ଆସନ୍ତାକାଲିରୁ ଆରମ୍ଭ ପ୍ରଥମ ଦିବାରାତ୍ର ପିଙ୍କ ବଲ୍ ଟେଷ୍ଟ, ଟିମ୍ ଚୟନକୁ ନେଇ ଚିନ୍ତାରେ ଇଣ୍ଡିଆ

ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରୁ ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ। ଦିବା/ରାତ୍ର (ପିଙ୍କ ବଲ୍) ଟେଷ୍ଟ ଜରିଆରେ ଉଭୟ ଦଳ ଟ୍ରଫି ଅଭିଯାନ ଆରମ୍ଭ କରିବେ। ଆଡିଲେଡ୍ରେ ଖେଳାଯିବ ଏହି ପିଙ୍କ ବଲ୍ ଟେଷ୍ଟ। ପ୍ରଥମ କରି ବିଦେଶ ମାଟିରେ ଭାରତ ଦିବା/ରାତ୍ର ଟେଷ୍ଟ ଖେଳିବାକୁ ଯାଉଛି। ଫଳରେ ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି । ପ୍ରଥମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ଏକାଦଶ ଚୟନକୁ ନେଇ ଚିନ୍ତାରେ ପଡ଼ି ଯାଇଛି।

ଗତ ଅଭ୍ୟାସ ମ୍ୟାଚ୍ରେ ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିବାରୁ ସଠିକ୍ ଏକାଦଶ ଚୟନ କରିବା କଷ୍ଟକର ହୋଇପଡିଛି। ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଜଶପ୍ରୀତ ବୁମରା ଓ ମହମ୍ମଦ ସାମି ପ୍ରଥମ ଟେଷ୍ଟ ଖେଳିବା ନିଶ୍ଚିତ। ବାକି ୬ଟି ସ୍ଥାନ ପାଇଁ ୧୦ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖା ଦେଇଛି।

test series

ଟିମ୍ ରେ ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲ୍ ପ୍ରଥମ ପସନ୍ଦ ଓପନର ରହିଛନ୍ତି। ଉଭୟ ଗତ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଓପନ୍ କରିଥିଲେ । ଅନ୍ଯପଟରେ ତୃତୀୟ ଓପନର ଭାବେ ଦଳରେ ରହିଥିବା ଶୁଭମନ ଗିଲ୍ ଫର୍ମରେ ଅଛନ୍ତି । ଗତ ଅଭ୍ୟାସ ମ୍ୟାଚ୍ରେ ଆକର୍ଷଣୀୟ ଅର୍ଦ୍ଧଶତକ ଅର୍ଜନ କରି ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କ ସହ ଗିଲ୍ଙ୍କୁ ଓପନର ଭାବେ ସୁଯୋଗ ମିଳିପାରେ । ଟେଷ୍ଟ ଦଳରେ ଲୋକେଶ ରାହୁଲଙ୍କୁ ଏଥର ସ୍ଥାନ ମିଳିଛି । ଶାହା ଓ ପନ୍ତଙ୍କ ଚୟନ ଆଡିଲେଡ ପିଚ୍ ଉପରେ ନିର୍ଭର କରିବ।

ବିରାଟ କୋହଲି ପ୍ରଥମ ଟେଷ୍ଟରେ ବିରାଟ କୋହଲି ଅଧିନାୟକ କରିବାକୁ ଥିବା ବେଳେ ବାକି ଅନ୍ଯ ମ୍ଯାଚକୁ ରାହାଣେ ଅଧିନାୟକତ୍ବ କରିବେ। କିନ୍ତୁ ଏବେ ମୁଁ ଅଧିନାୟକ ପାଇଁ ନୁହେଁ, ଟେଷ୍ଟ ଉପରେ ଧ୍ୟାନ ଦେବାକୁ ଚାହୁଛିଁ ବୋଲି ରାହାଣେ କହିଛନ୍ତି। ତେବେ ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ଖେଳିବେନି କିନ୍ତୁ ପର ଦୁଇଟି ଟେଷ୍ଟ ଖେଳିପାରନ୍ତି ବୋଲି ସୂଚନା ମିଳିଛି। ସେହିପରି ଦଳରେ ଈଶାନ୍ତ ଶର୍ମାଙ୍କ ଅଭାବ ସମସ୍ତଙ୍କୁ ଅଡୁଆରେ ପକାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.