ମଙ୍ଗଳ ଏବଂ ଚନ୍ଦ୍ର ପୃଷ୍ଠରେ କରାଯାଇପାରିବ ପାଳଙ୍ଗ,ଟମାଟୋ ଏବଂ ମୂଳା ଚାଷ, ନାସା ପକ୍ଷରୁ ସଫଳ ହେଲା ପରୀକ୍ଷଣ

ନାସା ବୈଜ୍ଞାନିକମାନେ କୃତ୍ରିମ ରୂପରେ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ର ଭଳି ବାତାବରଣ ଏବଂ ମାଟି ପ୍ରସ୍ତୁତ କରି ସେଥିରେ ଫସଲ କରିବାରେ ସଫଳତା ହାସିଲ୍ କରିଛନ୍ତି । ସେମାନଙ୍କର କହିବା କଥା, ଭବିଷ୍ୟତରେ ମଙ୍ଗଳ ଏବଂ ଚନ୍ଦ୍ରମାରେ ମନୁଷ୍ୟର ଅବସ୍ଥିତି ଏବଂ ସେମାନଙ୍କ ଖାଦ୍ୟ ପଦାର୍ଥକୁ ଚାଷ କରାଯାଇପାରିବ ।

mars moonନେଦରଲ୍ୟାଣ୍ଡର ୱାଗେନିଂଗେନ୍ ୟୁନିଭର୍ସିଟିର ଗଭେଷକମାନେ ଏହା କହିଛନ୍ତି କି, ମଙ୍ଗଳ ଏବଂ ଚନ୍ଦ୍ରରେ କରାଯାଇଥିବା ଫସଲରେ ଫଳ ପ୍ରାପ୍ତ କରାଯିବାର ସମ୍ଭାବନା ରହିଛି । ଯାହାଫଲରେ ଫସଲ କରାଯାଇପାରିବ । ସେମାନେ ଟମାଟୋ, ମୂଳା,ପାଳଙ୍ଗ,ମଟର ଛୁଇଁ ଆଦି ଅଲଗା ଅଲଗା ପରିବା ଚାଷ କରାଯାଇପାରିବ ବୋଲି କହିଛନ୍ତି।

ଏହାସହ ପଢନ୍ତୁ:

ମଙ୍ଗଳ ଗ୍ରହରେ ମାନବ ଜାତି ତିଷ୍ଠି ରହିବା ପାଇଁ ଏବେ ବୈଜ୍ଞାନିକଙ୍କ ପାଖରେ ସହଜ ଉପାୟ!

tomatoୱାଗେନିଂଗେନ୍ ୟୁନିଭର୍ସିଟିର ଜଣେ ଗଭେଷକ କହିଛନ୍ତି କି, ଯେବେ ଆମେ କୃତ୍ରିମ ରୂପରେ ପ୍ରସ୍ତୁତ କରାଯାଇଥିବା ମଙ୍ଗଳ ଗ୍ରହର ମାଟିରେ ଫଳିଥିବା ପ୍ରଥମ ଟମାଟୋକୁ ଲାଲ୍ ହେବାରେ ଦେଖିଥିଲୁ ସେତେବେଳେ ଆମେ ଉତ୍ସାହିତ ହୋଇଯାଇଥିଲୁ । ଏହାର ମାନେ ଆମେ ଆଉ ଏକ ସଫଳତା ଆଡକୁ ପାଦ ବଢାଇସାରିଛୁ । ପରୀକ୍ଷାକର୍ତ୍ତା ମାନେ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ର ପ୍ରୁଷ୍ଠର ସାମାନ୍ୟ ମାଟି ମିଶାଇ କ୍ରୁତିମ ରୂପରେ ଏପରି ବାତାବରଣ ବକସିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.