Below header

ସାବଧାନ୍ ! ଏହି ୮ଟି ଭୁଲ୍ ପାଇଁ ମାତ୍ର ଗୋଟିଏ ମିନିଟରେ କଟିପାରେ ଆପଣଙ୍କ ଚାଲାଣ , ହୋଇପାରେ ଜେଲ୍

ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ୍ ବିଷୟରେ କହିବୁ ଯାହାକୁ ଅଣଦେଖା କରି ଆପଣ ଅସୁବିଧାରେ ପଡିପାରନ୍ତି । ଏହି ସବୁ ଭୁଲ୍ ପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ । ଏପରିକି ଜେଲ୍ ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା କଣ ସେହି ୮ଟି ଭୁଲ୍ ଯାହାକୁ ଗାଡି ଚଲାଇବା ସମୟରେ ଆଦୌ କରିବା ଉଚିତ୍ ନୁହେଁ ।

ଗାଡି ରଖିବା ପୂର୍ବରୁ ସାବଧାନ୍ :
ଯଦି ଆପଣ ଭାବୁଛନ୍ତି ନୋ ପାର୍କିଂ ଷ୍ଟାଣ୍ଡ ବ୍ୟତୀତ ଆପଣ ଯେ କୌଣସି ସ୍ଥାନରେ ବି ଗାଡି ରଖି ପାରିବେ ତେବେ ଆପଣ ଭୁଲ୍ ଭାବୁଛନ୍ତି । ଯଦି ଆପଣ ଗାଡି କୌଣସି ସ୍କୁଲ୍, ଡାକ୍ତରଖାନା କିମ୍ବା ସରକାରୀ ଗେଟ୍ ସାମ୍ନାରେ ରଖୁଛନ୍ତି ତେବେ ଜରିମାନା ଦେବାକୁ ପଡିପାରେ । ଏହା ବ୍ୟତୀତ ବସ୍ ଷ୍ଟପ୍ , ଟ୍ରାଫିକ୍ ସିଗନାଲ୍, ଯେବ୍ରା କ୍ରସିଙ୍ଗ୍ କିମ୍ବା ମେନ୍ ରୋଡରେ ଗାଡି ରଖିଲେ ଅସୁବିଧାରେ ଆପଣ ପଡିପାରନ୍ତି ।

ମଦ ପିଇ ଗାଡି ଚଲାଇବା :
ଅନେକ ଲୋକ ଭାବନ୍ତି ମଦ ପିଇବା ପରେ କିଛି ଖାଇନେଲେ କେହି ଜାଣିପାରିବେନି । ଯଦି ଆପଣ ବି ଏମିତି ଭାବୁଛନ୍ତି ତେବେ ଅସୁବିଧାରେ ପଡିପାରନ୍ତି । କାରଣ କିଛଇ ଖାଇବା ପରେ କେବଳ ୧୦ରୁ ୨୦ ପ୍ରତିଶତ ଆଲକୋହଲ୍ ଆପଣଙ୍କ ଶରୀରରୁ କମ୍ ହୋଇଥାଏ । ଯେତେବେଳେ କି ଶରୀରର ଭିତରର ଆଲକୋହଲର ମାତ୍ରା ୦.୦୩ ପ୍ରତିଶତରୁ ଅଧିକ ହେବା ଅନୁଚିତ୍ । ଏମିତିରେ ଯଦି ଆପଣ ନିଶାରେ ଗାଡି ଚଲାଉଛନ୍ତି ତେବେ ଜରିମାନା ଦେବା ସହ ଜେଲ୍ ମଧ୍ୟ ହୋଇପାରେ ।

ୱାନୱେ ରେ ରିଭର୍ସ କରିବା ବିପଦଜ୍ଜନକ :
ଲୋକମାନେ ଅନେକ ସମୟରେ ଏହି ଭୁଲ ଧାରଣାର ଶିକାର ହୋଇଥାନ୍ତି ଯେ ୱାନ ୱେରେ ଗାଡି ରିଭର୍ସ କରିବା ଭୁଲ୍ ନୁହେଁ । ଯାହା ଫଳରେ ଅନେକ ସମୟରେ ସଡକ ଦୁର୍ଘଟଣାର ଖବର ଶୁଣିବାକୁ ପଡେ । ହାଇୱେ ପରି ୱାନୱେ ରିଭର୍ସ କରିବା ଠିକ୍ ନୁହେଁ । ଆଉ ଅନେକ ସମୟରେ ଏହା ଘାତକ ସାବ୍ୟସ୍ତ ହୋଇଥାଏ ।

ହାଇ ବିମର ବ୍ୟବହାର :
ଅନେକ ସମୟରେ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ହାଇ ବିମ୍ ହୋଇଥାଏ । ଏହା ଯୋଗୁଁ ଭାରତର ଅନେକ ଅଂଚଳରେ ହାଇ ବିମର ବ୍ୟବହାର କଲେ ଆପଣଙ୍କୁ ଚାଲାଣ କାଟିବାକୁ ପଡିପାରେ । ହାଇ ବିମର ବ୍ୟବହାର ସେ ସ୍ଥାନରେ କରିବାକୁ ପଡିଥାଏ ଯେଉଁଠି ଅଧିକ ଅନ୍ଧାର ହୋଇଥାଏ । ଯଦି ଆପଣ ଏହାର ବ୍ୟବହାର ୱାନୱେ ଏବଂ ସହରାଞ୍ଚଳରେ ଏପରି କରନ୍ତି ତେବେ ଆପଣଙ୍କ ସାମ୍ନାରେ ଆସୁଥିବା ଡ୍ରାଇଭରକୁ ଗାଡି ଚଳାଇବାରେ ସମସ୍ୟା ହେବ ।

ରାତିରେ ଫଲୋ କରନ୍ତୁ ଟ୍ରାଫିକ୍ ଲାଇଟ୍ :
ଅନେକ ସମୟରେ ଲୋକମାନଙ୍କୁ ଲାଗେ ରାତି ୧୦ଟା ପରେ ଟ୍ରାଫିକ୍ ଲାଇଟର ନିୟମ ମାନିବା ଜରୁରୀ ନୁହେଁ । କିନ୍ତୁ ଏପରି କରିବା ଭୁଲ୍ ।

ମୋବାଇଲ୍ ଏବଂ ବ୍ଲୁ ଟୁଥର ବ୍ୟବହାର :
ଗାଡି ଚଲାଇବା ସମୟରେ ମୋବାଇଲ୍ ଏବଂ ବ୍ଲୁ ଟୁଥ୍ କିମ୍ବା ହେଡଫୋନ୍ ବ୍ୟବହାର କରିବା ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ । ଅନେକ ଦୁର୍ଘଟଣା କେବଳ ଏହି କାରଣରୁ ହୋଇଥାଏ । ଯଦି ଆପଣ ବି ଏମିତି କରୁଥାନ୍ତି ତେବେ ତୁରନ୍ତ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ । କାରଣ ଯଦି ଧରା ପଡିଲେ ଦେବେ ଜରିମାନା ।

ସ୍ପିଡ୍ ଲିମିଟ୍ :
ଅନେକ ସ୍ଥାନରେ ଗାଡିର ସ୍ପିଡ୍ ଲିମିଟ୍ ସ୍ଥିର ହୋଇଥାଏ । ଏମିତିରେ ଯଦି ଆପଣ ସ୍ପିଡ୍ ଲିମିଟ୍ ପାର କରୁଛନ୍ତି ତେବେ ଆପଣଙ୍କ ଚାଲାଣ କଟିପାରେ ।

ସିଟ୍ ବେଲ୍ଟ :
ବାଇକ୍ ଚାଳକଙ୍କ ପାଇଁ ଯେମିତି ହେଲମେଟ୍ ଜରୁରୀ ସେମିତି ଚାରିଚକିଆ ଯାନ ପାଇଁ ସିଟ୍ ବେଲ୍ଟ ଜରୁରୀ । ଯଦି ସିଟ୍ ବେଲ୍ଟ ବାନ୍ଧୁ ନାହାଁନ୍ତି ତେବେ ଆପଣଙ୍କ ଚାଲାଣ କଟିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.