ଶୀଘ୍ର ହିଁ ଘରକୁ ନର୍କ କରିଦେଇଥାଏ ଏହି ସବୁ ଭୁଲ, କ’ଣ ଆପଣ ବି କରି ଆସୁଛନ୍ତି କି

ସବୁ ଘରେ ଦେବୀ, ଦେବତାଙ୍କ ପାଇଁ ଅଲଗା ସ୍ଥାନ ରହିଥାଏ। ଯେଉଁ ଘରେ ବିଧି ବିଧାନର ସହ ଭଗବାନଙ୍କୁ ପୂଜା କରାଯାଇଥାଏ, ସେହି ଘରକୁ ସକାରାତ୍ମକ ଶକ୍ତି ଆସିଥାଏ, ଯଦ୍ଦ୍ୱାରା ଘରର ଦାରିଦ୍ର୍ୟତା ଦୂର ହୋଇଯାଇଥାଏ। କିନ୍ତୁ କେବେ କେବେ ଆମେ ଆମ ଅଜାଣତରେ ଅନେକ ଭୁଲ କରିବସିଥାଉ। ଯାହାଫଳରେ ଘରେ ଅଶାନ୍ତି ଉତ୍ପନ୍ନ ହୋଇଥାଏ। ଆସନ୍ତୁ ଜାଣିବା କ’ଣ ସେ ସବୁ ଭୁଲ, ଯାହାକୁ ଆମେ କରିବା ଉଚିତ ନୁହେଁ।

trt

୧. ଘରେ ଦୁଇଟି ଶିବଲିଙ୍ଗ, ୩ଟି ଗଣେଶ, ଦୁଇଟି ଶଙ୍ଖ, ଦୁଇଟି ସୂର୍ଯ୍ୟ ପ୍ରତିମା, ଜଗଦମ୍ବାଙ୍କର ୩ଟି ପ୍ରତିମା ଏବଂ ଦୁଇଟି ଶାଳଗ୍ରାମଙ୍କର ପୂଜା କରିବା ଉଚିତ ନୁହେଁ। କାରଣ, ଏହାଦ୍ୱାରା ଭକ୍ତିର ଫଳ ମିଳି ନ ଥାଏ ଏବଂ ଦୁଃଖ ପ୍ରାପ୍ତି ହୋଇଥାଏ।

trtd

୨. ଘରର ମନ୍ଦିର ବା ଠାକୁର ଘରେ ଅଧିକ ବଡ଼ ମୂର୍ତ୍ତି ରଖିବା ଉଚିତ ନୁହେଁ। ଯଦି ଆପଣ ଶିବଲିଙ୍ଗ ରଖିବାକୁ ଚାହୁଁଛନ୍ତି, ତା’ହେଲେ ଏହା ଆଙ୍ଗୁଠି ଠାରୁ ଅଧିକ ବଡ଼ ହେବା ଉଚିତ ନୁହେଁ। ଶିବଲିଙ୍ଗ ବହୁତ ସମ୍ବେଦନଶୀଳ ହୋଇଥାଏ। ଏଥିପାଇଁ ଠାକୁର ଘରେ ବହୁତ ଛୋଟ ଶିବଲିଙ୍ଗ ରଖିବା ଶୁଭ ହୋଇଥାଏ।

dtt

୩. ଘରର ଠାକୁର ଘରେ ଏକରୁ ଅଧିକ ଶଙ୍ଖ ଥିଲେ, ଏହାକୁ ହଟାଇ ଦିଅନ୍ତୁ।

୪. ଶାସ୍ତ୍ର ଅନୁସାରେ ଘରେ କଦାପି ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ। କାରଣ, ଏହାଦ୍ୱାରା ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ଏହାକୁ ଅଶୁଭ ମଧ୍ୟ କୁହାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.