ମୁଖ୍ୟ ବିଚାରପତି ସ୍ତରରେ ବ୍ୟାପକ ଅଦଳ ବଦଳ: ଜାଣନ୍ତୁ କେଉଁ ରାଜ୍ଯର ହାଇକୋର୍ଟରେ କିଏ ରହିବେ ମୁଖ୍ୟ

କେନ୍ଯୁଜ୍: ମୁଖ୍ୟ ବିଚାରପତି ସ୍ତରରେ ବ୍ୟାପକ ଅଦଳ ବଦଳ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଯିବେ ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ମହମ୍ମଦ ରଫିକ୍‌ । ସୁପ୍ରିମକୋର୍ଟ କଲେଜିୟମ୍‌ ଏହି ସୁପାରିଶ କରିଛନ୍ତି । ସେହିଭଳି ଜଷ୍ଟିସ୍‌ ଏସ୍‌.ମୁରଲୀଧର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍‌ ଏସ୍‌.ମୁରଲୀଧର ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାମ କରୁଛନ୍ତି ।

high-court୧୯୬୧ ମସିହାରେ ଜନ୍ମ ହୋଇଥିବା ଜଷ୍ଟିସ୍‌ ଏସ୍‌.ମୁରଲୀଧର ୨୦୦୬ ମସିହାରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ହୋଇଥିଲେ । ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଏହା ପରେ ଗତ ମାର୍ଚ୍ଚ ୬ ତାରିଖରୁ ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାମ କରିଆସୁଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଏ କେ ଗୋସ୍ୱାମୀ । ଜଷ୍ଟିସ ଏ କେ ଗୋସ୍ୱାମୀ ଏବେ ସିକିମର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ଅଛନ୍ତି ।

ଆନ୍ଧ୍ରପ୍ରଦେଶର ବର୍ତ୍ତମାନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ କେ ମାହେଶ୍ୱରୀ ସିକିମ ଯିବେ । ଆନ୍ଧ୍ରପ୍ରଦେଶ ହାଇକୋର୍ଟର ନିରପେକ୍ଷତା ଫେରାଇ ଆଣିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡୀ । ଏହାପରେ ଜଷ୍ଟିସ ଜେ କେ ମାହେଶ୍ୱରୀଙ୍କୁ ସିକିମ ବଦଳି କରାଯାଇଛି । ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଆର ଏସ ଚୌହାନ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ।

ତେଲେଙ୍ଗାନାକୁ ଆସିବେ ଜଷ୍ଟିସ ହିମା କୋହଲୀ । ଜଷ୍ଟିସ ସଞ୍ଜୀବ ବାନାର୍ଜୀ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ । ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଅମରେଶ୍ୱର ପ୍ରତାପ ସାହି ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ । ଏନେଇ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛି । ରାଷ୍ଟ୍ରପତିଙ୍କ ବିଧିବଦ୍ଧ ଅନୁମୋଦନକୁ ଅପେକ୍ଷା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.