Below header

ବିଜେଡିରୁ ବହିିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପାଇଁ ଦାବି କଲା ଗଞ୍ଜାମ ଜିଲ୍ଲା ବିଜେପି

ବ୍ରହ୍ମପୁର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର ପରେ ଏବେ ତାଙ୍କୁ ଗିରଫ କରିବାକୁ ଦାବି ଉଠିଲାଣି । ଏହି ଦାବି କରାଯାଇଛି ଗଞ୍ଜାମ ଜିଲ୍ଲା ବିଜେପି ଶାଖା ପକ୍ଷରୁ । ଟାଟା କମ୍ପାନୀରେ ନିଯୁକ୍ତି ଦେବା ନେଇ ମିଥ୍ଯା ପ୍ରତିଶୃତି ଦେଇ ବେକାର ଯୁବକ ଓ ଯୁବତୀଙ୍କଠାରୁ ଅର୍ଥ ଠକି ନେଇଥିବା ଅଭିଯୋଗ ରହିଛି ପ୍ରଦୀପଙ୍କ ବିରୋଧରେ । ଏହାର ତଦନ୍ତ କରାଯିବା ସହିତ ତାଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଦାବି ହୋଇଛି ।

ଏନେଇ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବ୍ରହ୍ମପୁର ଏସପିଙ୍କ କାର୍ଯ୍ଯାଳୟ ସମ୍ମୁଖରେବିକ୍ଷୋଭ କରାଯିବା ସହିତ ଏକ ସ୍ମାରକପତ୍ର ଏସପି ପିନାକ୍‌ ମିଶ୍ରଙ୍କୁ ପ୍ରଦାନ କରିଛି ଦଳ । ବିଜେଡି ଦଳରୁ ବହିଷ୍କୃତ କରାଯାଇଥିବା ବିଧାୟକ ଦୀର୍ଘ ବର୍ଷ ଧରି ଅନେକ ଦୁର୍ନୀତିରେ ସାମିଲ ଥିବା ନେଇ ବିଜେପି ଅଭିଯୋଗ କରିଛି। ଏହା ସହ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ଯାନୁଷ୍ଠାନ ନିଆଯାଇଥିବାରୁ ଏହାକୁ ସ୍ୱାଗତ କରାଯାଇଛି । ଏହା ସହ ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକର ରାଜ୍ଯ ସରକାର ସଠିକ୍‌ ଭାବେ ତଦନ୍ତ କରିବାକୁ ଦାବି ହୋଇଛି । ସେପଟେ ବିଜେପି ପକ୍ଷରୁ ବିଧାୟକଙ୍କ ବିରୋଧରେ ଦିଆ ଯାଇଥିବା ସ୍ମାରକପତ୍ରର ତର୍ଜମା ସହ ତଦନ୍ତ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.