୮୭ ବର୍ଷରେ ଚାଲିଗଲେ ‘ଦାଦି ଫ୍ୟାନ୍‌’ ଚାରୁଲତା, , ହ୍ଵିଲଚେୟାରରେ ବସି ଭାରତୀୟ ଟିମକୁ କରିଥିଲେ ଉତ୍ସାହିତ

ଟିମ୍ ଇଣ୍ଡିଆର ୮୭ ବର୍ଷିୟା ଖାସ୍ ଫ୍ୟାନ ଚାରୁଲତାଙ୍କର ନିଧନ ହୋଇଛି। ଗତ ବର୍ଷ ଇଣ୍ଡଲରେ ହେଉଥିବା କ୍ରିକେଟ ବିଶ୍ୱକପରେ ଭାରତ ସେମିଫାଇନାଲରେ ହାରିଯାଇଥିଲେ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଜଣେ ୮୭ ବର୍ଷିୟା ଭାରତୀୟ ଫ୍ୟାନ୍ ଚାରୁଲତା ପଟେଲ ସମସ୍ତଙ୍କ ମନ ଜିତି ନେଇଥିଲେ। ମ୍ୟାଚ ପରେ ଭାରତୀୟ ଖେଳାଳି ତାଙ୍କୁ ସ୍ୱତନ୍ତ୍ର ଭାବରେ ସାକ୍ଷାତ୍ କରିଥିଲେ। ଯାହାପରେ ସେହି ସମୟର ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ଏବଂ ସେ ରାତାରାତି ଚର୍ଚ୍ଚାର ପରିସରକୁ ଆସିଯାଇଥିଲେ।

ବିସିସିଆଇ ମଧ୍ୟ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଟିମ୍ ଇଣ୍ଡିଆର ଏହି ‘ଦାଦି ଫ୍ୟାନ’ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ୧୩ ଜାନୁୟାରୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଶ୍ୱକପରେ ଭାରତ ଏବଂ ବାଂଗଲାଦେଶ ମଧ୍ୟରେ ହେଉଥିବା ମୁକାବିଲାରେ ଲୋକଙ୍କ ଟିଭି ସ୍କ୍ରିନରେ ୮୭ ବର୍ଷର ଚାରୁଲତା ଦେଖାଯାଇଥିଲେ, ଯିଏ କି ଟିମ୍ ଇଣ୍ଡିଆକୁ ଚିୟର କରୁଥିଲେ। ଏହାପରେ ସେ ରାତାରାତି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲେ।

viratମୁକାବିଲା ଶେଷ ହେବା ପରେ ବିରାଟ କୋହଲୀ ତାଙ୍କୁ ଭେଟିଥିଲେ ଏବଂ ପାଦ ମଧ୍ୟ ଛୁଇଁଥିଲେ। ଚାରୁଲତା ତାଙ୍କୁ ଆଶିର୍ବାଦ ଦେଇଥିଲେ ଏବଂ କିଛି ସମୟ ବସି କଥାବାର୍ତ୍ତା ମଧ୍ୟ କରିଥିଲେ। ଏହି ସମୟରେ କେହାଲୀ ତାଙ୍କୁ ଆଗାମୀ ମ୍ୟାଚର ଟିକେଟ ଦେବା ପାଇଁ ମଧ୍ୟ କହିଥିଲେ। ଶ୍ରୀଲଙ୍କା ମ୍ୟାଚ୍ ସମୟରେ ବିରାଟ ତାଙ୍କ ପ୍ରତିଶ୍ରୁତି ପୂରା କରିଥିଲେ।

rohitକେବଳ କୋହଲୀ ନୁହେଁ ରୋହିତ ଶର୍ମା ମଧ୍ୟ ତାଙ୍କୁ ଭେଟିଥିଲେ ଏବଂ ଆଳିଙ୍ଗନ ମଧ୍ୟ କରିଥିଲେ। ସେ ସେତେବେଳେ ହ୍ଵିଲ ଚେୟାରରେ ବସି ଷ୍ଟାଡିୟମରେ ପହଁଚିଥିଲେ। ବିସିସିଆଇ ତାଙ୍କ ନିଧନରେ ଶୋକ ପ୍ରକାଶ କରି ଲେଖିଛନ୍ତ, ‘ତୁମେ ସବୁବେଳେ ଭାରତୀୟ ଫ୍ୟାନଙ୍କ ହ୍ରୁଦୟର ରହିବ’।

Leave A Reply

Your email address will not be published.