Below header

ପୁରୁଣା ସ୍ପୋର୍ଟ୍ସ ଜୋତାରୁ ଚପଲ ତିଆରି କରି ମାଗଣାରେ ବାଣ୍ଟୁଛନ୍ତି ମୁମ୍ବାଇର ଦୁଇ ଯୁବକ

ଦାମୀ ସ୍ପୋର୍ଟ୍ସ ଜୋତା ଯଦି ଖରାପ ହୋଇଯାଏ ତେବେ ଆମେ ତାହାକୁ ଫିଙ୍ଗି ଦେଇଥାଉ ଅଥବା କୌଣସି ଦରକାରୀ ଲୋକକୁ ଦେଇଦେଇଥାଉ । କିନ୍ତୁ ମୁମ୍ବାଇର ଏହି ଦୁଇ ଯୁବକ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପୁରୁଣା ହୋଇଯାଇଥିବା ଏହି ଦାମୀ ଜୋତା ମାନଙ୍କରୁ ଦୈନନ୍ଦିନ ବ୍ୟବହାର ହେଉଥିବା ସ୍ଲିପର ବନାଇବା ଆରମ୍ଭ କରିଥିଲେ । ଏହି ଚପଲ ଗୁଡିକୁ ସେ ଗାଁର ଗରିବ ପିଲା ମାନଙ୍କ ମଧ୍ୟରେ ବାଣ୍ଟୁଥିଲେ । ଯାହାଦ୍ୱାରା ସେମାନେ ସହଜରେ ସ୍କୁଲ ଯାଇଆସି ପାରିବେ । ମୁମ୍ବାଇର ଶ୍ରୀୟାନ୍ସ ଭଣ୍ଡାରୀ ଓ ରମେଶ ଧାମୀ  । ନାମକ ଏହି ଦୁଇ ଯୁବକ ୫ ବର୍ଷ ହେବ ଏହି କାମ କରିଆସୁଛନ୍ତି । ଏବେ ପର୍ଯ୍ୟନ୍ତ ସେମାନେ ପ୍ରାୟ ୧୩ଟି ଗାଁରେ ୩ ଲକ୍ଷ ଚପଲ ବାଣ୍ଟି ସାରିଲେଣି ତାଙ୍କର କମ୍ପାନୀର ନାମ ଦିଆଯାଇଛି ‘ଗ୍ରୀନ ସୋଲ’ ।

sriyans bhandari

୨୫ ବର୍ଷୀୟ ଶ୍ରୀୟାନ୍ସଙ୍କ ଅନୁଯାୟୀ ପ୍ରତିଦିନ ପ୍ରାୟ ୫୦୦ ଚପଲ ବଣ୍ଟା ହେବା ନେଇ ଲକ୍ଷ କରାଯାଇଛି । ଏଥିପାଇଁ ଟାଟା,ଆକ୍ସିସ ବ୍ୟାଙ୍କ,ଏଚଡିଏଫସି ଭଳି ୫୫ ଟି କମ୍ପାନୀ ମାନଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଯାଉଛି । ତାଙ୍କ ଅନୁଯାୟୀ ରତନ ଟାଟା ଓ ବାରାକ ଓବାମାଙ୍କ ପରି ବ୍ୟକ୍ତି ବିଶେଷ ମାନେ ଚିଠି ମାଧ୍ୟମରେ ପ୍ରଂଶସା କରି ସାରିଲେଣି । ଏମିତିକି ଫୋର୍ବସ ପତ୍ରିକାର ୩୦ ବର୍ଷରୁ କମ ବ୍ୟବସାୟୀ ମାନଙ୍କ ତାଲିକାରେ ମଧ୍ୟ ସେମାନଙ୍କର ନାଁ ଅଛି । ଆଗାମୀ ୨ ବର୍ଷ ମଧ୍ୟରେ ସେମାନେ ୧୦ ଲକ୍ଷ ଚପଲ ବାଣ୍ଟିବା ନେଇ ଲକ୍ଷ ରଖିଛନ୍ତି । ଏଥିପାଇଁ ୧୦ ଟି ସେଣ୍ଟର ଅଲଗା ଅଲଗା ସହର ଓ ଗାଁ ମନଙ୍କରେ ଖୋଲା ଯିବା ନେଇ ଲକ୍ଷ ରଖାଯାଇଛି ।

ଏହା ସହ ପଢନ୍ତୁ: ମଧ୍ୟରାତ୍ରିରେ ବୁଲା କୁକୁର ସହିତ ନାଚିଲେ ବ୍ୟକ୍ତି, ସକାଳୁ ଭିଡିଓ ହୋଇଗଲା ଭାଇରାଲ

ଏଥିରେ ପ୍ରାୟ ୧୦୦୦ ଲୋକଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦିଆଯିବ । ଏହି ଯୁବକ ଦ୍ବୟ ସ୍କୁଲ ବେଳରୁ ଖେଳାଳି ଥିବାରୁ ତାଙ୍କ ପାଖରେ ବହୁ ସଂଖ୍ୟକ ପୁରୁଣା ଜୋତା ପଡି ରହିଥିଲା । ଏହାକୁ ବ୍ୟବହାର ଯୋଗ୍ୟ କରିବା ପାଇଁ ହିଁ ବହୁ ଚିନ୍ତା କରି ସେମାନେ ଏହି ରାସ୍ତା ବାହାର କରିଥିଲେ । ଏମିତିରେ ବି ସମସ୍ତଙ୍କ ଘରେ ଏହି ଜୋତା ଗୁଡିକ ପୁରୁଣା ହେବା ପରେ ଏଣେ ତେଣେ ପଡିରହିଥାଏ । ଏହି ଥିରୁ ଚପଲ ତିଆରି କରିବା ସହଜ ହୋଇଥାଏ । ତା ଛଡା ଏହାକୁ ଆରାମରେ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଶ୍ରୀୟାନ୍ସ ଏହାମଧ୍ୟ କହିଥିଲେ କି ପ୍ରଥମେ ପ୍ରଥମେ ଏହି କାମର କୌଣସି ଅନୁଭୂତି ନଥିବାରୁ ଆଇଆଇଟି ସ୍ତର କମ୍ପିଟିସନ ମାନଙ୍କରେ ଜିତିଥିବା ବହୁ ଟଙ୍କା ସେମାନେ ଏହି କାମ ପାଇଁ ଲଗାଇ ଦେଇଥିଲେ ।

two boys with shoes

ପ୍ରଥମେ ପ୍ରଥମେ ବହୁ ଶ୍ରମିକ ମାନେ ବି ଏଥିରେ କାମ କରିବାକୁ ମନା କରିଦେଇଥିଲେ । କାହାର ବ୍ୟବହାର ହୋଇଥିବା ପୁରୁଣା ଚପଲରେ ସେମାନେ କାମ କରିବାକୁ ମନା କରିଦେଇଥିଲେ । ହାଇଜେନିକ ପ୍ରଣାଳୀରେ ସେମାନଙ୍କୁ ପୁରୁଣା ଜୋତା ମାନଙ୍କରୁ ନୂଆ ଚପଲ କରିବା ପଦ୍ଧତି ଶିଖାଯାଇଥିଲା । କମ୍ପାନୀକୁ ଏକ ବର୍ଷ ମଧ୍ୟରେ ପ୍ରାୟ ୧୨୦୦ ଯୋଡ଼ା ପୁରୁଣା ଜୋତା ସଂଗ୍ରହ କରିବାକୁ ପଡିଥାଏ ।

ଉତ୍ତରପ୍ରଦେଶ, ବିହାର,ମଧ୍ୟପ୍ରଦେଶ,ରାଜସ୍ଥାନ,ଗୁଜୁରାଟ,ତେଲେଙ୍ଗାନା,ଓଡିଶା, ଆସାମ ପରି ୧୩ଟି ରାଜ୍ୟ ମାନଙ୍କରେ କମ୍ପାନୀ ତିଆରି ଚପଲ ମାନ ବାଣ୍ଟୁଛନ୍ତି । ବହୁ ଜଲ୍ଦି କାଶ୍ମୀର, ଲାଦଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପରି ରାଜ୍ୟଙ୍କୁ ମଧ୍ୟ କମ୍ପାନୀ ତରଫରୁ ଚପଲ ମାନ ଯୋଗାଯିବାର ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.