର୍ତ୍ତୁଗାଲ ଅଧୀନରେ ଥିଲା ଏବଂ ପର୍ତ୍ତୁଗାଲରେ ଫାଶୀ ଦଣ୍ଡ ନ ଥିଲା। ତେଣୁ ଗୋଆରେ ଫାଶୀଘର ବି ନ ଥିଲା। ସ୍ୱାଧୀନତା ପରେ ଯେତେବେଳେ ପ୍ରଥମ ଥର ଫାଶୀ ଦେବାର ନିୟମ ଆସିଲା, ସେତେବେଳେ ଏହା ଉପରେ ପୁଣି ଅଧ୍ୟୟନ କରାଗଲା। କିଛି ଦେଶ ଏବଂ ଭାରତରେ ଅଧ୍ୟୟନ ପରେ ଏହା ନିଷ୍କର୍ଷ ବାହାରିଥିଲା ଯେ ଭାରତରେ ଫାଶୀର ଶୈଳୀ ସର୍ବଶ୍ରେଷ୍ଠ। ଏଥିରେ ଯନ୍ତ୍ରଣା ଏବଂ ସମସ୍ୟା ବିନା ତତ୍କ୍ଷଣାତ୍ ମୃତ୍ୟୁ ହୋଇଥାଏ’।
୩. ‘ଝଟ୍କା(drop)’ ଶବ୍ଦର ଆଇନତଃ ତାତ୍ପଯ୍ୟର୍ କ’ଣ?
‘ଡ୍ରପ୍ର ତାତ୍ପଯ୍ୟର୍ ହେଉଛି, ରଶିକୁ ସେତିକି ଢିଲା ତଥା ଅତିରିକ୍ତ କରାଯାଇଥାଏ, ଯେପରି ଶରୀର ତତ୍କ୍ଷଣାତ୍ ସେହି ହିସାବରେ ତଳକୁ ଖସିଯିବ। ଏହି ଝଟକାରେ ହିଁ ସ୍ପାଇନଲ୍ କର୍ଡ ଭାଙ୍ଗିଯାଇଥାଏ। ଶରୀର ଡ୍ରପ୍ ହେବା ପରେ ଅଧ ଘଣ୍ଟା ଲଟକି ରହିବା ଉଚିତ। ଯେତେବେଳେ ଡାକ୍ତର ମୃତ ବୋଲି ପ୍ରମାଣିତ କରିବେ, ସେତେବେଳେ ଶରୀରକୁ ରଶିରୁ ବାହାର କରି ତଳେ ରଖିବା ଉଚିତ। ଫାଶୀ ସମୟରେ ଏହା ଦେଖିବାକୁ ପଡ଼ିଥାଏ ଯେ ବ୍ୟକ୍ତିର ମୃତ୍ୟୁ ସ୍ପାଇନାଲ୍ କର୍ଡ ଫ୍ୟାକ୍ଚର ଯୋଗୁ ହୋଇଛି, ନିଶ୍ୱାସ ଅଟକିବାରୁ ନୁହେଁ। କାରଣ, ନିଶ୍ୱାସ ଅଟକିବାରେ ମୃତ୍ୟୁ ବହୁତ ସମୟ ପରେ ହୋଇଥାଏ ଏବଂ ଏହା ବହୁତ କଷ୍ଟଦାୟକ’।
ଫାଶୀ ଦେବା ପାଇଁ କେମିତି ହୋଇଥାଏ ମାପଚିହ୍ନ
୪. ଦୋଷୀଙ୍କୁ ତାଙ୍କ ଓଜନ ଅନୁସାରେ ଝଟ୍କା(drop)’ ଦିଆଯାଇଥାଏ। ଫାଶୀ ଦେବା ପାଇଁ କ’ଣ ହୋଇଥାଏ ମାପଚିହ୍ନ?
‘ଆଇପିସି ଧାରା ୩୯୮ ଅନୁସାରେ, ଦୋଷୀର ଓଜନ ଅନୁସାରେ ରଶିର ଡ୍ରପ୍ ରଖାଯାଇଥାଏ। ଏହାର ମାନକ ଧାରା ୩୯୮ରେ ଦିଆଯାଇଛି।
• ଓଜନ ୧୦୦ ପାଉଣ୍ଡ(ପାଖାପାଖି ୪୬ କିଲୋ) ପଯ୍ୟର୍ନ୍ତ- ୭ ଫୁଟ
• ଓଜନ ୧୨୦ ପାଉଣ୍ଡ(ପାଖାପାଖି ୫୫ କିଲୋ) ପଯ୍ୟର୍ନ୍ତ- ୬ ଫୁଟ
• ଓଜନ ୧୪୦ ପାଉଣ୍ଡ(ପାଖାପାଖି ୬୪ କିଲୋ) ପଯ୍ୟର୍ନ୍ତ- ୫ ଫୁଟ ୬ ଇଞ୍ଚ
• ଓଜନ ୧୬୦ ପାଉଣ୍ଡ(ପାଖାପାଖି ୭୩ କିଲୋ) ପଯ୍ୟର୍ନ୍ତ- ୫ ଫୁଟ
୫. କ’ଣ ପୂର୍ବରୁ ଫାଶୀ ପରେ ପୋଷ୍ଟମର୍ଟମ୍ କରାଯାଉ ନ ଥିଲା? ବର୍ତ୍ତମାନର ନିୟମ କ’ଣ ରହିଛି?
‘ପୂର୍ବରୁ ଫାଶୀ ପରେ ପୋଷ୍ଟମର୍ଟମ୍ ବ୍ୟବସ୍ଥା ନ ଥିଲା। କିନ୍ତୁ ଏବେ ନ୍ୟାୟିକ ନିଷ୍ପତ୍ତି ଏବଂ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ରକ୍ରିୟା ଅତ୍ୟନ୍ତ ଜରୁରୀ। ଯଦିଓ ଏ ପଯ୍ୟର୍ନ୍ତ ଉତ୍ତର ପ୍ରଦେଶ ଜେଲ୍ରେ ମାନୁଆଲ୍ରେ ସଂଶୋଧନ କରାଯାଇନାହିଁ’।
୬. ଫାଶୀ ଦେବା ସମୟରେ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ?
• ଜେଲ୍ କତ୍ତୃପକ୍ଷ ନିଜେ ହିଁ ସବୁ ବ୍ୟବସ୍ଥା କରିବେ।
• ଫାଶୀ ତାରିଖର ପୂର୍ବ ସନ୍ଧ୍ୟାରେ କତ୍ତୃପକ୍ଷ ରଶି ଏବଂ ଫାଶୀ ପ୍ଲାଟ୍ଫର୍ମ ଆଦିକୁ ଯାଞ୍ଚ କରିବେ।
• ଜିଲା ମାଜିଷ୍ଟ୍ରେଟ୍ କିମ୍ବା ଉପ-ଜିଲା ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିବେ।
• ଜଣେ ନିରୀକ୍ଷକ, ଉପ-ନିରୀକ୍ଷକ, ଦୁଇଜଣ ହେଡ୍ କନଷ୍ଟେବଳ ଏବଂ ୧୨ଜଣ କନଷ୍ଟେବଳଙ୍କ ସଶସ୍ତ୍ର ଗାର୍ଡ ଉପସ୍ଥିତ ରହିବେ।
• ଫାଶୀ ସମୟରେ ବନ୍ଦୀଙ୍କର କେବଳ ପୁରୁଷ ସମ୍ପର୍କୀୟ ଉପସ୍ଥିତ ରହିପାରିବେ।
• ଫାଶୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ଯାଏ ଜେଲ୍ର ଅନ୍ୟ ବନ୍ଦୀମାନଙ୍କୁ ନିଜ ନିଜ ବାରାକ୍ ଭିତରେ ହିଁ ବନ୍ଦ ରଖାଯାଇଥାଏ।
• ବନ୍ଦୀଙ୍କୁ ଜେଲ୍ ଅଧୀକ୍ଷକ ମୃତ୍ୟୁଦଣ୍ଡର ଆଦେଶ, ନ୍ୟାୟିକ ଆଦେଶ ଏବଂ ରାଜକ୍ଷମା ଖାରଜର ଆଦେଶଗୁଡ଼ିକୁ ଭଲ ଭାବେ ବୁଝାଇ ଥାଆନ୍ତି। ଏହାପରେ ଜେଲର୍ ତାଙ୍କୁ ମୃତ୍ୟୁ ଅଧିପତ୍ର ହିନ୍ଦୀରେ ପଢ଼ି ଶୁଣାନ୍ତି।
• ଯେତେବେଳେ ଅଧୀକ୍ଷକ ଏବଂ ଚିକିତ୍ସାଧିକାରୀ ଫାଶୀଘରେ ନିଜ ନିଜ ଜାଗା ନିଅନ୍ତି, ସେତେବେଳେ ବନ୍ଦୀଙ୍କ ଦୁଇଟି ହାତକୁ ପଛକୁ କରି ହାତକଡ଼ି ଲଗାଯାଇଥାଏ। ଜେଲର୍ ତାଙ୍କୁ ଫାଶୀଘରର ଭିତର ପଟ କବାଟ ଦେଇ କାଠପଟା ପଯ୍ୟର୍ନ୍ତ ନେଇଯାଇଥାଆନ୍ତି।
୭. ଘାତକଙ୍କ ଭୂମିକା କ’ଣ?
‘ଘାତକ ଦୋଷୀର ଦୁଇଟି ଗୋଡ଼କୁ ବାନ୍ଧି ଦେଇଥାଆନ୍ତି। ଜେଲ୍ ଅଧୀକ୍ଷକଙ୍କ ଆଦେଶ ମିଳିବା ପରେ ଲିଭର ଟାଣିଦିଅନ୍ତି। ଲିଭର୍ ଟାଣିବା ପରେ କାଠପଟା ପଡ଼ିଯାଇଥାଏ ଏବଂ ଦୋଷୀ ରଶିରେ ଦିଆଯାଇଥିବା ଡ୍ରପ୍ ହିସାବରେ ତଳକୁ ଖସିପଡ଼ିଥାଏ। କିନ୍ତୁ ତାଙ୍କ ଗୋଡ଼ ତଳେ ଲାଗି ନ ଥାଏ’।
୮. ଯଦି ଅନୁଭବ ହୁଏ କି, ମୃତ ଶରୀରକୁ ନେଇ ବିକ୍ଷୋଭ ହୋଇପାରେ, ତା’ହେଲେ ଏଭଳି ସ୍ଥିତିରେ କ’ଣ କରାଯାଇଥାଏ?
‘ଏଭଳି ପରିସ୍ଥିତିରେ ମୃତଦେହକୁ ସମ୍ପର୍କୀୟ, ପ୍ରିୟ ପରିଜନଙ୍କୁ ହସ୍ତାନ୍ତର କରାଯାଇଥାଏ। ଯଦି ଜିଲା ମାଜିଷ୍ଟ୍ରେଟ୍ କିମ୍ବା ପ୍ରଭାରୀ ମାଜିଷ୍ଟ୍ରେଟ୍ ସାଙ୍ଗସାଥୀ, ସମ୍ପର୍କୀୟଙ୍କୁ ଦେବା ଅବାଞ୍ଛନୀୟ ଭାବନ୍ତି, ତା’ହେଲେ ତାଙ୍କ ଅନ୍ତିମ ସଂସ୍କାର ତାଙ୍କ ଧର୍ମ ଅନୁସାରେ କରି ଦିଆଯାଏ’।
୯. ଅନ୍ତିମ ସଂସ୍କାର ସମୟରେ ଅଧିକରୁ ଅଧିକ କେତେ ଲୋକଙ୍କୁ ଅନୁମତି ମିଳିଥାଏ?
‘ଅନ୍ତିମ ସଂସ୍କାର ସମୟରେ ଅଧିକରୁ ଅଧିକ ୪ଜଣ ସମ୍ପର୍କୀୟ କିମ୍ବା ସାଙ୍ଗ ଉପସ୍ଥିତ ରହିପାରିବେ’।
ଫାଶୀ ପଛର ସତ
୧୦. ଫାଶୀ ଦଉଡ଼ିକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହୋଇଥାଏ, କ’ଣ ରହିଛି ଏହା ପଛର ସତ?
‘ରଶିର ଯାଞ୍ଚ ପାଇଁ ଏକ ଅଖାରେ ବାଲି ଭର୍ତ୍ତି କରି ତାହାକୁ ଏକ ଟ୍ରାଇପଡ୍ ଉପରେ ରଖାଯାଇଥାଏ। ଟ୍ରାଇପଡ୍ ସମେତ ଅଖାର ମୁହଁ ପଯ୍ୟର୍ନ୍ତ ଉଚ୍ଚତା କାଠପଟାଠାରୁ ପାଖାପାଖି ୫ ଫୁଟ୍ ରହିବା ଜରୁରୀ’।
• ଫାଶୀ ପାଇଁ ଏକ ଇଞ୍ଚ ବ୍ୟାସର ମନିଲା ରଶି ବ୍ୟବହାର କରାଯାଇଥାଏ।
• ଫାଶୀ ଘରେ ଅତି କମ୍ରେ ୫ଟି ରଶି ରଖାଯାଇଥାଏ।
• ପ୍ରତି ୩ ମାସରେ ଥରେ କିମ୍ବା ପ୍ରତି ଫାଶୀ ପରେ ରଶିରେ ମହୁଫେଣା ମହମ, ଘିଅ ଏବଂ କାର୍ବୋଲିକ୍ ଏସିଡ ମିଶାଇ ଲଗାଯାଇଥାଏ। ଏହାକୁ ଏକ ମାଠିଆରେ ରଖି ମୁହଁକୁ ଭଲ ଭାବେ ବନ୍ଦ କରିଦିଆଯାଏ। ଏହାପରେ ଏକ ପତଳା ରଶିରେ ଛାତରେ ଲଟକାଇ ରଖାଯାଏ।
• ଏହି ସମୟରେ ଜିଲା ମାଜିଷ୍ଟ୍ରେଟ୍ କିମ୍ବା ଉପ-ଜିଲା ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିଥାଆନ୍ତି।
୧୧. କେମିତି ଜଣାପଡ଼ିଥାଏ, ଫାଶୀ ଠିକ୍ ଶୈଳୀରେ ଦିଆଯାଇଛି କି ନାହିଁ?
‘ମୁଁ ଅନୁଭବି ଘାତକଙ୍କ ସହିତ କଥା ହୋଇଛି। ତାଙ୍କ ଅନୁସାରେ, ଯଦି ଠିକ୍ ଫାଶୀ ଲାଗିଥିବ, ତା’ହେଲେ ଶରୀର ସ୍ଥିର ଭାବେ ଲଟକି ରହିବ। ଯଦି ଭୁଲ୍ ଫାଶୀ ଦିଆଗଲା, ତା’ହେଲେ ଶ୍ୱାସ ଅବରୋଧ ହୋଇଥାଏ ଏବଂ ବନ୍ଦୀର ଶରୀର ଓ ଗୋଡ଼ ଛଟପଟ ହୋଇଥାଏ’।
ଫାଶୀକୁ ନେଇ ଭାଇରାଲ ମିଛ
୧୨. କ’ଣ ଫାଶୀ ଦେବା ପୂର୍ବରୁ ଦୋଷୀଙ୍କୁ ଅନ୍ତିମ ଇଚ୍ଛା ପଚାରିବାର କିଛି ନିୟମ ରହିଛି?
‘ନା, ଏମିତି କିଛି ନିୟମ ନାହିଁ’।
୧୩. ଯଦି ଫାଶୀ ଦେବା ସମୟରେ ରଶି ଛିଣ୍ଡିଗଲା, ଯାହାକି ଅସମ୍ଭବ, ତା’ହେଲେ ଦୋଷୀକୁ କ’ଣ କ୍ଷମା କରିଦିଆଯାଏ?
‘ନା, ସେମିତି କରାଯାଏ ନାହିଁ। ଆଉ ଏକ ରଶିରେ ପୁଣିଥରେ ତାଙ୍କୁ ଫାଶୀ ଦିଆଯିବ’।
୧୪. ଗମ୍ଭୀର ଅପରାଧ ପାଇଁ ଫାଶୀ ଦଣ୍ଡ ମିଳିଥାଏ, ତଥାପି ଲୋକେ ଏହାକୁ ଡରନ୍ତି ନାହିଁ। ଏମିତି କାହିଁକି?
‘ଦଣ୍ଡ ଯଦି ତୁରନ୍ତ ହେବ ଏବଂ ଏହାର ନ୍ୟାୟ ପ୍ରକ୍ରିୟା ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ହେବ, ତା’ହେଲେ ଲୋକେ ଡରିବେ। ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ଅପରାଧୀ ମନରେ ଭୟ ରହୁନାହିଁ। ‘ବିଗ୍ ଆଣ୍ଡ ସର୍ଟନ ପନିସ୍ମେଣ୍ଟ’ ହେବା ଦରକାର।