Below header

୧୦ ମେ ପରେ ବଦଳିବ ଏହି ୫ଟି ରାଶିର ଭାଗ୍ୟ, ମିଳିବ ଅନେକ ସଫଳତା

ଆସନ୍ତା ୧୦ ମେ ପରେ ୪ଟି ବଡ଼ ଗ୍ରହ ନିଜ ଗତି ପରିବର୍ତ୍ତନ କରିବେ। ଯାହାର ସିଧା ପ୍ରଭାବ ୫ଟି ରାଶି ଉପରେ ପଡ଼ିବ। ଏହି ସମୟରେ ସେମାନଙ୍କ ଭାଗ୍ୟ ଚମକିବ। ଯଦି ଆପଣଙ୍କର ଏହି ରାଶି ମଧ୍ୟରୁ ଏକ, ତେବେ ନିଶ୍ଚିତ ଭାବେ ଆଗକୁ ପଢ଼ନ୍ତୁ…ଆଉ ଜାଣନ୍ତୁ ଏହିଦିନଠୁ ଆପଣଙ୍କ ର କେଉଁ ସବୁ ଫାଇଦା ହେବ।

ନକ୍ଷ୍ୟତ୍ର ଦୃଷ୍ଟିରୁ ଚଳିତ ମାସ ବିଶେଷ ରାଶି ମାନଙ୍କ ପାଇଁ ଖୁବ ଶୁଭ ରହିଛି । ୪ଟି ବଡ଼ ବଡ଼ ଗ୍ରହ ନିଜ ଗତି ପରିବର୍ତ୍ତନ କରିବେ। ଯାହାର ପ୍ରଭାବ ୫ ଟି ରାଶି ଉପରେ ଶୁଭ ଆକାରରେ ପଡ଼ିବ।

ତେବେ ଗ୍ରହ ମାନଙ୍କ କଥା କହିଲେ ବୁଧ ଦେବ ନିଜ ଗତି ପରିବର୍ତ୍ତନ କରିବେ। ଆସନ୍ତା ୧୦ ମେ ରେ ବୁଧ ଦେବ ବକ୍ରି ହୋଇଯିବେ। ଏହାସହ ସୂର୍ଯ୍ୟଦେବ ୧୪ ଏପ୍ରିଲରେ ମେଷ ରାଶିରେ ପ୍ରବେଶ କରିସାରିଛନ୍ତି। ୧୭ ମେ ରେ ମଙ୍ଗଳ ଗ୍ରହ ମୀନ ରାଶିରେ ଗୋଚର ପ୍ରକାରେ ଗତି କରିବେ। ଚଳିତ ମାସର ଶେଷ ଭାଗରେ ଶୁକ୍ର ଗ୍ରହ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ। ଏହି ୪ ଟି ଗ୍ରହଙ୍କ ସ୍ଥାନ ପରିବର୍ତ୍ତନ ଯୋଗୁଁ ୫ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଦୟ ହେବ। ଏବେ ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ..

zodiac
pc: glamour

ମକର:
ଏହି ରାଶିର ଲୋକଙ୍କୁ ଚଳିତ ମାସରେ ବିଦେଶରେ ଚାକିରି ମିଳିବାର ସୁଯୋଗ ରହିଛି। ଯେଉଁମାନେ ଲମ୍ବା ସମୟ ଧରି କାମ ଖୋଜୁଥିଲେ ସେମାନେ ମଧ୍ୟ ଖୁସି ଖବର ପାଇବେ। କର୍ମଚାରୀଙ୍କ ପଦୋନ୍ନତି ହେବ। ସରକାରୀ ଚାକିରି ମଧ୍ୟ ମିଳିବ।

କନ୍ୟା:
ଏହି ରାଶିର ଲୋକଙ୍କୁ ଭଲ ଚାକିରି ମିଳିବ। ସରକାରୀ ମାମଲାରେ ଫାଇଦା ମିଳିବ। କର୍ମଚାରୀଙ୍କ ପ୍ରମୋସନ ହେବ। ଆର୍ଥିକ ଲାଭ ଯୋଗ ରହିଛି। ପରିବାର ଲୋକଙ୍କୁ ସପୋର୍ଟ ମିଳିବ।

ମୀନ :
ଏମାନେ ଖୁବ ସଫଳତା ପାଇବେ। କର୍ମକ୍ଷେତ୍ରରେ ପ୍ରମୋସନ ହେବା ସହ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଜମିବାଡ଼ି କାମ ଆପଣଙ୍କ ସପକ୍ଷରେ ରହିବ।

ବିଛା:
ବ୍ୟବସାୟରେ ଉନ୍ନତି ହେବ। ପାର୍ଟନର୍ସିପରେ ବିଜନେସ୍‌ ହେବାର ସମ୍ଭବନା ରହିଛି। ଆର୍ଥିକ ସମୃଦ୍ଧି ହେବାସହ ଅଫିସ ତରଫରୁ ଖୁସି ଖବର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.