ସ୍ୱପ୍ନ ଶାସ୍ତ୍ରରେ ଏହି ୫ଟି ସ୍ୱପ୍ନକୁ ଧନ ଆଗମନର ସଙ୍କେତ ବୋଲି କୁହାଯାଇଛି, ଆପଣ ବି ଦେଖିନାହାନ୍ତି ତ ଏଥିରୁ କିଛି!

ଆମେ ଦିନ ଭିତରେ ଯେଉଁ କଥା ଭାବିଥାଉ କିମ୍ବା କରିଥାଉ ସେସବୁ ସ୍ୱପ୍ନ ହୋଇ ପୁଣିଥରେ ରାତିରେ ଦେଖାଯାଏ। ସ୍ୱପ୍ନ ସହ ଆମ ଜୀବନର ମଧ୍ୟ ସମ୍ପର୍କ ରହିଛି। ବେଳେବେଳେ ସ୍ୱପ୍ନରେ ଭବିଷ୍ୟତରେ କ’ଣ ଘଟିବ ସେ ନେଇ ମଧ୍ୟ ଆଭାସ ମିଳେ। ଜ୍ୟୋତିର୍ବିଦ୍‌ଙ୍କ ମତରେ ସ୍ୱପ୍ନ ଆମକୁ ଭବିଷ୍ୟତରେ ମିଳିବାକୁ ଥିବା ଧନ ସମ୍ପର୍କରେ ଆଗୁଆ ସୂଚନା ଦେଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ କେଉଁ କେଉଁ ଜିନିଷ ଦେଖିଲେ ଧନ ଲାଭ ହୋଇଥାଏ…

dream

  • ସ୍ୱପ୍ନରେ ଯଦି ଆପଣ କୌଣସି ଉଚ୍ଚସ୍ଥାନକୁ ଚଢ଼ୁଥିବା ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣ ଧନ ଲାଭ କରିବେ।
  • ସ୍ୱପ୍ନରେ ବିଡ଼ା ବିଡ଼ା ନୋଟ୍‌ ଦେଖିବାର ଅର୍ଥ ହେଉଛି ଆପଣ ନିକଟ ଭବିଷ୍ୟତରେ ଧନ ଲାଭ କରିବେ। ଏହି ସ୍ୱପ୍ନ ବିଷୟରେ ଯେତେ ଲୁଚାଇବେ ସେତେ ଅଧିକ ଧନ ପାଇବେ।
  • ସ୍ୱପ୍ନ ଶାସ୍ତ୍ର ଅନୁସାରେ ଅଳିଆ ଦେଖିବା ଶୁଭ ହୋଇଥାଏ। ଏହି ସ୍ୱପ୍ନ ଧନର ଆଗମନର ସୂଚନା ଦିଏ।
  • ସ୍ୱପ୍ନରେ ନିଜେ ମିଠା ଖାଉଥିବା ଦେଖିବା ଶୁଭ ହୋଇଥାଏ। କୁହାଯାଏ ଯେ ଏଭଳି ସ୍ୱପ୍ନ ଘରକୁ ଧନର ଆଗମନର ରାସ୍ତା ଖୋଲିଥାଏ।
  • କ୍ଷୀରକୁ ପବିତ୍ର କୁହାଯାଏ। ସ୍ୱପ୍ନରେ ଯଦି କ୍ଷୀର ଦେଖୁଥାନ୍ତି ତେବେ ଜାଣନ୍ତୁ ଯେ ଆର୍ଥିକ ସ୍ଥିତି ସୁଧୁରିବା ସମ୍ଭାବନା ରହିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.