Below header

ଭାରତର ସବୁଠାରୁ ପ୍ରସିଦ୍ଧ ବଡିବିଲ୍ଡର ୨୧ ବର୍ଷର ଏହି ଯୁବତୀ, ଜାଣନ୍ତୁ ସେ କିଏ?

ଆପଣମାନେ ଜୀବନରେ ଅନେକ ଅଭିନେତ୍ରୀ ଏବଂ ସୁନ୍ଦର ସୁନ୍ଦର ଝିଅ ଦେଖିଥିବେ, ଯେଉଁମାନେ ନିଜର ସୁନ୍ଦରତା ପାଇଁ ଲୋକପ୍ରିୟ ହୋଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଦେଖିବାକୁ ବହୁତ ସୁନ୍ଦର ହେବା ସହ ୨୧ ବର୍ଷର ଜଣେ ବଡି ବିଲ୍ଡର ମଧ୍ୟ। ତେବେ ଆସନ୍ତୁ ଜାଣିବା ସେହି ସୁନ୍ଦରୀ ଯୁବତୀଙ୍କ ବିଷୟରେ କିଛି ଅଜଣା କଥା।

body builderଆଜି ଆମେ ଆପଣଙ୍କୁ ଯେଉଁ ସୁନ୍ଦର ମହିଳା ବଡି ବିଲ୍ଡରଙ୍କ କଥା କହିବାକୁ ଯାଉଛୁ, ତାଙ୍କ ନାଁ ହେଉଛି ୟୁରୋପା ଭୌମିକ୍‌। ବର୍ତ୍ତମାନ ତାଙ୍କର ବୟସ ମାତ୍ର ୨୧ ବର୍ଷ। ୟୁରୋପା କୋଲକତାରେ ରୁହନ୍ତି। ସେ ନିଜର କଠିନ ପରିଶ୍ରମ ଏବଂ ପ୍ରଚେଷ୍ଠା ବଳରେ ଦେଶର ନାଁ ଉଜ୍ୱଳ କରିପାରିଛନ୍ତି। ସୂଚନା ମୁତାବକ ୟୁରୋପା ଯେତେବେଳେ ଛୋଟ ଥିଲେ ସେବେଠାରୁ ହିଁ ସେ ଜଣେ ବଡିବିଲ୍ଡର ହେବା ପାଇଁ ଇଛା ରଖିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କ କ୍ୟାରିୟରରେ ବହୁତ ପରିଶ୍ରମ କରିଛନ୍ତି। ଯେଉଁ କାରଣରୁ ତାଙ୍କୁ ସଫଳତା ମିଳିଛି। ଏଥିସହ କଠିନ ପରିଶ୍ରମ କାରଣରୁ ୨୦୧୬ ମସିହାରେ ମିସ୍‌ ଇଣ୍ଡିଆ ବଡି ବିଲ୍ଡରଙ୍କ ତୁଳନାରେ ୟୁରୋପା ତୃତୀୟ ସ୍ଥାନ ହାସଲ କରିଥିଲେ।

yuropaaୟୁରୋପା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ବର୍ତ୍ତମାନ ଇନଷ୍ଟାରେ ତାଙ୍କର 78 k ଫଲୋର୍ସ ରହିଛନ୍ତି। ଏନେଇ ସେ ସବୁବେଳେ ଇନଷ୍ଟାଗ୍ରାମରେ ନିଜର ସୁନ୍ଦର ଫଟୋ ସେୟାର କରିଥାନ୍ତି। ଲେଶକମାନେ ମଧ୍ୟ ତାଙ୍କ ଫଟୋକୁ ବହୁତ ମାତ୍ରରେ ଲାଇକ୍‌ କରିବା ସହ ସେୟାର ମଧ୍ୟ କରିଥାନ୍ତି। ଏଥିସହ ୟୁରୋପା ସୋସିଆଲ ମିଡିଆ ସାହାର୍ଯ୍ୟରେ ଫ୍ୟାନ୍ସମାନଙ୍କୁ ଫିଟ୍‌ ରହିବା ପାଇଁ ଟିପ୍ସ ଦେଇଥାନ୍ତି। ୟୁରୋପା ଦେଖିବାକୁ ବହୁତ ସୁନ୍ଦର ହୋଇଥିବା ବେଳେ ସେ ଅନେକ ବଲିଉଡ୍‌ ଷ୍ଟାରମାନଙ୍କ ମଧ୍ୟ ନିଜ ସୁନ୍ଦରତାର ତୁଳନାରେ ପଛରେ ପକାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.