ଇଦ୍‌ ପାର୍ଟିରେ ସଲମାନଙ୍କୁ ଜାବୁଡି କିସ୍‌ କଲେ ଶେହନାଜ, ଭାଇରଲ ହେଉଛି କ୍ୟୁଟ୍‌ ଭିଡିଓ

ଶେହନାଜ ଗିଲ୍‌ଙ୍କୁ ଫ୍ୟାନ୍ସ ବେଶ ଭଲପାଆନ୍ତି। ବିଗ୍‌ବସ୍‌ରେ ଭାଗ ନେବା ପରେ ସମସ୍ତଙ୍କ ପାଖରେ କ୍ୟୁଟ୍‌ ଅନ୍ଦାଜ ପାଇଁ ଲୋକପ୍ରିୟ ହୋଇପାରିଥିଲେ ଶେହନାଜ। ଶେହନାଜ ଏବଂ ସିଦ୍ଧାର୍ଥଙ୍କ କେମେଷ୍ଟ୍ରି ବିଗବସ୍‌ରେ ସମସ୍ତଙ୍କ ମନ ଜିଣିଥିଲା। ଶେହନାଜ ଶୋ ଜିତିନଥିଲେ ସତ କିନ୍ତୁ ସମସ୍ତଙ୍କ ମନ ଜିତିନେଇଥିଲେ। ହଠାତ୍‌ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ବହୁତ ଭାଙ୍ଗିପଡିଥିଲେ ଶେହନାଜ। ହେଲେ ଏବେ ଶେହନାଜ କାମକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଶେହନାଜ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି। ଆଉ ତାହା ପୁଣି ସଲମାନଙ୍କ ଖାନଙ୍କ ଫିଲ୍ମରେ । ନିକଟରେ ଶେହନାଜ୍ -ସଲମାନଙ୍କ ଏକ ଭିଡିଓ ସେୟାର କରାଯାଇଛି । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରଲ୍ ହେବାରେ ଲାଗିଛି ।

ମଙ୍ଗଳବାର ଅର୍ଥାତ୍ ଗତକାଲି ସଲମାନ ଖାନଙ୍କ ଭଉଣୀ ଅର୍ପିତା ଏବଂ ଆୟୁଷ ଶର୍ମା ସେମାନଙ୍କ ଘରେ ଏକ ଇଦ୍ ପାର୍ଟି ଦେଇଥିଲେ । ଏହି ପାର୍ଟିରେ ଅନେକ ବଲିଉଡ ଇଣ୍ଡଷ୍ଟ୍ରୀର ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳଥିଲା । ପାର୍ଟିରେ ଶେହନାଜ ମଧ୍ୟ ସାମିଲ୍ ହୋଇଥିଲେ । ହେଲେ ଏହାରି ଭିତରେ ସଲମାନ ଓ ଶେହନାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ କଥାବାର୍ତ୍ତା କରିବା ସହ ଥଟ୍ଟାମଜା ମଧ୍ୟ କରୁଥିବାର ନଜର ଆସିଥିଲେ । ଏହି ସମୟରେ ଶେହନାଜ୍ ସଲମାନଙ୍କୁ ଆଲିଙ୍ଗନ କରି କିସ୍‌ କରୁଥିବାର ଦେଖିବାକୁ ମିଳିଥିଲା ।

 

View this post on Instagram

 

A post shared by Manav Manglani (@manav.manglani)

ଶେହନାଜ ପାର୍ଟି ସରିବା ପରେ ବାହାରକୁ ଆସିବା ସମୟରେ ସଲମାନଙ୍କ ତାଙ୍କ ହାତ ଧରି କାର ପାଖରୁ ଛାଡିବାକୁ ଆସିଥିଲେ।ଏହାକୁ ନେଇ ଶେହନାଜ କହିଛନ୍ତି, ସଲମାନ ସାର ମତେ ଛାଡିବାକୁ ଆସିଛନ୍ତି । ଉଭୟଙ୍କର ଏହି ସୁନ୍ଦର ମୂହୁର୍ତ୍ତ ଗୁଡିକର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି । ପ୍ରଶଂସକମାନେ ସେମାନଙ୍କ ଏହି କେମେଷ୍ଟ୍ରୀକୁ ଦେଖି ପ୍ରଶଂସା କରୁଛନ୍ତି । ଏହା ବ୍ୟତୀତ ଭିଡିଓରେ ଫ୍ୟାନ୍ସମାନେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ ଯେ ସଲମାନ୍‌ ଖାନ୍‌ଙ୍କୁ କଭି ଇଦ୍‌ କଭି ଦିଓ୍ଵାଲୀ ବ୍ୟତୀତ ଅନ୍ୟ କେତେକ ଫିଲ୍ମରେ ମଧ୍ୟ ଦର୍ଶକେ ଖୁବ୍‌ ଶୀଘ୍ର ଦେଖିବେ। ସେ ଖୁବ୍‌ ଶୀଘ୍ର କ୍ୟାଟ୍ରିନା କୈଫ୍‌ଙ୍କ ସହ ଟାଇଗର ୩ରେ ନଜର ଆସିବେ। ଏହି ଫିଲ୍ମରେ ସେ ଜଣେ ର’ ଏଜେଣ୍ଟ ଭୂମିକାରେ ଅଭିନୟ କରୁଛନ୍ତି। ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଇମ୍ରାନ୍‌ ହାସ୍‌ମୀ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ୍‌ ୨୧ ଏପ୍ରିଲ ୨୦୨୩ରେ ବଡ଼ ପରଦାକୁ ଆସିବ। ସେହିପରି ସଲମାନ୍‌ଙ୍କୁ ଆଗକୁ ମେଗାଷ୍ଟାର ଚିରଞ୍ଜିବୀଙ୍କ ସହ ଗଡ୍‌ ଫାଦରରେ ବି ଦେଖିବାକୁ ମିଳିବ। ଏହା ବ୍ୟତୀତ ଏବେ ସଲମାନ୍‌ କିକ୍‌ ୨ରେ ବି କାମ କରୁଛନ୍ତି। ଆଶା କରାଯାଉଛି ଯେ ତାଙ୍କୁ ଶାହାରୁଖ ଖାନ୍‌ଙ୍କ ପଠାନ୍‌ରେ ବି ଦର୍ଶକେ ଦେଖିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.