ପୃଥିବୀର ଏମିତି ଏକ ଅଦ୍ଭୁତ ହୋଟେଲ, ଯାହା ପାଞ୍ଚ ମାସରେ ଥରେ ନଦୀରେ ହୋଇଯାଏ ଗାଏବ

ସାଧାରଣତଃ ହୋଟେଲ ଆଦିର ନିର୍ମାଣ ସମୟରେ କୋଠାର ଆଦିର ମଜବୂତୀ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । କାରଣ କୋଠା ଯେତେ ମଜବୁତ ହେବ ହୋଟେଲଟି ସେତେ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଚାଲିପାରିବ । କିନ୍ତୁ ପୃଥୀବିରେ ଏମିତି ଏକ ହୋଟେଲ ଅଛି ଯାହାକୁ ପ୍ରତିବର୍ଷ ନିର୍ମାଣ କରାଯାଏ ପୁଣି ଆପେ ଆପେ ତାହା ନଦୀରେ ବହିଯାଏ । ସୁଦୂର ସ୍ୱିଡ଼େନରେ ନିର୍ମାଣ ହେଉଥିବା ଏହି ହୋଟେଲ ଟିକୁ ଆଇସ ହୋଟେଲ ଭାବେ ଜଣାଯାଏ ।

Image result for sweden-famous-ice-hotel-built-every-year-and-then-it-melts-back-into-the-river

ଖବର ରୁ ଜଣାପଡିଛି ସ୍ୱିଡ଼େନର ଏହି ହୋଟେଲ ଟିକୁ ପ୍ରତିବର୍ଷ ଶୀତ ଋତୁରେ ତିଆରି କରାଯାଏ ଓ ପରେ ପାଞ୍ଚ ମାସ ପରେ ଏହା ନଦୀ ଜଳରେ ତରଳି ଯାଇଥାଏ । ସୂଚନା ଅନୁଯାୟୀ ୧୯୮୯ ମସିହାରୁ ପ୍ରତିବର୍ଷ ଅକ୍ଟୋବର ମାସରୁ ହିଁ ଏହି ଅଦ୍ଭୁତ ହୋଟେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ୩୧ ଥର ପାଇଁ ଏହାର ନିର୍ମାଣ କରାଯାଉଛି । ଟର୍ନ ନଦୀ କୂଳରେ ହିଁ ଏହି ଅଦ୍ଭୁତ ହୋଟେଲର ନିର୍ମାଣ କରାଯାଉଥିବା ବେଳେ ଏଥିପାଇଁ ସମୁଦାୟ ୨୫୦୦ ଟନ ବରଫ ବ୍ୟବହାର କରାଯାଏ । ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ପ୍ରତିବର୍ଷ ପାଖାପାଖି ୩୫ଟି କୋଠରୀର ନିର୍ମାଣ କରାଯାଏ । ରୁମ ଭିତରର ତାପମାତ୍ରା ୫ ଡିଗ୍ରୀ ସେଲ୍ସିୟସରୁ ବି କମ ।

ice hotel

ପ୍ରତିବର୍ଷ ପାଖାପାଖି ୫୦ ହଜାର ପର୍ଯ୍ୟଟକ ରହିବା ପାଇଁ ଆସିଥାନ୍ତି । ବାହାରକୁ ଖୁବ ସୁନ୍ଦର ଦେଖାଯାଉଥିବା ଏହି ହୋଟେଲ ଅକ୍ଟୋବର ରୁ ମେ ମାସ ପର୍ଯ୍ୟନ୍ତ ହିଁ ଚାଲିଥାଏ । ଏହାପରେ ସୂର୍ଯ୍ୟଙ୍କ କିରଣରେ ବରଫ ତରଳିବା ଆରମ୍ଭ ହୋଇଯାଏ । ଗୋଟେ ରାତି ପାଇଁ ଗ୍ରାହକଙ୍କୁ ୧୭ ହଜାର ରୁ ଆରମ୍ଭ କରି ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡିଥାଏ । କେବଳ ପରିବେଶ ଅନୁକୂଳ ଉପକରଣ ଗୁଡିକୁ ହିଁ ଏଥିରେ ବ୍ୟବହାର କରାଯାଇଥାଏ ।

ପ୍ରତି ବର୍ଷ ନିର୍ମାଣ କରାଯାଇ ତରଳିଯାଏ ଏହି ହୋଟେଲ,

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.