ଏହି ତିନି ତାରିଖରେ ଜନ୍ମିତ ଝିଅମାନେ କାହା ଉପରେ କରିନଥାନ୍ତି ବିଶ୍ୱାସ, ଜାଣନ୍ତୁ କିଏ

ଅଂକ ଜ୍ୟୋତିଷ ଅନୁସାରେ,ଯାହାଙ୍କ ଜନ୍ମ କୌଣସି ମାସର ୯, ୧୮, ୨୭ ତାରିଖରେ ହୋଇଥାଏ, ସେମାନଙ୍କ ମୂଳାଙ୍କ ୯ ହୋଇଥାଏ । ନବମ ଭାବର ସ୍ୱାମୀ ମଙ୍ଗଳ ହୋଇଥାନ୍ତି । ମଙ୍ଗଳଙ୍କୁ ଯୁଦ୍ଧର ଦେବତା ବୋଲି ମନାଯାଇଥାଏ । ମୂଳାଙ୍କ ୯ ର ଲୋକଙ୍କ ଉପରେ ମଙ୍ଗଳଙ୍କ ପ୍ରଭାବ ବହୁତ ରହିଥାଏ । ଅଂକ ଜ୍ୟୋତିଷ ଅନୁଯାୟୀ ମୂଳାଙ୍କ ୯ ବାଲା ଲୋକ ବହୁତ ସାହସୀ ହୋଇଥାନ୍ତି । ଏମାନେ ବିପଦରେ ଡରନ୍ତି ନାହିଁ । ଏମାନେ ଉପରେ ଯେତେ ରାଗୀ ଦେଖାଯାଇଥାନ୍ତି ବାସ୍ତବରେ ଭିତରେ ସେତେ ନରମ ହୋଇଥାନ୍ତି । ମ୍ୟାନେଜମେଣ୍ଟରେ ଏମାନେ କୁଶଳୀ ହୋଇଥାନ୍ତି ।
କେବେ ମାନନ୍ତି ନାହିଁ ପରାଜୟ
ମୂଳାଙ୍କ ୯ ବାଲା ଲୋକ କେବେ ପରାଜୟକୁ ସ୍ୱୀକାର କରନ୍ତି ନାହିଁ । ଏମାନଙ୍କ ଜୀବନରେ ଯେତେ ବଡ଼ ଲକ୍ଷ୍ୟ ହେଉନା କାହିଁକି, ଏମାନେ ସବୁ ବିପଦକୁ ସାମନା କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏମାନଙ୍କ ଭିତରେ ନେତୃତ୍ୱ ନେବାର ଦକ୍ଷତା ଥାଏ । ଯେଉଁ କାମକୁ ହାତକୁ ନେଇଥାନ୍ତି, ଏହାକୁ ନସାରି ବିଶ୍ରାମ ନେଇ ନଥାନ୍ତି ।
ଅନ୍ୟର ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ
ମୂଳାଙ୍କ ୯ ବଲା ଲୋକ ଅନ୍ୟର ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ । କୌଣସି ବି ମାସର ୯, ୧୮, ୨୭ ତାରିଖରେ ଜନ୍ମିତ ଝିଅମାନେ ଏମାନଙ୍କ ଉପରେ କାହାର ବି ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜ କାମରେ କାହାର ଦଖଲକୁ ପସନ୍ଦ କରନ୍ତି ନାହିଁ ।
ପ୍ରାରମ୍ଭରେ କଠିନ ଓ ପରେ ସଫଳତା ପାଇଥାନ୍ତି
ଅଂକ ଶାସ୍ତ୍ର ଅନୁସାରେ ୯ ମୂଳାଙ୍କ ଲୋକ ପ୍ରାରମ୍ଭିକ ଜୀବନରେ କଠିନ ସମୟ ଦେଇ ଗତି କରିଥିବା ବେଳେ ପରେ ସଫଳତା ପାଇଥାନ୍ତି । ଏମାନେ ପ୍ରାୟ ଭାବୁକ ହୋଇଥାନ୍ତି ।
ଶୁଭ ତାରିଖ
ମୂଳାଙ୍କ ୯ ବାଲା ଲୋକଙ୍କ ପାଇଁ ମାସର ୯, ୧୮, ୨୭ ତାରିଖ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ଆରମ୍ଭ କରାଯାଇଥିବା କାମରେ ସଫଳତା ମିଳିଥାଏ ।